ଖଇରା : ଖଇରା ଥାନା ବଣପାରିଆ ଗ୍ରାମର ଗଜେନ୍ଦ୍ର ପଲେଇଙ୍କୁ ଜଣେ ଅଜଣା ବ୍ୟକ୍ତି ଫୋନକରି ତାଙ୍କ ଷ୍ଟେଟବ୍ୟାଙ୍କ ଜମାଖାତାରେ ଥିବା ୩ଲକ୍ଷ ୪୦ ହଜାର ଟଙ୍କା ଉଠାଇ ନେଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଗଜେନ୍ଦ୍ର ପଲେଇଙ୍କୁ ଜଣେ ଅଜଣାବ୍ୟକ୍ତି ଫୋନକରି ତାଙ୍କ ନାମରେ ଭାରତୀୟ ଷ୍ଟେଟବ୍ୟାଙ୍କ ଜମାଖାତା ବାବଦରେ କେତେକ କଥା ପଚାରିବା ସହ ଏଟିଏମ୍ କାର୍ଡ ନମ୍ବର ଓ ଏଟିଏମ୍ ପିନ୍ ନମ୍ବର ହାସଲ କରି ନେଇଥିଲେ ।
ଗଜେନ୍ଦ୍ରଙ୍କୁ ଫୋନ୍ କରିଥିବା ବ୍ୟକ୍ତିଙ୍କୁ ସଠିକ୍ ତଥ୍ୟ ଦେବାର କିଛି ସମୟ ପରେ ତାଙ୍କ ଜମାଖାତାରୁ ୩ଲକ୍ଷ ୪୦ ହଜାର ଟଙ୍କା ଉଠାଣ ହୋଇଥିବା ମୋବାଇଲକୁ ମେସେଜ୍ ଆସିଥିଲା । ଘଟଣା ସମ୍ପର୍କରେ ଗଜେନ୍ଦ୍ର ପଲେଇ ଖଇରା ଥାନାରେ ଏକ ଏତଲା ଦାଏର କରିଛନ୍ତି । ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।