Odisha news

ପାଣିକୋଇଲି : ପାରିବାରିକ କଳହରୁ ଦମ୍ପତିଙ୍କ ହଣାକଟା, ଗୁରୁତର ଅବସ୍ଥାରେ ଉଭୟ କଟକ ସ୍ଥାନାନ୍ତରୀତ

0

ପାଣିକୋଇଲି  :  ପାଣିକୋଇଲି ଥାନା ଅନ୍ତର୍ଗତ ଖମଣ ପଂଚାୟତ ବଢ଼େଇ ଟିକର ଗ୍ରାମରେ ପାରିବାରିକ କଳହରୁ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ ଘଟଣାକୁ କେନ୍ଦ୍ର କରି ୍ରଦମ୍ପତିଙ୍କ ମଧ୍ୟରେ ହଣାକଟା ହୋଇ ଉଭୟ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ପରିସ୍ଥିତି ଏପରି ସାଂଘାତିକ ହୋଇଥିଲା ଯେ, ଉଭୟଙ୍କ ମଧ୍ୟରେ ହଣାକଟା ହୋଇ ଲହୁ ଲୁହାଣ ହୋଇଥିଲେ । ଏଥିରେ ସ୍ୱାମୀଙ୍କ ଅବସ୍ଥା ଏତେ ଗୁରୁତର ହୋଇ ତାଙ୍କ ଅନ୍ତବୁଜୁଲା ବାହାରକୁ ବାହାରି ପଡ଼ିଥିବା ବେଳେ ସ୍ତ୍ରୀଙ୍କର ମଧ୍ୟ କେତେକ ସ୍ଥାନରେ ଗଭୀର ଆଘାତ ଲାଗିଛି । ଉଭୟଙ୍କ ସଙ୍କଟାପନ୍ନ ଥିବାରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇଥିଲେ । ସେଠାରେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେଉାଇଥିଲେ ବି ମୁଖ୍ୟ ଫାଟକରେ ତାଲା ପକାଇ ହଣାହଣି ହୋଇଥିଲେ । ସ୍ଥାନୀୟ ଲୋକେ ଫାଟକର ତାଲା ଭାଙ୍ଗି ମୃମୂର୍ଷ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ପଠାଇଥିଲେ । ଖବର ପାଇ ପୁଲିସ ୍ ମଧ୍ୟ ତତ୍କ୍ଷଣାତ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି । ସୂଚନା ମୁତାବକ, ପ୍ରକାଶଯେ ଗୁରୁବାର ସନ୍ଧ୍ୟା ସମୟରେ ଶଙ୍ଖଚିଲା ବଢ଼େଇ ଟିକର ଗ୍ରାମର ଲକ୍ଷ୍ମୀଧର ମାଝୀଙ୍କ ଓ ତାଙ୍କ ସ୍ତ୍ରୀ ନୟନୀ ମାଝୀଙ୍କ ମଧ୍ୟରେ ଘରର ସାମାନ୍ୟ କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଧିରେଧିରେ ପରିସ୍ଥିତି ଉଗ୍ରରୂପ ନେଇଥିଲା । ଘରର ମୁଖ୍ୟ ଫାଟକ ଗ୍ରୀଲରେ ଭିତରୁ ପଟୁ ତାଲା ପକାଇ ଉଭୟେ ହଣାକଟା ଲାଗିଥିଲେ ।

ଲକ୍ଷ୍ମୀଧର କୌଣସି କାରଣରୁ ହଠାତ୍ ଉତେଜିତ ହୋଇ ସ୍ତ୍ରୀକୁ ଆକ୍ରମଣ କରିବା ସହିତ ନିଜେ ନିଜର ପେଟକୁ ଏକ ଧାରୁଆ ଅସ୍ତ୍ରରେ ଭୁସି ଦେଇଥିଲେ ଓ ପେଟର ଅନ୍ତବୁଜୁଳା ବାହାରକୁ ବାହାରି ପଡ଼ିଥିଲା । ଘର ଭିତରେ ଏଭଳି ଅଭାବନୀୟ ଘଟଣା ଘଟିଥିଲେ ବି ବାହାର ଲୋକେ ଜାଣି ପାରିନଥିଲେ । ଏମାନଙ୍କ ଚିକ୍ରାର ଶୁଣି ଗାଁଲୋକେ ଘର ନିକଟକୁ ଦୌଡ଼ିଥିଲେ । ହେଲେ ଘରର ଭିତର ପଟରୁ ଗ୍ରୀଲରେ ତାଲା ପଡ଼ିଥିବାରୁ ଘର ଭିତରକୁ ପଶି ପାରିନଥିଲେ । କିଛି ସମୟ ପରେ ଗ୍ରୀଲ ତାଲା ଭାଙ୍ଗି ଘର ଭିତରକୁ ପଶି ଉଭୟ ମୃମୁର୍ଷ ଅବସ୍ଥାରେ ପଡ଼ିଥିôବା ଦେଖିଥିଲେ । ଘଟଣା ସମ୍ପର୍କରେ ଗାଁଲୋକ ପାଣିକୋଇଲି ପୁଲିସକୁ ଖବର ଦେବା ସହିତ ୧୦୮ ଆମ୍ବୁଲାନ୍ସୁକୁ ଜଣାଥିଲେ । ଆମ୍ବୁଲାନ୍ସ ଗ୍ରାମରେ ପହଂଚିବା ସହିତ ପୁଲିସ ବି ଗ୍ରାମରେ ପହଂଚି ଲକ୍ଷ୍ମୀଧର ଓ ନୟନୀଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ତେବେ ଏହି ଘଟଣାଟି ସ୍ଥାନୀୟ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଥିଲେ ବି ପରିବାରିକ ଅଭାବରୁ ଏଭଳି ଉପୁଜିଛି । ଲକ୍ଷ୍ମୀଧର ଅଭାବ ଅନାଟନରେ ଗତି କରୁଥିବାରୁ ତାଙ୍କର ମାନସିକ ଅବସ୍ଥା ଭଲ ନଥିଲା । ଯେଉଁଥିପାଇଁ ଭାରସାମ୍ୟ ହରାଇ ଏଭଳି କରିଥିବା ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି ।

Leave A Reply