Odisha news

ଅନୁଗୁଳ : ଅନୁଗୁଳରୁ ପୁଣି ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ , ପଜିଟିଭ୍ ସଂଖ୍ୟା ପହଁଚିଲା ୯୬ରେ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଦା ବ୍ଲକର ଏକ ଘରୋଇ ଶିଳ୍ପ ସଂସ୍ଥାରେ କାର୍ଯ୍ୟରତ ଥିବା ୧୬ ଜଣ କର୍ମଚାରୀ ଆଜି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୧୬ ଜଣଙ୍କ ମଧ୍ୟରେ ୧୫ ଜଣ ପୁରୁଷ ଓ ଜଣେ ମହିଳା କର୍ମଚାରୀ । ଏହି ୧୫ ଜଣ ଆକ୍ରାନ୍ତ ପୁରୁଷଙ୍କ ମଧ୍ୟରେ ସମ୍ପୃକ୍ତ ସଂସ୍ଥାର ୨ ଜଣ ଡାକ୍ତର ଅଛନ୍ତି । ଆଠମଲ୍ଲିକ ବ୍ଲକ ଅଚଂଳର ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ଜଣେ ପୁରୁଷ ଓ ସେଠାରେ କାର୍ଯ୍ୟରତ ଜଣେ ମହିଳା ପାରାମେଡିକାଲ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳ ସହରାଚଂଳର ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ୩ ଜଣ ଓ ୨ ଜଣ ପେଡ୍ କ୍ୱାରେଟାଂଇନରେ ଥାଇ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ନମୁନା ଆଜି ପଜିଟିଭ୍ ଜଣାପଡିବା ପରେ ସେମାନଙ୍କୁ ପର୍ଯ୍ୟାୟକ୍ରମେ ତାଳଚେର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି । ଜିଲ୍ଲାର ଜଣେ ୬୬ ବର୍ଷୀୟ ବୟସ୍କ କ୍ୟାନସର ପିଡିତ ପୁରୁଷ ଭୁବନେଶ୍ୱର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ କରୋନା ପଜିଟିଭ୍ ଥିବାର ଜଣାପଡିଛି । ଏହି ୨୪ ଜଣଙ୍କୁ ମିଶାଇ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୯୬ରେ ପହଁଚିଛି ।

Leave A Reply

Your email address will not be published.