Odisha news

ଡାଲଚିନିରେ ରହିଛି ଅନେକ ଔଷଧୀୟ ଗୁଣ କେମିତି କରିବେ ଉପଚାର…..

0

ଡାଲଚିନି ଘରର ମସଲା ମାନଙ୍କର ରାଣୀ ବୋଲି କୁହାଯାଏ l ଘରେ ଯେ କୌଣସି ତରକାରୀ ହେଉ ସେଥିରେ ଡାଲଚିନି ଟିକିଏ ନ ପଡିଲେ ଭଲଲାଗେ ନାହିଁ l ଡାଲଚିନି ତାର ବାସ୍ନା ଓ ସ୍ୱାଦ ପାଇଁ ଗୋଟିଏ ନିଜସ୍ୱ ସ୍ଥାନ ରଖିଛି l କେବଳ ମସଲା ପାଇଁ ଡାଲଚିନିକୁ ବ୍ୟବହାର କରାଯାଏ ନାହିଁ ,ଏହାକୁ ବିଭିନ୍ନ ପ୍ରକାର ଔଷଧରେ ମଧ୍ୟ ପ୍ରୟୋଗ କରାଯାଏ l ଆୟୁର୍ବେଦରେ ଓ ପ୍ରାଚୀନ ଚୀନ ସଭ୍ୟତାରେ ବିଭିନ୍ନ ପ୍ରକାର ରୋଗର ନିର କାରଣ ପାଇଁ ଡାଳଚିନିର ବ୍ୟବହାର କରାଯାଏ l କେବଳ ଆୟୁର୍ବେଦ ନିଁହେଁ ଏଲୋପାତି ଔଷଧରେ ମଧ୍ୟ ଡାଳଚିନିର ବ୍ୟବହାର ହୁଏ l ବୈଜ୍ଞାନିକ ଅଧୟନ ଅନୁସାରେ ଡାଳଚିନିରେ ଆଣ୍ଟିକ୍ସିଡେଣ୍ଟ ରହିଛି l ଡାଳଚିନିର ମୁଖ୍ୟ ଉତ୍ପତି ସ୍ଥାନ ଶ୍ରୀଲଙ୍କା ଅଟେ ,ଏହାକୁ ଆବିଷ୍କାର କରିଥିଲେ ଜଣେ ପର୍ତୁଗିଜ ବ୍ୟକ୍ତି l ଡାଲଚିନି ଗଛର ଛାଲିକୁ ମସଲା ଭାବରେ ବ୍ୟବହାର କରାଯାଏ l

* ମସ୍ତିସ୍କର କାର୍ଯ୍ୟକ୍ଷମତା ବଢାଏ ଡାଲଚିନି ଚା -ଡାଲଚିନି ଉପରେ ହୋଇଥିବା ଗବେଷଣାରୁ ଜଣା ପଡିଛି ଯେ ଡାଲଚିନି ସେବନ କରିବା ଦ୍ୱାରା ମାନସିକ ସ୍ତର ସନ୍ତୁଳନ ରହିଥାଏ l ବିଶେଷଜ୍ଞଙ୍କ ମତରେ ଡାଳଚିନିରେ ରହିଥିବା ଅଦ୍ଭୁତ ସୁଗନ୍ଧକୁ ଆଘ୍ରାଣ କରିବା ଦ୍ୱାରା ମସ୍ତିସ୍କ କାର୍ଯ୍ୟ କରିବାକୁ ସକ୍ରିୟ ହୋଇଯାଏ l ଡାଲଚିନିରେ ରହିଥିବା ଆଣ୍ଟିଅକ୍ସିଡେଣ୍ଟ ଗୁଣ ଦ୍ୱାରା ପାର୍କିନ୍ସନ ଓ ଅଲଜାଇମର ଯେପରି ମାନସିକ ସମ୍ବଧୀୟ ରୋଗକୁ କିଛି ପରିମାଣରେ ସୁସ୍ଥ କରିବା ପାଇଁ ସାହାଯ୍ୟ କରିଥାଏ l ଏକ ଅଧୟନ ଅନୁସାରେ ଜଣl ପଡିଛି ଯେ ପରୀକ୍ଷା ସମୟରେ ମନ ବିଚଳିତ ଲାଗୁଥିଲେ ଡାଲଚିନି ଚା ପିଇବା ଦ୍ୱାରା ମନ ଶାନ୍ତ ରହିଥାଏ l

