Odisha news

ମାର୍ଶାଘାଇ : ଜିଲ୍ଲାପାଳଙ୍କ କଣ୍ଟେନମେଣ୍ଟ ଜୋନ ଓ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ , ୩ଟି ଦୋକାନ ହେଲା ସିଲ

0

ମାର୍ଶାଘାଇ :  ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ମାର୍ଶାଘାଇ ଗ୍ରସ୍ତ କରି ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ମାର୍ଶାଘାଇ ବଜାର , ବ୍ଲକର ରାଘବପୁର ପଞ୍ଚାୟତର କଣ୍ଟେନ ମେଣ୍ଟ ଜୋନ ପରିଦର୍ଶନ କରିଥିଲେ । ଜିଲ୍ଲାପାଳ ଶ୍ରୀବର୍ମା ମାର୍ଶାଘାଇ ବଜାରରେ ନିଜେ ଚାଲି ଚାଲି ବୁଲିବା ସହ ମାସ୍କ ବ୍ୟବହାର କରିବା ଏବଂ ସାମାଜିକ ଦୂରତା ରକ୍ଷା କରି କିଣାବିକା କରିବାକୁ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି ସମୟରେ ମାର୍ଶାଘାଇ ବଜାରର ୩ ଗୋଟି ବ୍ୟବସାୟୀ ପ୍ରତିଷ୍ଠାନ କୋଭିଡ ନିୟମ ପାଳନ କରୁ ନ ଥିବା ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ଏହି ୩ ଟି ଦୋକାନକୁ ସିଲ କରିବାକୁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି ।

ଏକ ପୂଜାସାମଗ୍ରୀ ଦୋକାନ,ପୋଷ୍ଟ ଅଫିସ ନିକଟରେ ଥିବା ଏକ ଡ୍ରେସ ଦୋକାନ ଏବଂ ଲୁହାକଣ୍ଟା ଦୋକାନକୁ ସିଲ କରିବାକୁ ମାର୍ଶାଘାଇ ତହସିଲଦାର ନିରଂଜନ ସାହୁଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହା ପରେ ମାର୍ଶାଘାଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ କୋଭିଡ କର୍ଣ୍ଣର ବୁଲି ଦେଖିଥିଲେ ଏବଂ ଉପସ୍ଥିତ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହିତ ଆଲୋଚନା କରିଥିଲେ ।

ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ନିୟମ ପାଳନ ପ୍ରତି ଗୁରୁତ୍ୱ ଦେଇ କଡା ନଜର ରଖିବାକୁ ଥାନାଧିକାରୀ କାଳନ୍ଦୀ ବେହେରାଙ୍କୁ ପରାମର୍ଶ ଦେଇଥିଲେ ।ଏହା ପରେ ଦୁଇ ଦିନ ତଳେ ଏହି ବ୍ଲକ ଅନ୍ତର୍ଗତ ରାଘବପୁର ପଂଚାୟତ ହଜାରୀପାଟଣା କଂଟେନମେଂଟ ଜୋନ ଅଂଚଳ ବୁଲି ଯାଇଥିଲେ । ସେହି ଗ୍ରାମରୁ ଚିହ୍ନଟ ଆକ୍ରାନ୍ତଙ୍କ ପରିବାରକୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଗ୍ରାମବାସୀ ଏବଂ ସ୍ଥାନୀୟ ସରପଂଚ ଭାରତୀ ଜେନାଙ୍କ ସହିତ ଆଲୋଚନା କରିବା ସହିତ ଘରକୁ ଘର ବୁଲି ଆକ୍ଟିଭ ସର୍ଭେଲାନ୍ସ କାର୍ଯ୍ୟରେ ନିୟୋଜିତ ଏଏନଏମ,ଅଙ୍ଗନଓାଡି କର୍ମୀ,ଆଶା କର୍ମୀମାନଙ୍କ ସହିତ ଆଲୋଚନା କରିଥିଲେ ।ଏହା ପରେ ଡାକ୍ତର ଗୈାରିଶଂକର ଦାଶଙ୍କ ସହିତ ପଂଚାୟତର ସଙ୍ଗରୋଧ କେନ୍ଦ୍ର ବୁଲି ଦେଖିଥିଲେ । ପଂଚାୟତ କାର୍ଯ୍ୟାଳୟ ନିକଟରେ ନିର୍ମାଣାଧିନ ପାର୍କ,ଲାଇବ୍ରେରୀ ଗୃହ ନିର୍ମାଣ କାର୍ଯ୍ୟ ବୁଲି ଦେଖି ଶୀଘ୍ର ନିର୍ମାଣ ସାରିବାକୁ ପରାମର୍ଶ ଦେଇଥିଲେ । ଏହା ପରେ ଜିଲ୍ଲାପାଳ ଶ୍ରୀବର୍ମା ବନ୍ଧକଟା ପଂଚାୟତର ସଙ୍ଗରୋଧ କେନ୍ଦ୍ର ଏବଂ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିବା ଜଣାପଡିଛି ।

Leave A Reply