Odisha news

ଅମାନିଆଙ୍କ ଉପରେ ନୀଳଗିରି ପୋଲିସର ଚଢଉ

0

ନୀଳଗିରି :  ଶନିବାର ଓ ରବିବାର ୨ଦିନ ବାଲେଶ୍ୱର ଜିଲ୍ଲା ସଟଡାଉନ୍‍ ରହୁଥିବା ବେଳେ ସର୍ବସାଧାରଣଙ୍କ ଚଳାଚଳ ଉପରେ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି । ଏହି ସଟ୍‍ଡାଉନ୍‍ ସମୟରେ ବିନା କାରଣରେ ଲୋକମାନେ ବାହାରେ ବୁଲାଚଲା କରି ପାରିବେ ନାହିଁ ବୋଲି କଟକଣା ଲାଗୁ କରାଯାଇଥିବା ବେଳେ କେତେକ ଅମାନିଆ ଏହି ନିର୍ଦ୍ଦେଶନାମାକୁ ବେଖାତିର କରି ଅବାଧଭାବେ ବିନାକାରଣରେ ଏଣେତେଣେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି ।

ଏହି ଘଟଣା ନୀଳଗିରି ପୁଲିସର ନଜରକୁ ଆସିବା ପରେ ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ ଓ ଥାନା ଏସ୍‍ଆଇ ସସ୍ମିତା ମଲ୍ଲିକ ସନ୍ତରାଗଡ଼ିଆ ଅଞ୍ଚଳ ଉପରେ ଚଢଉ କରି ସାମାଜିକ ଦୂରତା ଭଙ୍ଗ କରୁଥିବା, ବିନା ମାସ୍କରେ ବୁଲୁଥିବା ଓ କୋଭିଡ଼ ନିୟମ ଉଲଙ୍ଘନ କରୁଥିବା ଲୋକମାନଙ୍କୁ ଧରି ସେମାନଙ୍କ ନିକଟରୁ ଜରିମାନା ଆଦାୟ କରିଥିବା ଜଣାପଡ଼ିଛି । ନୀଳଗିରି ପୁଲିସର ଏହି ଚଢଉ ଘଟଣା ଅମାନିଆଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ଆଗାମୀ କାଲି ରବିବାର ଏହି ଚଢଉକୁ ଆହୁରି ଜୋରଦାର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଅଯାଇଛି ।

Leave A Reply