Odisha news

ତନୁପୁରରେ ବଣୁଆ ମାଙ୍କଡ ଉପଦ୍ରବ ; ଆକ୍ରମଣରେ ୨୦ ଆହତ, ସାଧାରଣରେ ଆତଙ୍କ

0

ପଟ୍ଟାମୁଣ୍ଡାଇ : ସଂପ୍ରତି କରୋନା ମହାମାରୀ ଯୋଗୁଁ ଆତଙ୍କିତ ଅବସ୍ଥାରେ ଥିବା ପଟ୍ଟାମୁଣ୍ଡାଇ ପୌରାଚଂଳ ଅନ୍ତର୍ଗତ ତନୁପୁର ଗ୍ରାମବାସୀମାନେ ସଂପ୍ରତି ବଣୁଆ ମାଙ୍କଡଙ୍କ ଉପଦ୍ରବ ଯୋଗୁଁ ଭୟରେ ଘରି ନବାହାରିବା ପରିସ୍ଥିତି ଦେଖା ଦେଇଛି । କରୋନା ମହାମାରୀ ସାଙ୍ଗକୁ ମାଙ୍କଡ ଉପଦ୍ରବ ଅଚଂଳବାସୀଙ୍କ ଦୂର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି । ମାଙ୍କଡ ଭୟରେ ଗ୍ରାମରେ ସତେ ଯେପରି ତାଟି କବାଟ ପଡିଯାଉଛି । ବଣୁଆ ମାଙ୍କଡମାନେ ତନୁପୁର ଗ୍ରାମରେ ଥିବା ଶହ ଶହ ଏକର ଫସଲ, ପନିପରିବା, ବାଡି ବଗିଚାକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛନ୍ତି । ଏହି ଗ୍ରାମର ଗ୍ରାମବାସୀମାନେ ମୁଖ୍ୟତଃ ପନିପରିବା ଫସଲ କରି ନିଜର ଗୁଜୁରାଣ ମେଟାଂଇଥାନ୍ତି । ଜମିରେ ଓ ବାଡି ବଗିଚାରେ ହେଉଥିବା ଫସଲକୁ ମାଙ୍କଡମାନେ ନଷ୍ଟ କରିଦେଉଥିବା ଦେଖାଯାଉଛି ।

କରୋନା ମହାମାରୀ ଯୋଗୁଁ ଆର୍ଥôକ ସଂକଟ ମଧ୍ୟରେ ଥିବା ଚାଷୀମାନେ ପନିପରିବା ଫସଲ ବିକି ତେଲଲୁଣର ସଂସାର ଚଳାଉଥିଲେ । ମାଙ୍କଡମାନେ ପନିପରିବା ଫସଲ ନଷ୍ଟ କରିବା ଦ୍ୱାରା ଚାଷୀମାନେ ଚରମ ଆର୍ଥôକ ସଂକଟର ସମ୍ମୁଖୀନ ହୋଇଛନ୍ତି । ବଣୁଆ ମାଙ୍କଡଦଳକୁ ଘଉଡାଇବା ପାଇଁ ଲୋକମାନେ ସାହସ ବାନ୍ଧି ପାରୁନାହାନ୍ତି । ବଣୁଆ ମାଙ୍କଡ ଆକ୍ରମଣରେ ଲକ୍ଷ୍ମଣ ପାତ୍ର, ବିନି ପାତ୍ର, ସର୍ବେଶ୍ୱର ପାତ୍ର, କଣ୍ଢେଇ ପାତ୍ର, ଅଙ୍କୁର ସାହୁ, ବାବୁରାମ ମଳିକ, ତିଳୋତମା ତରାଇ, ମାନସୀ ସାହୁ, ପିତବାସ ସାହୁ, ଅଶୋକ ସାହୁ, ଖଗେଶ୍ୱର ନାୟକ ପ୍ରମୁଖ ମାଙ୍କଡ କାମୁଡାରେ ଆହତ ହୋଇଛନ୍ତି । ମାଙ୍କଡ କାମୁଡାରେ ଆହତମାନେ ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡା ଜିଲ୍ଲା ଡାକ୍ତରଖାନାରେ ଚିକିସôିତ ହୋଇ ଘରକୁ ଫେରିଛନ୍ତି । ବଣୁଆ ମାଙ୍କଡମାନଙ୍କ ଉପଦ୍ରବ ଲାଗି ରହିଥିବାରୁ ଅଚଂଳବାସୀ ନିଜ ନିଜକୁ ନିରାପଦ ମନେ କରୁନାହାନ୍ତି । ଖବର ପାଇ ରାଜନଗର ଜଙ୍ଗଲ ଡିଭିଜନ ଅଧିନରେ ଥିବା ମହାକାଳପଡା ରେଞର ଏସ.ସି ବିଶ୍ୱାଳଙ୍କ ନେତୃତ୍ୱରେ ଜଙ୍ଗଲ ବିଭାଗ କର୍ମଚାରୀମାନେ ତନୁପୁର ଗ୍ରାମରେ ପହଁଚି ମାଙ୍କଡ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ପାଚିଲା କଦଳୀରେ ନିଶା ଓøଷଧ ଦେଇ ମାଙ୍କଡମାନଙ୍କୁ ଧରିବା ପାଇଁ ଜଙ୍ଗଲ ବିଭାଗର ଉଦ୍ୟମ ସଫଳ ହୋଇପାରୁନାହିଁ । ଜାଲ ବିଛାଇ ମାଙ୍କଡମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି ରେଞର ଶ୍ରୀବିଶ୍ୱାଳ ସୂଚନା ଦେଇଛନ୍ତି ।

Leave A Reply