ବ୍ୟାସନଗର : ଡ଼ମ୍ପୟାଡ଼ ବଦଳରେ ରାସ୍ତାରେ ବର୍ଯ୍ୟବସ୍ତୁ ଢାଳିବାକୁ ଦେଇ ନିର୍ବାହୀ ଅଧିକାରୀଙ୍କୁ ଭେଟିଲେ ମହିଳା ଗୋଷ୍ଠି, ଗନ୍ଧରେ ରହି ପାରୁ ନାହାନ୍ତି ୫୦ ପରିବାର
ବ୍ୟାସନଗର : ବ୍ୟାସନଗର ପୈାରାଞ୍ଚଳରୁ ବାହାରୁଥିବା ବର୍ଯ୍ୟବସ୍ତୁ ପ୍ରତିଦିନ କାଚହୁଡ଼ିସାହି ଡ଼ମ୍ପୟାର୍ଡ଼ରେ ନପକାଇ ରାସ୍ତାକଡ଼ରେପକାଇବାକୁ ନେଇ ଜଗନ୍ନାଥ ବିହାରରେ ବସବାସ କରୁଥିବା ୫୦ ପରିବାର ଦୃଢ ବିରୋଧ କରିଛନ୍ତି । ଜଗନ୍ନାଥ ବିହାରର ଜଗତଜନନୀ ମହିଳା ଗ୍ରୁପ୍ ବାରମ୍ବାର ନିର୍ବାହୀ ଅଧିକାରୀଙ୍କୁ ଭେଟି ଦୃଷ୍ଠି ଆକର୍ଷଣ କରୁଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ । ରାତିଦିନ ୨୪ଘଣ୍ଟା ୫୦ ପରିବାର ଲୋକ ମାନେ ଦିନରାତି ୨୪ଘଣ୍ଟା ବର୍ଯ୍ୟବସ୍ତୁ ଗନ୍ଧରୁ ମୁକ୍ତି ପାଇଁ କବାଟ ଝରକା ବନ୍ଦ କରି ରହୁଛନ୍ତି ।
ଏନେଇମଧ୍ୟ ଗତକାଲି ବର୍ଯ୍ୟବସ୍ତୁ ଗାଡ଼ି ବର୍ଯ୍ୟବସ୍ତୁ ଅନଲୋଡ଼ କରୁଥିବା ବେଳେ ବସ୍ତିରେ ରହୁଥିବା ଲୋକ ମାନେ ରାସ୍ତାରେ ନପକାଇ ଭିତରେ ପକାଇବାକୁ ଅନୁରୋଧ କରିଥିଲେ । ହେଲେ ପୈାରପରିଷଦର ଜନୈକ କର୍ମଚାରୀ ବସ୍ତିବାସିନ୍ଦାଙ୍କୁ ନାଲି ଆଖି ଦେଖାଇବା ସହିତ ଆମେ ଯୋଉଠି ପାରିବୁ ଢାଳିବୁ ତୁମର ଯାହା କରିବା କଥାକର ବୋଲି କହିଥିଲେ । ବସ୍ତିବାସିନ୍ଦାଙ୍କ କହିବା ଅନୁଯାୟୀ କର୍ମଚାରୀଙ୍କ ନାମ ଜାଣିନଥିବା ବେଳେ ସେ ବ୍ଲୁ ରଙ୍ଗର ସାର୍ଟ ପିନ୍ଧିଥିବାରୁ ପୈାର କର୍ମଚାରୀ ବୋଲି ଭାବୁଛନ୍ତି । ପୂର୍ବରୁ ଜଗତଜନନୀ ମହିଳା ସଂଘ ପକ୍ଷରୁ ପ୍ରଣତି ତ୍ରିପାଠୀ, ସୋନୁପ୍ରଭା ନାୟକ, ସ୍ନେହଲତା ବେହେରା, ଶୁଶୀଳା ପାତ୍ର, ରୀନା ଦେବୀ. କାଞ୍ଚନ ଦେବୀ, ଶୁଶୀଳା ସେଠୀ, ରିଙ୍କି ଦେବୀ ପ୍ରମୂଖ ସଂଘର ବହୁ ସଦସ୍ୟା ବାରମ୍ବାର ଦାବି କରି ଆସୁଛନ୍ତି ।
ହେଲେ ଗତକାଲି ମଧ୍ୟ ମୃଗତନ୍ଦ୍ରାରସଂପାଦିକା ପ୍ରଣତି ତ୍ରିପାଠୀ ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନାଙ୍କୁ ଭେଟି ଏସଂପର୍କରେ ଆଲୋଚନା କରିଥିଲେ । ଅଭିଯୋଗ ପରେ ନିର୍ବାହୀ ଅଧିକାରୀ ଶ୍ରୀ ଜେନା ଘଟଣାସ୍ଥଳକୁ ପୈାର କର୍ମଚାରୀଙ୍କୁ ପଠାଇ ସମସ୍ୟାସଂପର୍କରେ ନିଦେ୍ର୍ଦଶ ଦେଇଥିବା ଶ୍ରୀମତୀ ତ୍ରିପାଠୀ ସୂଚନା ଦେଇଛନ୍ତି । ଖାଲିବର୍ଯ୍ୟବସ୍ତ ନୁହେଁ ବର୍ଯ୍ୟବସ୍ତୁର ଏକ ପାହାଡ଼ ସୃଷ୍ଠି ହୋଇଥିବା ବେଳେ ବର୍ଷା ହେଲେ ପର୍ଯ୍ୟବସ୍ତରୁ ବାହାରୁଥିବା ମଇଳା ଜଳ ମଧ୍ୟ ରାସ୍ତା ଉପରେ ଭାସି ଆସି ବସ୍ତିରେ ପସୁଛି । ଯାହାକୁ ନେଇ ବସ୍ତିବାସିନ୍ଦା ଅଣନିଶ୍ୱାସି ହୋଇପଡ଼ିଛନ୍ତି । ବସ୍ତିବାସିନ୍ଦାଙ୍କ କହିବା ଅନୁଯାୟୀ କରୋନା ନୁହେଁ ହଇଜା, ଡ଼େଙ୍ଗୁ ଭଳି ମହାମାରୀ ନହେବା ଯେ କହିହେବନି । ଯଦି ସମସ୍ୟା ସମାଧାନ ନହୁଏ ଆଗାମି ଦିନରେ ରାସ୍ତାକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି ।