Odisha news

ବାଲିଗୁଡା : ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା :ଦୁର୍ଘଟଣାରେ ବାପ-ଝିଅଙ୍କ ମୃତ୍ୟୁ , ଚାଳକ ଗୁରୁତର

0
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଜକିକିଆ ନିକଟ ୫୯ନଂ.  ଜାତୀୟ ରାଜପଥରେ  ସୋମବାର ଅପରାହ୍ନରେ ଦୁଇ ବାଇକର  ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣାରେ ବାପ- ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ବାଇକ ର ଚାଳକ ଗୁରୁତର ହୋଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି l
ପ୍ରକାଶଯେ, ପାରିଗଡ଼ରୁ ସାରଙ୍ଗଡ଼ ପଞ୍ଚାୟତ ସଲାଗୁଡ଼ା ଗ୍ରାମକୁ ଏକ ବାଇକ ରେ  ବାପା ବିପ୍ରବର ସାହୁ, , ଝିଅ ବାସନ୍ତୀ ସାହୁ ଯାଉଥିଲେ ଅପର ପକ୍ଷରୁ ଆଉ ଏକ ବାଇକ ସହ ମୁହାଁ ମୁହିଁ ଧକ୍କା ହୋଇ ଏପରି ଦୁର୍ଘଟଣା ହୋଇଥିଲା l ଦୁଇଟି ଯାକ ବାଇକ ଦ୍ରୁତଗତିରେ ଚଳାଉଥିବା ଯୋଗୁଁ   ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ବୋଲି ବାଲିଗୁଡା ଥାନା ପୋଲିସ୍ ପ୍ରାଥମିକ ତଦନ୍ତରୁ ଜାଣିପାରି ତଦନ୍ତ ଅବ୍ୟାହତ ରଖିଛି l
Leave A Reply