Odisha news

ପଟ୍ଟାମୁଣ୍ଡାଇ ତେଲେଙ୍ଗାବସନ୍ତରେ କରୋନା ଆକ୍ରାନ୍ତ ଚିହ୍ନଟ ; କୋଭିଡ ହସ୍ପିଟାଲରେ ଭର୍ତି

0

ପଟ୍ଟାମୁଣ୍ଡାଇ : ସଂପ୍ରତି ମହାମାରୀ କରୋନାକୁ ନେଇ ସମଗ୍ର ଓଡିଶାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ପ୍ରବାସୀଙ୍କ ଓଡିଶା ଆଗମନ ପରେ ସ୍ଥିତି ବିଗିଡିବାରେ ଲାଗିଛି ।

କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାର୍ଙ୍କ କଠୋର ପଦକ୍ଷେପ ଯୋଗୁଁ ଅନ୍ୟାନ୍ୟ ଜିଲ୍ଲା ଅପେକ୍ଷା କେନ୍ଦ୍ରାପଡା ଜିଲ୍ଲାରେ କରୋନା ସଂକ୍ରମଣକୁ ଅନେକାଂଶରେ ରୋକାଯାଇପାରିଛି ।

ଅନ୍ୟାନ୍ୟ ଜିଲ୍ଲା ଅପେକ୍ଷା କେନ୍ଦ୍ରାପଡା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ କମ ରହିଛି । ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡିହାପଡା ପଚାଂୟତ ତେଲେଙ୍ଗାବସନ୍ତ ସଙ୍ଗରୋଧ କେନ୍ଦ୍ରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ରାଜ୍ୟ ବାହାରୁ ଆସିଥିବା ଏହି ପ୍ରବାସୀଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିବା ପରେ ପ୍ରଶାସନ ପକ୍ଷରୁ ତହସିଲଦାର ଶରତ କୁମାର ଗିରି, ଆଇଆଇସି ରାକେଶ କୁମାର ତ୍ରିପାଠୀ ଘଟଣାସ୍ଥଳରେ ପହଁଚି ସଂପୃକ୍ତ କରୋନା ଆକ୍ରାନ୍ତଙ୍କୁ ଚିକିସôା ପାଇଁ କୋଭିଡ ହସ୍ପିଟାଲ ପଠାଇଛନ୍ତି ।

ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନଜରିଆ ସଙ୍ଗରୋଧକେନ୍ଦ୍ରରେ ଥିବା ୩୦୦ ପ୍ରବାସୀମାନଙ୍କ ସ୍ୱାବ ସଂଗ୍ରହ କରାଯାଇ ପଠାଯାଇଛି । ଏହି ସ୍ୱାବ ସଂଗ୍ରହ ସମୟରେ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ମୁଖ୍ୟ ଚିକିସôାଧିକାରୀ ଡା. ନିରାକାର ପରିଡା , ପଟ୍ଟାମୁଣ୍ଡାଇ ବିଡିଓ  ଭରତ ଚନ୍ଦ୍ର ପରିଡା, ତହସିଲଦାର ଶରତ କୁମାର ଗିରି, ସାନଜରିଆ ସରପଚଂ ରଶ୍ମିତା ବାରିକ, ଅଙ୍ଗନବାଡି, ଆଶା ଓ ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତି ରହି ସ୍ୱାବ ସଂଗ୍ରହରେ ସହଯୋଗ କରିଥିଲେ ।

Har Ghar Tiranga

Leave A Reply