Odisha news

ଡେରାବିଶ : ପ୍ରତି ପରିବାରକୁ ଭେଟିଲେ କୋଭିଡ଼୍-୧୯ ନିରୀକ୍ଷଣ କମିଟି

0

ଡେରାବିଶ :  ଡେରାବିଶ ବ୍ଲକ ଦାନପୁର ପଂଚାୟତ ଅନ୍ତର୍ଗତ କେଶରପୁର ଗ୍ରାମର ଗଠିତ ଗ୍ରମ୍ୟସ୍ତରୀୟ କୋଭିଡ଼୍-୧୯ ନିରୀକ୍ଷଣ କମିଟି ତରଫରୁ ଗ୍ରାମର ଘରେ ଘରେ ପହଂଚି ପରିବାରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ନିରୀକ୍ଷଣ କରିଛନ୍ତି । ସରକାରଙ୍କ ନୂତନ ନୀତି ଅନୁଯାୟୀ ପ୍ରତି ଗ୍ରାମର ଅଙ୍ଗନୱାଡ଼ି, ଆଶା, ୱାର୍ଡ଼ଭ୍ୟାମାନଙ୍କୁ ନେଇ ଗଠିତ ଗ୍ରାମ୍ୟସ୍ତରୀୟ କୋଭିଡ଼୍-୧୯ ନିରୀକ୍ଷଣ କମିଟି ଗଠନ କରାଯାଇ ପ୍ରତି ପରିବାରର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି ।

କେଶରପୁର ଗ୍ରାମର ଅଙ୍ଗନୱାଡ଼ି କର୍ମୀ ସବିତା ରାଣୀ ରଥ, ପ୍ରମାଥିନୀ ରାଉଳ, ଆଶାକର୍ମୀ କବିତା ମଞ୍ଜରୀ କର, ୱାର୍ଡ଼ସଭ୍ୟା କବିତା ମହାନ୍ତି, ସବିତା ସ୍ୱାଇଁ, ଅନ୍ନପୂର୍ଣ୍ଣା ଦାଶ, ଗାୟତ୍ରୀ ମଳିକ ପ୍ରମୁଖ ଗାଁର ପ୍ରତି ଘରେ ଘରେ ବୁଲି ପହଂଚି ପ୍ରବାସରୁ ଆସିଥିବା ସଦସ୍ୟ ଓ ଅନ୍ୟମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ କରୋନା ସଂକ୍ରମିତ ନହେବା ପାଇଁ ମାସ୍କ ବ୍ୟବହାର, ସାବୁନରେ ହାତ ଧୋଇବା ଅଥବା ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା ସମ୍ପର୍କରେ ବୁଝାଇଥିଲେ । ଯଦି ପରିବାରର କୌଣସି ସଦସ୍ୟଙ୍କୁ ଜ୍ୱର, କାଶ, ଛିଙ୍କ ହେଲେ କିମ୍ବା ଶ୍ୱାସ ପ୍ରକ୍ରିୟାରେ କଷ୍ଟ ଅନୁଭବକରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ କହିଥିଲେ ।

Govt
Leave A Reply