ରାହାମା : ତିର୍ତୋଲ ଥାନା ଅନ୍ତର୍ଗତ ପଣ୍ଡୁଆ ପଚାଂୟତରର ହାତୀକନା ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘରେ ମୂଲ ମଜୁରୀ ଲାଗୁଥିବା ଅଜଣା ବ୍ୟକ୍ତିର ମୃତଦେହ ଶୁକ୍ରବାର ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଦେଖିବାକୁ ମିଳିଥିଲା । ଏହି ବ୍ୟକ୍ତିର ବୟସ ୫୮ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ମୃତୁ୍ୟର କାରଣକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି । ମୃତବ୍ୟକ୍ତି ଜଣକ ହାତୀକନା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରେ ଅସୁସ୍ଥ ହୋଇ ପଡିଥିବା ବେଳେ ୧୦୮ ଆମ୍ବୁଲାନ୍ସ ଖବରପାଇ ଗୁରୁବାର ରାତି ୧ଟାରେ ତାକୁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ମଣିଜଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରର ଏହି ଅଜଣା ବ୍ୟକ୍ତିକୁ ମୃତ ବୋଲି ଘୋଷଣା କରିଥିଲେ । ତେବେ ଏହି ଅଜଣା ବ୍ୟକ୍ତି ଜଣଙ୍କ ହାତୀକନା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରେ ମରିଥିଲା ନା ଆମ୍ବୁଲାନ୍ସରେ ଆଣିବା ସମୟରେ ମରିଥିଲା ତାହା କେବେଳ ଆମ୍ବୁଲାନ୍ସ ଚାଳକ ହିଁ କହିପାରିବ ।
ଏ ସଂପର୍କରେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରର ଶୁଭଜିତ ମହାନ୍ତି ଙ୍କୁ ପଚାରିବାରେ ହାତୀକନା ଗ୍ରାମର ସଚ୍ଚିତାନନ୍ଦ ମହାପାତ୍ର ମୃତ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଣିଥିଲ ଓ ସଂପୃକ୍ତ ବ୍ୟକ୍ତି ଡାକ୍ତରଖାନାରେ ପହଚିଂବା ପୂର୍ବରୁ ମୃତୁ୍ୟ ବରଣ କରିଥିଲା । ମୃତ ବ୍ୟକ୍ତିର ନାମ ପରିମଳ ରାୟ ଓ ତାଙ୍କ ଘର କୋଲକାତା ବୋଲି ସାଙ୍ଗରେ ଯାଇଥିବା ଶ୍ରୀ ମହାପାତ୍ର ଡାକ୍ତରଙ୍କୁ ସୂଚନା ଦେଇଥିଲେ । ଅପରପକ୍ଷରେ ମୃତ ବ୍ୟକ୍ତି ଜଣଙ୍କ ସଚ୍ଚିତାନନ୍ଦ ମହାପାତ୍ରଙ୍କ ଘରେ ରହି ଦୀର୍ଘ ୧ବର୍ଷରୁ ଉଦ୍ଧ୍ୱର୍ ହେବ ତାଙ୍କ ଚାଷକାର୍ଯ୍ୟ କରୁଥିଲେ । ନିକଟରେ ମୃତବ୍ୟକ୍ତିଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ନେବାକୁ ସଚ୍ଚିତାନନ୍ଦଙ୍କ ଘରକୁ ଆସିଥିଲେେ ମଧ୍ୟ ଶ୍ରୀ ମହାପାତ୍ର ସଂପୃକତ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ସହ ଛାଡିନଥିଲେେ ବେୋଲି ହାତୀକନା ଗ୍ରାମର କିଛି ବ୍ୟକ୍ତି ପ୍ରକାଶ କରିଛନ୍ତି ।
ସଚ୍ଚିତାନନ୍ଦଙ୍କ ଘରେ ମୃତ ବ୍ୟକ୍ତି ଜଣଙ୍କ ଦୀର୍ଘଦିନ ଧରି କାମ କରିଆସୁଥିଲେ ମଧ୍ୟ ତାର ସବିଶେଷ ପରିଚୟ ଡାକ୍ତରଙ୍କ ନିକଟରେ ସଚ୍ଚିତାନନ୍ଦ ପ୍ରକାଶ ନ କରିବା ମୃତୁ୍ୟ ଅବସ୍ଥାରେ ଡାକ୍ତରଖାନାରେ ସଂପୃକ୍ତବ୍ୟକ୍ତିଙ୍କୁ ପହଚାଂଇବା ଭଳି ଅନେକ ପ୍ରଶ୍ନ ଉଙ୍କିମାରିଛି ଯାହା ବିଧିବଦ୍ଧ ତଦନ୍ତ କରାଗଲେ ଜଣାପଡିବ ବୋଲି ମତପ୍ରକାଶ ପାଇଛି । ତିର୍ତୋଲ ପୋଲିସ ମୃତଦେହକୁ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଏହା ଏକ ଅଜଣା ବ୍ୟକ୍ତିର ମୃତୁ୍ୟ ବୋଲି କହୁଚି । ପୋଲିସ ସଠିକ୍ ଭାବରେେ ତଦନ୍ତ କଲେ ମୃତବ୍ୟକ୍ତିର ପରିଚୟ ମିଳିବା ସହିତ ମୃତୁ୍ୟର କାରଣ ମଧ୍ୟ ସ୍ପଷ୍ଟ ହୋଇ ପାରିବ ବୋଲି ଆଲୋଚନା ହେଉଛି । ଅପରପକ୍ଷରେ ପୋଲିସ ମୃତବ୍ୟକ୍ତି ରହୁଥିବା ଓ ମେଡିକାଲକୁ ଆଣିଥିବା ସଚ୍ଚ୍ିତାନନ୍ଦ ମହାପାତ୍ରଙ୍କୁ ତଦନ୍ତ ପରିବାକୁ ନ ଆଣିବା ଏବଂ ଅଜଣା ବ୍ୟକ୍ତି ବୋଲି ଅପମୃତୁ୍ୟ ମାମଲା ରଜୁ କି ଚୁପ୍ ହୋଇ ବସରହିବା ଘଟଣା ସାଧାରଣରେେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।