ବେତନଟୀ : ଶ୍ମଶାନ ଜମି ଜବର ଦଖଲ ନହଟିବାକୁ ନେଇ ସଠିଲୋ ପଞ୍ଚାୟତରେ ପ୍ରବଳ ଜନ ଅସନ୍ତୋଷ , ୬ ଜଣଙ୍କ ନାମରେ ମାମଲା ରୁଜୁ ପରେ ଜୋରିମାନା ଆଦାୟ
ବେତନଟୀ : ବେତନଟୀ ତହସିଲ ଅଧୀନ ସଠିଲୋ ମୌଜାରେ ଶ୍ମଶାନ ପାଇଁ ନିର୍ଦ୍ଧାରିତ ଜମି ରହିଛି । ଏହି ଜମିଟିକୁ କେତେକ ଲୋକ ଜବର ଦଖଲ କରି ଥିବାରୁ ଏବେ ଏହି ଜମିଟିକୁ ଦଖଲ ମୁକ୍ତ ପାଇଁ ଦାବି ଯୋର ଧରିଛି । ସଠିଲୋ ମୌଜାର ରକ୍ଷିତ ଖାତା ନମ୍ବର ୩୮୭ର ପ୍ଲଟ ନମ୍ବର ୬୪ର ୧୩ ଡେସିମିଲ, ପ୍ଲଟ ନମ୍ବର ୬୫ର ୩୩ ଡେସିମିଲ, ପ୍ଲଟ ନମ୍ବର ୬୬ର ୬୮ ଡେସିମିଲ ସର୍ବସାଧାରଣ ଯୋଗ୍ୟ କିସମର ଶ୍ମଶାନ ପାଇଁ ସଂରକ୍ଷିତ ଜମି ରହିଛି । ଏହି ଜମିରେ ଶ୍ମଶାନ ହେଲେ ସଠିଲୋ ମୌଜାର ଲୋକଙ୍କ ଶବ ସଂସ୍କାର ପାଇଁ ସୁବିଧା ହେବ । ଏହାକୁ ହୃଦବୋଧ କରି ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ଓଝା, ବିଜେଡି ଯୁବ ନେତା ପି୍ରୟବ୍ରତ ପଟ୍ଟନାୟକ, ସରପଞ୍ଚ ବିଜୟ କୁମାର ସିଂ, ସମାଜସେବୀ ଅଜୟ କୁମାର ଓଝା, ଯୁବ ନେତା ସୁଧାକର ପଣ୍ଡା, ତାଜୁଦ୍ଦିନ ଖାଁ, ଲକ୍ଷ୍ମୀଧର ଭୋଈ, ଅଶୋକ କୁମାର ପ୍ରଧାନ, ପ୍ରଭାକର ସାହୁ, କମଳାକାନ୍ତ ଗୋଚ୍ଛାୟତ, ଶ୍ରୀଧର ସେଠୀ, ରଘୁନାଥ ମିଶ୍ର, ଅଭିନ୍ନ କୁମାର ଦ୍ୱିବେଦୀ, ସୃଷ୍ଟିଧର ପାତ୍ର, ଗୋପୀନାଥ ସାହୁ, ଅକ୍ଷୟ ପଣ୍ଡା, ବୀରେନ୍ଦ୍ର ମହାନ୍ତ, ରତିକାନ୍ତ ମହାନ୍ତ ଓ ସଠିଲୋ ପଞ୍ଚାୟତବାସୀ ଦାବି କରି ଆସୁଛନ୍ତି ।
ଏହାକୁ ନେଇ ତହସିଲଦାର ଅନିଶା ଦାସଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏହାର ମାପଯୋଖ ହୋଇ ଥିଲା । ମାପଯୋଖ ହେବା ପରେ ବେତନଟୀ ରାଜସ୍ୱ ନିରୀକ୍ଷକ ୬ ଜଣ ଜବରଦଖଲକାରୀଙ୍କ ନାମରେ ମାମଲା ନମ୍ବର ୫୫୦/୨୦, ୫୫୧/୨୦, ୫୫୨/୨୦, ୫୫୩/୨୦, ୫୫୪/୨୦, ୫୫୫/୨୦ରୁଜୁ କରିବା ସହିତ ଜୋରିମାନା ଆଦାୟ କରି ଥିବାର ଜଣା ପଡିଛି । ତେବେ ଅନ୍ୟ ପକ୍ଷରେ ଜମିଟି ଜବର ଦଖଲମୁକ୍ତ ହେବା ପରେ ଏହାର ପାଚେରୀ ନିର୍ମାଣ କରା ଯିବା ସହିତ ଏହି ଜମିଟିକୁ ସମତଳ କରି ଶବ ପୋଡିବାର ବ୍ୟବସ୍ଥା କରିବାକୁ ସଠିଲୋ ସରପଞ୍ଚ ତତ୍ପରତା ପ୍ରକାଶ କରିଛନ୍ତି । ଶ୍ମଶାନ ଜମିଟିକୁ ତୁରନ୍ତ ଜବର ଦଖଲ ମୁକ୍ତ କରିବା ପାଇଁ ଗ୍ରାମ କମିଟୀର ପ୍ରତିନିଧି ଭାବେ ପ୍ରଭାକର ସାହୁ ଅତିରିକ୍ତ ତହସିଲଦାର ନମିତା ଧଳଙ୍କୁ ଭେଟି ଆଲୋଚନା କରି ଥିଲେ । ଜବର ଦଖଲ ମୁକ୍ତ କରିବା ପାଇଁ ପଦକ୍ଷେପ ନିଆ ଯାଉଛି ବୋଲି ଅତିରିକ୍ତ ତହସିଲଦାର ନିର୍ଭର ପ୍ରତିଶୃତି ଦେଇ ଥିବାର ଜଣା ପଡିଛି । ସଠିଲୋର ଏହି ଜମିରେ ଶ୍ମଶାନ ହେଲେ ଏହି ପଞ୍ଚାୟତର ଲୋକ ମାନେ ବେତନଟୀ ପୋଖରୀ, ଏଏସ ମହୁଲିଆ ଓ ଅନ୍ୟାନ ଦୂର ସ୍ଥାନକୁ ଶବ ପୋଡିବାକୁ ନଯାଇ ନିଜ ପଞ୍ଚାୟତରେ ଶବ ପୋଡି ପାରିବେ ।