ଭଦ୍ରକ ଜିଲ୍ଲାରେ “କରୋନା’ ସ୍ଥିତି : ଦିନ ଗଡୁଛି, ସଂଖ୍ୟା , ବଢୁଛି ଆଜି ଚିିହ୍ନଟ ହେଲେ ୧୧ ଆକ୍ରାନ୍ତ, ମୋଟ ସଂଖ୍ୟା ୨୯୪
ଭଦ୍ରକ : ଭଦ୍ରକ ଜିଲ୍ଲାରେ “କରୋନା’ ସ୍ଥିତି ଦିନକୁ ଦିନ ବଢିବାରେ ଲାଗିଛି । ଦିନ ଯେତିକି ଗଡୁଛି, ଆକ୍ରାନ୍ତଙ୍କ ସଂଖ୍ୟା ସେତିକି ବଢୁଛି । ଆଜି ପଡୋଶୀ ଯାଜପୁର ଜିଲ୍ଳା ମୁଖ୍ୟ ଚିିକିସିାଳୟର ଡାକ୍ତର ଓ ନର୍ସଙ୍କୁ ପଜିଟିଭ୍ ହେବା ଖବର ଆସିବା ପରେ ଜିଲ୍ଲା ମୁଖ୍ୟ ଚିକିସିାଳୟରେ ଅଜଣା ଭୟ ଘାରିଛି ଡାକ୍ତର ଓ କର୍ମଚାରୀଙ୍କୁ । ଯଦି ଭଦ୍ରକ ମୁଖ୍ୟ ଚିକିସିାଳୟରେ କାର୍ଯ୍ୟରତ ମାନଙ୍କ ସ୍ୱାବ ପରୀକ୍ଷା କରାଯାଏ ତେବେ ସଂଖ୍ୟା ବୃଦ୍ଧି ହେବା ନିଶ୍ଚିତ ବୋଲି କେତେକ ମତପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଆଜି ନୂତନ ଭାବେ କରୋନା ଆକ୍ରାନ୍ତ ୧୧ଜଣ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ପହଞ୍ଚିଛି ୨୯୪ରେ । ଏମାନଙ୍କ ମଧ୍ୟରୁ ମୋଟ ସୁସ୍ଥ ହୋଇସାରିଛନ୍ତିି ୨୬୮ଜଣ । ଏବେ ଆକଫିଭ ଆକ୍ରାନ୍ତ ୨୫ଜଣ ଚିକିତ୍ସାଧୀନ ରହିଛନ୍ତି । ଆଜି ସୁଦ୍ଧା ଜିଲ୍ଲାରୁ ମୋଟ ୧୧ ହଜାର ୯୩୪ ସାମ୍ପୁଲ ଟେଷ୍ଟ ସରିଛି ବୋଲି ଜିଲ୍ଲାପାଳ ଡ. ଜ୍ଞାନ ଦାସ ସୂଚନା ଦେଇଛନ୍ତି । ଚିହ୍ନଟ ୧୧ଜଣ ଆକ୍ରାନ୍ତ ସମସ୍ତେ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିିହ୍ନଟ ହୋଇଛନ୍ତି ।
୨ଜଣ ଚାନ୍ଦବାଲି ବ୍ଲକ ଅଞ୍ଚଳର ହୋଇଥିବା ବେଳେ ୯ଜଣ ଧମାନଗର ବ୍ଲକ ଅଞ୍ଚଳର । ଜିଲ୍ଲାପାଳ ଡ. ଦାସ ଚିିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟଜୋନ ଘୋଷଣା କରିଛନ୍ତି । ଘୋଷିତ ଅଞ୍ଚଳ ଗୁଡିକ ହେଲା ଧାମନଗର ବ୍ଲକର ସହିଦ ନଗର ହାଇସ୍କୁଲ, ଧୁଷୁରୀ ମୁରଲୀଧର ହାଇସ୍କୁଲ, ଭଗବାନପୁର ହାଇସ୍କୁଲ ଏବଂ ପାଳସାହିର ବାପୁଜୀ ନୋଡାଲ ସ୍କୁଲ କଣ୍ଟେନମେଣ୍ଟ ଜୋନ । ସେହିପରି ଏହି ବ୍ଲକର କଟସାହି, ଧୂଷୁରୀ, ଭଗବାନପୁର ଓ ପାଳସାହି ପଞ୍ଚାୟତ ବଫରଜୋନ ହୋଇଛି । ଚାନ୍ଦବାଲି ବ୍ଲକର ତେନ୍ତୁଲିଡିହି ପଞ୍ଚାୟତ ବଫରଜୋନ ଓ ତେନ୍ତୁଲିଡିହି ବାତ୍ୟା ଆଶ୍ରୟସ୍ଥଳୀକୁ କଣ୍ଟେନମେଣ୍ଟଜୋନ ଘୋଷଣା କରାଯାଇଛି । ସେହିଭଳି ଭାବେ ବାସୁଦେବପୁର ବ୍ଲକର ଜଗବନ୍ଦୁ ନୋଡାଲ ସ୍କୁଲ କଣ୍ଟେନମେଣ୍ଟଜୋନ ଓ ବରଣ୍ଡୁଆ ପଞ୍ଚାୟତକୁ ବଫରଜୋନ କଟକଣାରୁ ମୁକ୍ତ କରାଯାଇଛି । ଏହି ଅଞ୍ଚଳରେ ଗତ ୨୮ ତାରିଖରେ କଟକଣା ଜାରି ହୋଇଥିଲା ।