ଭୁବନେଶ୍ୱର, ୧୫ ଜୁଲାଇ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ କହିଛନ୍ତି, ‘ସ୍କିଲଡ୍ ଇନ୍ ଓଡ଼ିଶା’ ପ୍ରତି ଆମର ବିଶେଷ ଦୃଷ୍ଟି ଏହାକୁ ଏକ ପ୍ରତିଷ୍ଠିତ ବ୍ରାଣ୍ଡରେ ପରିଣତ କରିଛି ଏବଂ ଆମର ଯୁବଗୋଷ୍ଠୀ ନିଜର ଦକ୍ଷତା ପ୍ରଦର୍ଶନ କରି ସାରା ବିଶ୍ୱରେ ପ୍ରଶଂସିତ ହୋଇଛନ୍ତି । ‘ସ୍କିଲଡ୍ ଇନ୍ ଓଡ଼ିଶା’କୁ ଆହୁରି ଦୃଢ଼ୀଭୂତ କରିବା ସହ ଏହାକୁ ଏକ ଉଚ୍ଚତର ସ୍ତରକୁ ନେବା ପାଇଁ ପ୍ରତିବଦ୍ଧ ହେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି ।