ନୂଆଦିଲ୍ଲୀ : ନେପାଳର ନିଜ ପାର୍ଟି ଦ୍ୱାରା ନିଷ୍କାସିତ ହେବାପରେ ସରିତା ଗିରି ଗୁରୁବାର ଦିନ ଉପଚାରିକ ଭାବରେ ବର୍ଖାସ୍ତ କରି ଦିଆଗଲା l ଗତ କିଛିଦିନ ହେଲା ନକ୍ସା ବିବାଦକୁ ନେଇ ଭାରତୀୟ ପକ୍ଷରେ ମତ ରଖୁଥିବା ସଂସଦ ସରିତା ଗିରିଙ୍କୁ ସମାଜବାଦୀ ପାର୍ଟି ପଦରୁ ନିଲମ୍ବିତ କରିଛି l ଯାହା ଦ୍ୱାରା ତାଙ୍କର ସଂସଦ ସଦସ୍ୟତା ପଦ ମଧ୍ୟ ଚାଲିଯାଇଛି l ଭାରତ ସହିତ ନକ୍ସା ବିବାଦକୁ ନେଇ ସରିତା ଗିରି ଆରମ୍ଭରୁ ନେପାଳ ସରକାଙ୍କୁ ଖୋଲା ବିରୋଧ କରୁଥିଲେ ,ଯାହାର ପରିଣାମ ତାଙ୍କୁ ଭୋଗିବାକୁ ପଡିଲା l
ନେପାଳ ସମ୍ବିଧାନ ଅନୁସାରେ ଯଦି କୌଣସି ପାର୍ଟି ନିଜ ଦଳର କୌଣସି ସଂସଦକୁ ପାର୍ଟିରୁ ବାହାର କରିଦିଏ ତେବେ ସ୍ପିକର ମଧ୍ୟ ଏଥିରେ ସହଯୋଗ କରିଥାନ୍ତି l ସରିତା ଗିରିଙ୍କ ସମାଜବାଦୀ ପାର୍ଟି ନକ୍ସା ବିବାଦକୁ ନେଇ ଭାରତ ପକ୍ଷରେ ମତ ଦେଇଥିବା ହେତୁ ପାର୍ଟିରୁ ବାହାର କରିଛି ବୋଲି କହିଛି l ଯାହା ଉପରେ ଆଜି ନେପାଳ ସଂସଦର ସ୍ପିକର ମତ ଦେଲେଯେ ସରିତା ଗିରି ଭାରତ ସପକ୍ଷରେ ମତରଖି ଭୁଲ କରିଛନ୍ତି l ନିକଟରେ ସରିତା ଗିରି ସଂସଦରେ ନେପାଳୀ ସମ୍ବିଧାନ ସଂଶୋଧନକୁ ବିରୋଧ କରିଥିଲେ l ନେପାଳ ସରକାରଙ୍କ ଦ୍ୱାରା ନୂଆ ନକ୍ସାକୁ ସମ୍ବିଧାନର ଅଂଶ କରିବା ପାଇଁ ଅଣା ଯାଇଥିବା ସମ୍ବିଧାନ ସଂଶୋଧନ ପ୍ରସ୍ତାପ ଉପରେ ଅଲଗା ଭାବରେ ନିଜର ସଂଶୋଧନ ପ୍ରସ୍ତାବକୁ ଉପସ୍ଥାପନ କରିବା ସହିତ ନୂଆ ପ୍ରସ୍ତାବକୁ ଖାରଜ କରିବା ପାଇଁ ଦାବି ରଖିଥିଲେ l