Odisha news

ବଳଭଦ୍ରପୁର ଗ୍ରାମ ଦେବତୀଙ୍କ ମୂର୍ତି ପ୍ରତିଷ୍ଠା ଉତ୍ସବରେ କୋଭିଡ ନିୟମ ଉଲଂଘନ ; ୪ ଅଟକ

0

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଳଭଦ୍ରପୁର ପଚାଂୟତ ବଳଭଦ୍ରପୁର ଗ୍ରାମରେ ଗ୍ରାମଦେବତୀଙ୍କ ମୂର୍ତି ପ୍ରତିଷ୍ଠା ଉତ୍ସବରେ କୋଭିଡ ନିୟମ ଉଲଂଘନ ଅଭିଯୋଗରେ ପଟ୍ଟାମୁଣ୍ଡାଇ ପୋଲିସ ୪ଜଣଙ୍କୁ ଅଟକ ରଖି ଏହି ମାମଲାର ତଦନ୍ତ ଚଳାଇଛି । ଏହି ଘଟଣା ସମଗ୍ର ଅଚଂଳରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାକାଶ ଯେ, ପଟ୍ଟାମୁଣ୍ଡାଇ ଥାନା ବଳଭଦ୍ରପୁର ପଚାଂୟତ ବଳଭଦ୍ରପୁର ଗ୍ରାମର ଗ୍ରାମ ଦେବତୀ ମନ୍ଦିର ଚଟାଣ ମାର୍ବଲ ଓ ମନ୍ଦିର ମରାମତି କରାଯାଉଥିବାବେଳେ ଗ୍ରାମ ଦେବତୀଙ୍କ ମୂର୍ତି ଭାଙ୍ଗି ଯାଇଥିଲା । ନୂତନ ମୂର୍ତି ପ୍ରତିଷ୍ଠା କରିବା ପାଇଁ ଏକ ପୂଜା ଉତ୍ସବର ଆୟୋଜନ କରାଯାଇଥିଲା । ମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ମୂର୍ତି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉସôବରେ କୋଭିଡି ନିୟମ ଉଲଂଘନ କରାଯାଇଥିବା ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଥିଲା ।

ଖବର ପାଇ ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ପୋଲିସ ବାହିନୀ ଘଟଣାସ୍ଥଳରେ ପହଂଚି କୋଭିଡ ନିୟମ ଉଲଂଘନ ଅଭିଯୋଗରେ ୪ଜଣଙ୍କୁ ଥାନାକୁ ଧରି ଆଣି ଅଟକ ରଖିଛି । ପଟ୍ଟାମୁଣ୍ଡାଇ ପୋଲିସ ଏ ସଂପର୍କରେ ଏକ ମୋକଦ୍ଦମା ରୁଜୁ କରି ଏହି ସମବେଦନଶୀଳ ଘଟଣାର ଛାନଭିନ ଆରମ୍ଭ କରିଛି । ଅପରପକ୍ଷରେ ଗ୍ରାମ ଦେବତୀ ମନ୍ଦିର ପରିଚାଳନା କମିଟି ଓ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିିମାନେ କୋଭିଡ ନିୟମ ଉଲଂଘନ ଅଭିଯୋଗକୁ ଅସ୍ୱିକାର କରିବା ସହିତ ନିରାଡମ୍ବର ଭାବରେ ସାମାଜିକ ଦୂରତ୍ୱ ମଧ୍ୟରେ ମୂର୍ତି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା ବୋଲି ପ୍ରକାଶ କରିବା ସହିତ କାଁଭାଁ କିଛି ବ୍ୟତିକ୍ରମ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ମତ ଦେଇଥିଲେ । ମୂର୍ତି ପ୍ରତିଷ୍ଠା ଉସôବରେ କୋଭିଡ ନିୟମ ଉଲଂଘନ କରି ସାମିଲ ହୋଇଥିବା ୪ ଜଣଙ୍କୁ ପଟ୍ଟାମୁଣ୍ଡାଇ ପୋଲିସ ଥାନାକୁ ଧରି ଆଣି ଅଟକ ରଖିଛି । ସଂପ୍ରତି ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ କୋଭିଡ ନିୟମକୁ ଉଲଂଘନ କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଚଂଳର ଲୋକମାନଙ୍କୁ ଆଇଆଇସି ଶ୍ରୀତ୍ରିପାଠୀ ଚେତାବନୀ ଦେଇଛନ୍ତି ।

Nalco

Leave A Reply