Odisha news

କଂଟେନମେଂଟ ଜୋନ ତଦାରଖ କଲା ହିଞ୍ଜିଳି ପୁଲିସ

0
ହିଞ୍ଜିଳିକାଟୁ : ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସାରା ଦେଶରେ କାୟା ବିସ୍ତାରେ କରିଥିବା ବେଳେ ଏହାକୁ ପ୍ରତିହିତ କରିବା ସକାଶେ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି । ପ୍ରଶାସନ ପକ୍ଷରୁ ବହୁ କଟକଣା ମଧ୍ୟ ଜାରୀ କରାଯାଇଛି । ଅକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ହାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ରହିଛି । ଗଞ୍ଜାମ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ବ୍ୟାପିଥିବାରୁ ଜିଲ୍ଲା ପ୍ରଶାସସନ ପକ୍ଷରୁ ବହୁ କଟକଣା ଲଙ୍କଜ୍ଞର କରାଯାଇଛି ।
ହିଞ୍ଜିଳିକାଟୁ ସହରରେ ମଧ୍ୟ ଆକ୍ରାନ୍ତ ଚିହ୍ନଟ ପରେ ପୌରାଂଚଳର ୫୯ନଂ ଜାତୀୟ ରାଜପଥ ଳ ୬,୧.୧୨ ଓ ୧୬ନଂ ୱାର୍ଡ଼ ସମେତ ତରାତାରିଣୀ ରାସ୍ତାକୁ କଂଟେନମେଂଟ ଜୋନ ଓ ପୌରାଂଚଳର ଅବଶିଷ୍ଟକୁ ବଫରଜୋନ ଭାବେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୌର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ସ୍ଥାନୀୟ ପୌରାଂଚଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯିବା ପରେ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ୱାଧାନରେ ପୁଲିସ ବାହୀନି ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ବିଭିନ୍ନ ଜୋନର ତଦାରଖ କରୁଛନ୍ତି ।
ବଫରଜୋନରେ ରହୁଥିବା ବାସିନ୍ଦାଙ୍କୁ କଂଟେନମେଂଟ ଜୋନକୁ ୍‌ନଆସିବା ସକାଶେ ପୁଲିସ ଓ ପୌର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । କଂଟେନମେଂଟ ଜୋନ ଗୁଡ଼ିକୁ ବାଉଁଶବାଡ଼ ଦ୍ୱାରା ସିଲ୍ କରି ଦିଆଯାଇଛି । ବିଭିନ୍ନ ସାହି ବସ୍ତିର ସିଲ୍ କରାଯାଇଥିବା ସ୍ଥାନରେ ପୁଲିସ ବାହୀନିଙ୍କୁ ମୃତୟନ କରାଯାଇଛି । ଥାନା ଆଇଆଇସି ଦାସ ତଦାରଖ କରିବା ସମୟରେ ବିଭିନ୍ନ ସାହି ବାସିନ୍ଦାଙ୍କ ସହ ଅଭାବ, ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ସ୍ଥାନୀୟ ଅଂଚଳର ଜଣେ ବ୍ୟବସାୟୀ ଚିକିତ୍ସା ସକାଶେ ଡ଼ାକ୍ତରଖାନାରେ ଭର୍ତି ହେବା ପରେ ସଂପୃକ୍ତ ବ୍ୟବସାୟୀଙ୍କ ଶରୀରରେ କରୋନା ଭୁତାଣୁ ସଂକ୍ରମଣ ଲକ୍ଷଣ ଦେଖାଯିବା ପରେ ପରୀକ୍ଷା କରାଯାଇଥିଲା ।
ନମୁନା ପୋଜିଟିଭ ଜଣାପଡ଼ିବା ପରେ ପ୍ରଶାସନର ଚିନ୍ତା ବଢିଯାଇଛି । ଅନ୍ୟ ପକ୍ଷରେ କଂଟେନମେଂଟ ଜୋନରେ ଜାରି ହୋଇଥିବା ବ୍ୟାନକୁ ଜୁଲାଇ ୨ ତାରିଖ ପରେ ଅବଧି ବୃଦ୍ଧି କରାଯିବ କି ନାହିଁ, ତାହା ପରିସ୍ଥିତିକୁ ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ମତାମତ ପରେ ଜିଲ୍ଲା ପ୍ରଶାସନ ନିଷ୍ପତି ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଆଦେଶ ପ୍ରକାରେ ଅନଲକ-୨ ମାର୍ଗଦର୍ଶିକା ଅନୁଯାୟୀ ପ୍ରତି ସପ୍ତାହର ଶେଷ ୨ ଦିନ ଶନିବାର ଓ ରବିବାର ସମ୍ପୁର୍ଣ୍ଣ ସଟଡ଼ାଉନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Nalco

Leave A Reply