ପଟ୍ଟାମୁଣ୍ଡାଇ : ସଂପ୍ରତି ମହାମାରୀ କରୋନା ଯୋଗୁଁ ସମଗ୍ର ଦେଶ ଆର୍ଥôକ ଦୁଃସ୍ଥିତି ଦେଇ ଗତି କରୁଛି । ଜୀବନଜୀବିକା ସଂକଟାପନ୍ନ ହୋଇପଡିଛି । ଚାଷୀ ଓ ଚାଷକୁ ରକ୍ଷା କରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି । କୃଷି ପ୍ରଧାନ ରାଜ୍ୟରେ ଚାଷ ଓ ଚାଷୀଙ୍କୁ ସୁରକ୍ଷା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାପକ ଯୋଜନା ହାତକୁ ନେଇଛନ୍ତି । କରୋନା ମୁକାବିଲା ସହ ଚାଷ ଓ ଚାଷୀର ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଚାଷୀଙ୍କ ବିକାଶ କ୍ଷେତ୍ରରେ କୃଷି ବିଭାଗ ସହ ସମବାୟ ବିଭାଗ ବିଶେଷ କରି ସମବାୟ ସମିତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପଟ୍ଟାମୁଣ୍ଡାଇ ଅଚଂଳରେ କରୋନା ମହାମାରୀ ଯୋଗୁଁ ଚାଷ ଓ ଚାଷୀ ସଂକଟରେ ପଡିଛନ୍ତି । ଧୋୟାଚଂଳର ଚାଷୀମାନେ ବିଭିନ୍ନ ପ୍ରକାର ଫସଲ କରି ଆର୍ଥôକ ଭାବେ ସଶକ୍ତ ହୋଇଥିଲେ ମଧ୍ୟ କରୋନା ମହାମାରୀ ଚାଷୀର ଜୀବନ ଓ ଜୀବିକା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।
ଜୀବନର ସୁରକ୍ଷା ସହ ବେଉସା ବଚାଂଇବା କାଠିକର ପାଠ ହୋଇପଡିଛି । ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଅଧିନରେ ଥିବା ଅଣ୍ଢରା ସମବାୟ ସମିତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସମବାୟ ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଜିତ ମଲ୍ଲିକଙ୍କ ନେତୃତ୍ୱରେ ସମବାୟ ସମିତିର କର୍ମଚାରୀମାନେ କରୋନା ମୁକାବିଲା ସହ ସରକାରଙ୍କ ଚାଷୀ କଲ୍ୟାଣ ଯୋଜନା ତୃଣମୂଳ ସ୍ତରରେ ପହଁଚାଇବା ପାଇଁ ପୁରା ଦମରେ ଲାଗିପଡିଛନ୍ତି । ଋଣ ଆଦାୟ ଓ ଋଣ ମଞୁରୀ ବ୍ୟତୀତ ଚାଷୀଙ୍କ ଜୀବନ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ସମବାୟ ସମିତି ପକ୍ଷରୁ କରୋନା ସଚେତନ କାର୍ଯ୍ୟକ୍ରମ ଜାରି ରହିଛି । ସମବାୟ ସମିତି ମଧ୍ୟରେ ସାମାଜିକ ଦୁରତ୍ୱକୁ କଡାକଡି ଭାବେ ପାଳନ କରାଯାଉଛି । ଚାଷୀଙ୍କ ଋଣ ଆବେଦନପତ୍ରକୁ ବିଭାଗୀୟ ମଞୁରୀ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଇଛି । ଯାହାଫଳରେ କରୋନା ମହାମାରୀ ଭଳି ସଂକଟଜନକ ସ୍ଥିତିରେ ପ୍ରଶଂସା ସାଉଁଟିବା ସହିତ ଚାଷୀମାନଙ୍କର ବିଶ୍ୱାସଭାଜନ ହୋଇପାରିଛି ।