* ଡାଲଚିନି ସେବନ କଲେ ରକ୍ତ ସଂଚାଳନ ଠିକରେ ହୋଇଥାଏ -ଡାଲଚିନିରେ କୌମାରୀନ ନାମକ ଏକ ଯୌଗିକ ରହିଛି ,ଯାହା ଦ୍ୱାରା ରକ୍ତ ପତଳା ହୋଇଥାଏ l ଯାହା ଫଳରେ ପୁରା ଶରୀରରେ ରକ୍ତ ସଂଚାଳନ ଠିକରେ ହୋଇଥାଏ l ଶରୀରରେ ରକ୍ତର ପ୍ରଭାବ ବଢିବା ପାଇଁ ଦିନକୁ ଥରଟିଏ ଡାଲଚିନି ଚା ପିଇବା ଆବଶ୍ୟକ l ଡାଲଚିନିକୁ ବିଶେଷଜ୍ଞ ମାନେ ଏକ ପ୍ରାକୃତିକ ବ୍ଲଡଥିନର ବୋଲି କହିଛନ୍ତି l

* ଡାଲଚିନି ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରେ -ଏକ ଗବେଷଣାରୁ ଜଣl ଯାଇଛି ଯେ ଡାଲଚିନି ସର୍ଦି ,ଥଣ୍ଡା ଓ କାଶ ଇତ୍ୟାଦି ବିଭିନ୍ନ ସଂକ୍ରମଣରୁ ଦୁରେଇ ରଖିଥାଏ l ଡାଲଚିନି ଗୁଣ୍ଡକୁ ଏକ ଚାମଚ ଲେଖା ଦିନକୁ ଦୁଇଥର ଉଷୁମୁ କ୍ଷୀର କିମ୍ବା ଗରମ ପାଣିରେ ମିଶାଇ ପିଇଲେ ସଂକ୍ରମଣ ଠିକ ହୋଇଥାଏ l ଆୟୁର୍ବେଦ ଅନୁସାରେ ମହୁକୁ ଡାଲଚିନି ଗୁଣ୍ଡ ସହିତ ଖାଇଲେ କଫ ଓ କାଶ କମ ହୋଇଥାଏ l ଏହା ଦିନକୁ ଦୁଇଥର ଖାଇବା ଆବଶ୍ୟକ l

* ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ନିବୃତ କରେ -ସାଇଟୋକିନ୍ସ ମାତ୍ର ଅଧିକ ହେଲେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେବାର ସମ୍ଭାବନା ଥାଏ l ଡାଲଚିନିରେ ସାଇଟୋକିନ୍ସ କୁ କମ କରିବାର କ୍ଷମତା ରହିଛି l ଆୟୁର୍ବେଦରେ କୁହାଯାଇଛି ଏକ ଚାମଚ ମହୁ ସହିତ ଅଧା ଚାମଚ ଡାଲଚିନି ଗୁଣ୍ଡ ମିଶାଇ ଖାଇବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ ହୋଇଥାଏ l ଏହି ମିଶ୍ରଣକୁ ନିୟମିତ ଭାବରେ ଏକ ମାସ ପର୍ଯ୍ୟନ୍ତ ସେବନ କରିବା ଆବଶ୍ୟକ l

* ତ୍ୱଚାପାଇଁ ଡାଲଚିନିର ବ୍ୟବହାର- ଡାଲଚିନି ମୁହଁରେ ହେଉଥିବା ବ୍ରଣ ପାଇଁ ଅତ୍ୟନ୍ତ ଉପଯୋଗୀ l ଡାଲଚିନିର କାମ ହେଲା ତ୍ୱଚାରୀ ମୃତ କୋଷିକା ଗୁଡିକୁ କାଢି ତ୍ୱଚାରେ ଚମକ ଆଣିବା l ତିନି ଚାମଚ ମହୁରେ ଏକ ଚାମଚ ଡାଲଚିନି ଗୁଣ୍ଡ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ,ମୁହଁରେ ବ୍ରଣ ହୋଇଥିବା ସ୍ଥାନରେ ଏହାକୁ ଲଗାଇ ୨0 ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ l ୨0 ମିନିଟ ପରେ ମୁହଁକୁ ଧୋଇ ନିଅନ୍ତୁ ଏହିପରି ଭାବରେ ସପ୍ତାହ କୁ ଥରଟିଏ କରନ୍ତୁ ଏପରି କରିବା ଦ୍ୱାରା ମୁହଁରୁ ବ୍ରଣ ଶୁଖିବା ସହିତ ତ୍ୱଚାରେ ଚମକ ଆସିବ l

Leave A Reply