Odisha news

ଅନୁଗୁଳ ଜିଲ୍ଲାକୁ ସଟ୍ ଡାଉନ୍ ଘୋଷଣା କରାଗଲା

0

ଅନୁଗୁଳ: ଶୁକ୍ରବାର ଅନୁଗୁଳ ଜିଲ୍ଲାରେ ଦିନକରେ ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଜିଲ୍ଲାକୁ ଚଳିତ ମାସପାଇଁ ପ୍ରତ୍ୟେକ ସପ୍ତାହର ଶେଷ ଦୁଇଦିନ (ଶନିବାର ଓ ରବିବାର) କୁ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସଟ୍ ଡାଉନ୍ ଘୋଷଣା କରିଛନ୍ତି । ସପ୍ତାହର ଅନ୍ୟ ୫ ଦିନ ପାଇଁ ସମସ୍ତବ୍ୟବସାୟୀକ ଅନୁଷ୍ଠାନ ଗୁଡିକ ସକାଳ ୭.୦୦ ଟାରୁ ଦିନ ୨.୦୦ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହି ସଟ୍ ଡାଉନ୍ ସମୟରେ ସମସ୍ତ ଅଣ-ଅତ୍ୟାବଶ୍ୟକୀୟ କ୍ରିୟାକଳାପ ବନ୍ଦ ରହିବା ସହିତ କ୍ରିୟାକଳାପ ଗୁଡିକ ଚାଲୁ ରହିବ ।

ସମସ୍ତ ଔଷଧ ଦୋକାନ, କ୍ଲିନିକ୍, ନର୍ସିଂହୋମ ସହ ଆମ୍ବୁଲାନ୍ସ ସେବା,ଜିଲ୍ଲା ଏବଂ ପୋ÷ରପରିଷଦ ପ୍ରଶାସନ/ପୁଲିସ/ଅଗ୍ନିଶମ ସେବା, ଜରୁରୀ ସେବାରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ, ଟେଲିକମ୍ ସେବା, ପ୍ରିଟଂ ଓ ଇଲୋକ୍ଟ୍ରାନିକସ ମିଡିଆ, ଜଳ ଯୋଗାଣ, ପରିମଳ ଓ ସ୍ୱେରେଜ କର୍ମୀ, ବିଦ୍ୟୁତ୍ ଯୋଗାଣ ଏବଂ ବଟଂନ, ମାଲ ପରିବହନ ଗାଡି (ଲୋଡେଡ ଓ ଖାଲି), ଶିଳ୍ପ ସଂସ୍ଥା, କାରଖାନା ଓ ନିର୍ମାଣ କାର୍ଯ୍ୟ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ପଶୁ ପାଳନ ସମ୍ବନ୍ଧୀୟ କାର୍ଯ୍ୟ, ହୋଟେଲ ଏବଂ ସେଠାରେ କାର୍ଯ୍ୟରତ କର୍ମଚାରୀ, ରେଳ ଯାତାୟାତ, ରାଜପଥରେ ସଡକ ପରିବହନ, ରେଳ ଷ୍ଟେସନ, ହସ୍ପିଟାଲ ଓ ବସ ଷ୍ଟାଣ୍ଡକୁ ସରକାରୀ ଓ ବେସରକାରୀ ଗାଡି ଯାତାୟାତ, ପେଟ୍ରୋଲ ପମ୍ପ ପ୍ରଭୃତି କ୍ରିୟାକଳାପ ଗୁଡିକ ଚାଲୁ ରହିବ ।

କରୋନା ସଂକ୍ରମଣର ଭୟାଭୟତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଜନ ସାଧାରଣଙ୍କ ସୁବିଧାମତେ ସମସ୍ତ ପ୍ରକାର ଆନୁସଙ୍ଗୀକ ଅତ୍ୟାବଶ୍ୟକୀୟ ସେବା ଯୋଗାଇ ଦିଆଯାଉଛି । ସରକାରଙ୍କ ଦ୍ୱାରା ପ୍ରଣୀତ ନିୟମାବଳୀକୁ ମାନି ସମସ୍ତେ ସାମାଜିକ ଦୂରତା ଅବଲମ୍ବନ ସହ ହାତ ଧୋଇବା ଓ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । ଜନ ସାଧାରଣ ଆତଙ୍କିତ ନ ହୋଇ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ସମର୍ଥନ ଜଣାଇ ନିଜେ ସୁରକ୍ଷିତ ରୁହନ୍ତୁ ଓ ଅନ୍ୟକୁ ସୁରକ୍ଷିତ ରଖନ୍ତୁ ।

Leave A Reply