Odisha news

ମଡର୍ଣ୍ଣ ରାବଣ

0

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଭାଷା ଥିଲା ନେପାଳୀ ଏବଂ ଅଯୋଧ୍ୟା ନେପାଳରେ ବୋଲି କହିବାରୁ ନେପାଳ ଏବଂ ଭାରତର ହିନ୍ଦୁମାନେ ତାଙ୍କୁ ତିରସ୍କାର କରୁଛନ୍ତି । ଓଲିଙ୍କୁ ସାମାଜିକ ଗଣମାଧ୍ୟମରେ ମଧ୍ୟ  ଖୁବ୍‍ ପରିହାସ କରାଯାଉଛି । ଚୀନ୍‍ ହାତରେ ନେପାଳ ପିଏମ୍‍ ବିକ୍ରି ହୋଇଯାଇଥିବା କେହି କେହି ଟ୍ୱିଟ୍‍ କରିଛନ୍ତି ।ୟୁଜର୍‍ ତାଙ୍କୁ ମଡର୍ଣ୍ଣ ରାବଣ/କଳିଯୁଗର ରାବଣ କହୁଛନ୍ତି । ଏପରିକି ତାଙ୍କ କୁଶପୁତ୍ତଳିକା ଦାହ କରିବା ଦାବି ହେଉଛି । ଓଲିଙ୍କ ଏଭଳି ଉଦ୍‍ଭ୍ରାନ୍ତ ମନ୍ତବ୍ୟ ପାଇଁ ନେପାଳ ସରକାର ସଫେଇ ଦେଇ କହିଛନ୍ତି- “ତାଙ୍କ ବୟାନ କୌଣସି ରାଜନୈତିକ ବିଷୟ ସହ ଜଡ଼ିତ ନ ଥିଲା । କାହାର ଭାବନାକୁ କ୍ଷତି ପହଞ୍ଚାଇବା ମଧ୍ୟ ଓଲିଙ୍କ ଉଦ୍ଦେଶ୍ୟ ନ ଥିଲା ।’

Leave A Reply