ବକ୍ରି ଇଦ୍ ଉତ୍ସବର ମାସେ ପୂର୍ବରୁ ‘ପେଟା ଇଣ୍ଡିଆ’ ଛେଳି ବଳି ରୋକିବା ଅଭିଯାନ ଆରମ୍ଭ କରିଛି । ଜୁଲାଇ ୩୧ କିମ୍ବା ଅଗଷ୍ଟ ୧ରେ ପାଳନ ହେବ ବକ୍ରି ଇଦ୍ । ଲକ୍ଷ୍ମୌରେ ଲୋକଙ୍କୁ ସଚେତନ ବାର୍ତ୍ତା ଦେବା ପାଇଁ ଏକ ବିଲ୍ବୋର୍ଡ ଲଗାଯାଇଛି ଯେଉଁଥିରେ ଲେଖା ଅଛି- ‘ଆଇ ଆମ୍ ମି, ନଟ୍ ମଟନ୍ । ସି ଦ ଇଣ୍ଡିଭିଜୁଆଲ୍ । ଗୋ ଭେଗାନ୍ ।’ ଏହା ସହ ବିଲ୍ବୋର୍ଡରେ ଛେଳି ଫଟୋ ଦିଆଯାଇଛି ।
ଆମ ମାନଙ୍କ ଭଳି ଛେଳିମାନଙ୍କର ମଧ୍ୟ ଜୀବନ ଥିବା ପେଟା କହିଛି । ଉଲ୍ଲେଖ୍ୟ ଯେ କେବଳ ସରକାରୀ ଲାଇସେନ୍ସ ପ୍ରାପ୍ତ କଂସେଇଖାନାରେ ଜୀବଜନ୍ତୁଙ୍କୁ ବଳି ପକାଯାଇପାରିବ ବୋଲି ସୁପ୍ରିମ୍କୋର୍ଟ ପୂର୍ବରୁ ନିଷ୍ପତ୍ତି ଶୁଣାଇଛନ୍ତି।
Prev Post
Next Post