ଅନୁଗୁଳ : ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ମିଳିତ ଆହ୍ୱାନ ଦେଶବ୍ୟାପୀ ପ୍ରତିବାଦ ଦିବସ ଉପଲକ୍ଷେ ନାଲକୋର ଶ୍ରମିକ ନେତାମାନେ ମିଳିତ ହୋଇ କୋଭିଡ୍-୧୯ ଗାଇଡ୍ଲାଇନ୍ ଅନୁସରଣ କରି ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ନାଲକୋ ଥାନା ଇନ୍ର୍ଜଚାଙ୍କ ମାଧ୍ୟମରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଶ୍ରମ ଆଇନ୍ ପରିବର୍ତ୍ତନ ଓ ଶ୍ରମ କୋଡ୍ ବାତିଲ, ଦୈନିକ କାର୍ଯ୍ୟ ସମୟ ୮ ଘଣ୍ଟାରୁ ୧୨ଘଣ୍ଟାକୁ ବୃଦ୍ଧି ଆଦେଶ ବାତିଲ, ନାଲକୋ, ଏନ୍.ଟି.ପି.ସି, ପି.ଜି.ସି.ଆଇ.ଏଲ୍ ସମେତ ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ଓ ଘରୋଇକରଣ ନିଷ୍ପତ୍ତି ପ୍ରତ୍ୟାହାର କରିବା, ରେଳ ପ୍ରତିରକ୍ଷା, ବନ୍ଦର, କୋଇଲା, ବୀମାନ ସେବା, ବ୍ୟାଙ୍କ, ବୀମା ଓ ଖୁଚୁରା ବ୍ୟବସାୟରେ ଶତପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ (ଏଫ୍.ଡି.ଆଇ)ର ନିଷ୍ପତ୍ତି ପ୍ରତ୍ୟାହାର କରିବା, କେନ୍ଦ୍ରୀୟ କର୍ମଚାରୀଙ୍କ ଡି.ଏ. ଓ ପେନ୍ସନ୍ଧାରୀଙ୍କ ଡି.ଆର୍ ଫ୍ରିଜ୍ କରିବା ନିଷ୍ପତ୍ତି ପ୍ରତ୍ୟାହାର କରିବା, କଳକାରଖାନା ଖଣି ଓ ସଂସ୍ଥା ମାନଙ୍କରୁ ସ୍ଥାୟୀ କର୍ମଚାରୀ ଓ ଠିକା ଶ୍ରମିକ ଛଟେଇ ବନ୍ଦ କରିବା, ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ୍ ଓ ଖାଦ୍ୟ ପଦାର୍ଥ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ବନ୍ଦ କରିବା, ସର୍ବନିମ୍ନ ମଜୁରୀ ମାସିକ ୨୧ହଜାର ଟଙ୍କା ନିର୍ଦ୍ଧାରଣ କରିବା, କରୋନା ମହାମାରୀ ଯୋଗୁଁ ଲକ୍ଡାଉନ୍ ପିରିୟଡ ପାଇଁ ସମସ୍ତ ଶ୍ରମିକ କର୍ମଚାରୀଙ୍କୁ ମଜୁରୀ ପ୍ରଦାନ କରିବା, ଲକ୍ଡାଉନ୍ ପିରିୟଡରେ ଛଟେଇ ଓ ବହିସ୍କୃତ ଶ୍ରମିକ କର୍ମଚାରୀଙ୍କୁ କାମ କରିନଥିବା ସମୟର ମଜୁରୀ ଦେଇ ପୁନଃ ନିଯୁକ୍ତି ଦେବା, ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ସ୍ଥାୟୀ ରୋଜଗାର ଯୋଗାଇଦେବା ସଙ୍ଗେ ସଙ୍ଗେ ଜରୁରୀ ପ୍ରୟୋଜନ ପାଇଁ ୬ମାସ ପର୍ଯ୍ୟନ୍ତ ମାସିକ ୧୦ହଜାର ଲେଖାଏଁ ଟଙ୍କା ଆର୍ଥôକ ସହାୟତା ଯୋଗାଇଦେବା ଏବଂ ସେମାନଙ୍କର ବକେୟା ମଜୁରୀ ଓ ଅନ୍ୟାନ୍ୟ ଆଇନ୍ ସମ୍ମତ ପ୍ରାପ୍ୟ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିବା ଆଦି ୧୨ଦଫା ଦାବି କରାଯାଇଛି ।
ଆଇ.ଏନ୍.ଟି.ୟୁ.ସି. ସହବନ୍ଧିତ ଏନ୍.ଏସ୍.ସି.ୟୁ. କାର୍ଯ୍ୟକାରୀ ସଭାପତି ବିଭୂତି ଶତପଥୀ, ଏନ୍.କେ.ଏସ୍. ସାଧାରଣ ସମ୍ପାଦକ ଶ୍ରୀକାନ୍ତ କୁମାର ପ୍ରଧାନ, ଏନ୍.ଇ.ଏସ୍. ସହସମ୍ପାଦକ ଅଟବିହାରୀ ଷଡଙ୍ଗୀ, ଏଚ୍.ଏମ୍.ଏସ୍. ସହବନ୍ଧିତ ଏନ୍.ଏନ୍.ଇ.ୟୁ ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଏନ୍.ପି.ଇ.ୟୁ ସାଧାରଣ ସମ୍ପାଦକ ବୈରାଗୀ ସେଠ, ସି.ଆଇ.ଟି.ୟୁ ସହବନ୍ଧିତ ଏନ୍.ଆଇ.ଡବ୍ଲୁ.ୟୁ. ଶ୍ରମିକ ନେତା ପ୍ରହଲ୍ଲାଦ ନାଏକ, ଏ.ଆଇ.ୟୁ.ଟି.ୟୁ.ସି. ସହବନ୍ଧିତ ଏନ୍.ଏସ୍.ଏସ୍.ଏସ୍. ସାଧାରଣ ସମ୍ପାଦକ ନାରାୟଣ ସେଠୀ ପ୍ରମୁଖ ନାଲକୋର ଶ୍ରମିକନେତାମାନେ ନେତୃତ୍ୱ ନେଇଥିଲେ ।