ଧର୍ମଶାଳା : ଜାରକା ନିକଟସ୍ଥ ଗୋକର୍ଣ୍ଣେଶ୍ୱର ମନ୍ଦିର ପରିସରରେ ଧର୍ମଶାଳା ଅଂଚଳର ଦୁଗ୍ଧ ଚାଷୀମାନଙ୍କୁ ନେଇ ଶୁକ୍ରବାର ପୁର୍ବାହ୍ନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କୁମାରୀ ସରପଂଚ ନଟବର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶତାଧିକ ଦୁଗ୍ଧ ଚାଷୀ ଯୋଗ ଦେଇଥିଲେ । ଏଥିରେ ବିଶେଷ କରି ଦୁଗ୍ଧ ଚାଷ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପରେ ଦୁଗ୍ଧ ଚାଷୀମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା ।
ସଭାପତି ଭାବେ ବେଣୁଧର ବେହେରା, ଉପସଭାପତି ସୁରେନ୍ଦ୍ର ପଲେଇ, ସମ୍ପାଦକ ପରମାନନ୍ଦ ପଣ୍ଡା, କୋଷାଧ୍ୟକ୍ଷ ସତ୍ୟ ନାରାୟଣ ପଣ୍ଡା, ଉପଦେଷ୍ଟା ଭାବେ ପ୍ରକାଶ ରାଉତ, ଶ୍ରୀକାନ୍ତ ପାଳ ଓ ଅଜୟ ରାଉତ ପ୍ରମୁଖଙ୍କୁ ସର୍ବ ସମ୍ମତିକ୍ରମେ ନିର୍ବଚିତ କରାଯାଇଥିଲା । ଏଥିରେ ବ୍ଲକ ବିଇଓ ରଞ୍ଜନ ସେଠୀ, ପ୍ରକାଶ ରାଉତ ପ୍ରମୁଖ ଯୋଗଦେଇି ଧର୍ମଶାଳା ଅଂଚଳରେ କିଭଳ ଅଧିକରୁ ଅଧିକ ଦୁଗ୍ଧ ଉତ୍ପାଦନ କରାଯାଇ ଚାଷୀମାନେ ଲାଭବାନ ହୋଇପାରିବେ ସେ ନେଇ ଆଲୋଚନା ହୋଇଥିଲା । ଏଥିରେ ଚାଷୀ ରମେଶ ସାହୁ, ସବ୍ୟସାଚୀ ମିଶ୍ର, ନାରାୟଣ ରାଉତ, ଉପେନ୍ଦ୍ର ସାହୁ, ମାନସ ପଣ୍ଡା, ପ୍ରସନ୍ନ ଦାସ, ଅଜୟ ସ୍ୱାଇଁ , ଅଶୋକ ଦାସ ପ୍ରମୁଖ ଯୋଗଦେଇଥିଲେ । ଭରତ ଚନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ ।