Odisha news

ବୋରିଗୁମ୍ମା ବ୍ଲକରେ ୭୬୬ ଜଣ କ୍ୱାରେନଟାଇନ ସେଣ୍ଟର ରୁ ନିଜ ଘର କୁ ଫେରିଲେ: ବର୍ତ୍ତମାନ କ୍ୱାରେନଟାଇନରେ ଅଛନ୍ତି ୧୩୩ ଜଣ।

0
ବୋରିଗୁମ୍ମା (କେ.ସାକିଲି ଦୋରା) : ମହାମାରୀ କରୋନା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରବାସୀ ଓଡ଼ିଆ ମାନଙ୍କୁ ନିଜ ଘରକୁ ଫେରିବା ପାଇଁ ଯୋଜନା କରିଛନ୍ତି। ଯେଉଁ ପ୍ରବାସୀ ଓଡିଆମାନେ ବାହାର ରାଜ୍ୟରେ କାମ କରୁଥିବେ,ସେମାନେ ଚାହିଁଲେ ନିଜ ରାଜ୍ୟ କୁ ଫେରିପାରିବେ। ନିଜ ରାଜ୍ୟ କୁ ଫେରି ନିଜ ଜିଲ୍ଲାର ପଂଚାୟତରେ ୧୪ ଦିନ ପାଇଁ ସରକାରୀ କ୍ୱାରେନଟାଇନ ଗୃହ ରେ ରହିବେ। ଗତ ତିନି ମାସ ମଧ୍ୟରେ ବୋରିଗୁମ୍ମା ବ୍ଲକ ରେ ଥିବା ବିଭିନ୍ନ କ୍ୱାରେନଟାଇନ ସେଣ୍ଟର ରୁ ୧୪ ଦିନ ରହି ଏଯାବତ ୭୬୬ ଜଣ ପ୍ରବାସୀ ଓଡ଼ିଆ ନିଜ ନିଜ ଘରକୁ ଫେରିଛନ୍ତି।
ବର୍ତ୍ତମାନ ବୋରିଗୁମ୍ମା ବ୍ଲକର ବିଭିନ୍ନ କ୍ୱାରେନଟାଇନ ସେଣ୍ଟର ରେ ୧୩୩ଜଣ ରହିଥିବା ବ୍ଲକ ପ୍ରଶାସନ ସୂଚନା ପ୍ରଦାନ କରିଛନ୍ତି। ବୋରିଗୁମ୍ମା ବ୍ଲକ ର ଅଂଚଲା ପଞ୍ଚାୟତ ରୁ ୫୧ ଜଣ,ଆଉଁଳି ରୁ ୨୨ ଜଣ, ବି ସିଂହପୁର ରୁ ୪୩ ଜଣ, ବାଣ୍ଡି ଗୁଡା ରୁ ୧୩ ଜଣ, ବେଣା ଗାଁ ରୁ ୩୦ ଜଣ, ବେଣାସୁର ରୁ ୩୭ ଜଣ, ବିଜାପୁର ରୁ ୧୨ ଜଣ, ବୋଡି ଗାଁ ରୁ ୪୨ ଜଣ, ବୋରିଗୁମ୍ମା ରୁ ୫୮ ଜଣ, ଚମ୍ପାପଦର ରୁ ୩ ଜଣ, ଡେଙ୍ଗପଦର ରୁ ୨୪ ଜଣ, ଗୁଜୁନିଗୁଡା ରୁ ୯ ଜଣ, ଗୁମୁଡା ରୁ ୨୦ ଜଣ, ହରଡ଼ାଗୁଡା ରୁ ୬ ଜଣ, ହରଦଳି ରୁ ୪୮ ଜଣ, ଜୁଝାରୀ ରୁ ୭ ଜଣ, କାମରା ରୁ ୩୫ ଜଣ,କାମତା ରୁ ୧୯ ଜଣ, କାଠରଗଡା ରୁ ୪୧ ଜଣ, କଣା ଗାଁ ରୁ ୨୨ ଜଣ, କୁମୁଲି ରୁ ୨୨ ଜଣ, ମାଲଦା ରୁ ୯ ଜଣ, ମୁଂଜା ରୁ ୨୦ ଜଣ, ନାରୀଗାଁ ରୁ ୨୪ ଜଣ, ନୂଆଗାଁ ରୁ ୧୦ ଜଣ, ପଣ୍ଡସଗୁଡା ରୁ ୨୬ ଜଣ, ରଣସପୁର ରୁ ୪୦ ଜଣ, ସାନ ପରିଆ ରୁ ୧୨ ଜଣ, ସର୍ଗିଗୁଡା ରୁ ୯ ଜଣ, ସେମାଲାଗୁଡା ରୁ ୧୯ ଜଣ, ସସାହାଣ୍ଡି ପଞ୍ଚାୟତ ରୁ ୨୮ ଜଣ ପ୍ରବାସୀ ଓଡ଼ିଆ କ୍ୱାରେନଟାଇନ ସେଣ୍ଟର ରୁ ନିଜ ଘର କୁ ଫେରିଛନ୍ତି।
ଘରକୁ ଫେରିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ପର୍ଯ୍ୟାୟ କ୍ରମେ  ୨ ହଜାର ଟଙ୍କା ପ୍ରଦାନ କରାଯାଇଛି ବୋଲି ବିଡିଓ ପ୍ରଣୟ ରଂଜନ ବେହେରା ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି କୌଣସି ପ୍ରବାସୀ ଓଡ଼ିଆ ମାନେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତ  ନ ଥିବା ବ୍ଲକ ତରଫରୁ ସୂଚନା ପ୍ରଦାନ କରାଯାଇଛି।
Ad2
Leave A Reply