Odisha news

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚମ ପର୍ଯ୍ୟାୟ ଲକ୍ଡାଉନ୍ ନିଦେ୍ର୍ଦଶନାମା ଜାରି : ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁମତି ପ୍ରାପ୍ତି

0

ବାରିପଦା, (ସବୁ୍ୟ) : ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରି·ଳନା ବିଭାଗ ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ଅତିରିକ୍ତ ଶାସନ ସଚିବଙ୍କ ଆଦେଶ ପତ୍ର ସଂଖ୍ୟା ୩୦୫୭/୧/୬/୨୦୨୦ ରିଖ ନିଦେ୍ର୍ଦଶାନୁସାରେ କୋଭିଡ୍-୧୯ ସଂକ୍ରମଣକୁ ପ୍ରତିରୋଧ ଉଦେ୍ଦଶ୍ୟରେ ଲକ୍ଡାଉନ୍ ସମୟକୁ ଚଳିତ ଜୁନ୍ ୩୦ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ସମଗ୍ର ଓଡିଶାରେ ବୃଦ୍ଧି କରାଯାଇଅଛି । ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ପକ୍ଷରୁ ଲକ୍ଡାଉନ ସଂପର୍କୀତ ଜାରିକରାଯାଇଥିବା ନିଦେ୍ର୍ଦଶାନାମା ଅନୁଯାଇ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଦୃଷ୍ଟିରେ ରଖି ପ୍ରବାସୀ ଫେରନ୍ତାମାନଙ୍କ କ୍ୱାରେଣ୍ଟାଇନ ପାଇଁ ଜିଲ୍ଲାରେ କାର୍ଯ୍ୟକ୍ଷମ କରାଯାଇଥିବା ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର (ଟିଏମ୍ସି), କୋଭିଡ୍ କେୟାର କେନ୍ଦ୍ର ଓ କୋଭିଡ୍ ହସ୍ପିଟାଲ ପରିସର ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ କରାଯାଇଅଛି ।

ସେହିପରି ସମସ୍ତ ସିନେମା ହଲ, ସପିଙ୍ଗମଲ, ଜିମ୍ନାସିଅମ(ବ୍ୟାୟାମଶାଳା), ସୁଇମିଙ୍ଗ୍ପୋଲ୍ ଅବସର ବିନୋଦନ ପାର୍କ, ଥିଏଟର, ବାର ଏବଂ ଓଡିଟୋରିଅମ ଆଦି ଜନସାମଗମ ଭଳି ସ୍ଥାନ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ । ଜିଲ୍ଲାର ସମସ୍ତ ସ୍କୁଲ, କଲେଜ, ଶିକ୍ଷା ଅନୁଷ୍ଠାନ,ତାଲିମ,କୋଚିଂ ପ୍ରତିଷ୍ଠାନ ଆଦି ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ । ହୋଟେଲ, ଆତିଥ୍ୟ ସେବା ଓ ରେଷ୍ଟୁରାଣ୍ଟ କ୍ଷେତ୍ରରେ ୩୦ ପ୍ରତିଶତ କର୍ମଚାରୀ କ୍ଷମତା ସୀମିତ ମଧ୍ୟରେ ହୋମ ଡେଲିଭରି ଖାଦ୍ୟ ପ୍ୟାକେଟ୍ ସାମଗ୍ରୀ ଯୋଗାଣ ପାଇଁ ଅନୁମତି ପ୍ରାପ୍ତ ବ୍ୟବସାୟୀ ବ୍ୟକ୍ତିମାନଙ୍କୁ କଟଣାରୁ ବାଦ୍ ଦିଆଯାଇଛି ।

ସମସ୍ତ ସାମାଜିକ, ରାନୈତିକ, କ୍ରୀଡା, ମନୋରଞ୍ଜନ, ଏକାଡେମିକ, ସାଂସ୍କୃତିକ, ଧାର୍ମିକ ପୀଠସ୍ଥଳୀରେ ଧର୍ମୀୟ ସମାବେଶ/ଉତ୍ସବ/ପୂଜାପାଠ ଆଦି କାର୍ଯ୍ୟକ୍ରମକୁ ନିଷେଧ କରାଯାଇଅଛି । ସେହିପରି ସମସ୍ତ ଅନୁମତି ପ୍ରାପ୍ତ ଦୋକାନ, ବଜାର ଓ ବାଣିଜ୍ୟକ/ ବ୍ୟବସାୟିକ ପ୍ରତିଷ୍ଠାନ ସକାଳ ୭ ଘଟିକାରୁ ସଂନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ସମସ୍ତ ପ୍ରକାର ଔଷଧ ଦୋକାନ ଗୁଡିକ ପାଇଁ ସମୟ ସୀମା କଟକଣା ଲାଗୁ ହେବ ନାହିଁ । ଉକ୍ତ ସମସ୍ତ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ସାମାଜିକ ଦୂରତା ୬ଫୁଟ୍ ବ୍ୟବଧାନ ବଜାଇ ରଖିବା ସହିତ ୫ ଜଣରୁ ଅଧିକ ଗ୍ରାହକ ଦୋକାନ ଭିତରେ ଓ ବାହାରେ ଏକତ୍ରିତ ହେବେ ନାହିଁ । ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ । ୬୫ ବର୍ଷରୁ ଉର୍ଦ୍ଦ ବୟସ୍କ ବ୍ୟକ୍ତି, ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ଶିଶୁ ପିଲାଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ଭଳି ଅତ୍ୟନ୍ତ ଜରୁରୀ ଆବଶ୍ୟକତା ନଥିଲେ କଦାପି ଘରୁ ବାହାରକୁ ନବାହିବାକୁ କଟକଣା ଲାଗୁ କରାଯାଇଛି ।

ଏହି ସବୁ କଣ୍ଟେନମେଣ୍ଟ ଜୋନ ଅଂଚଳରେ କେବଳ ସ୍ୱାସ୍ଥ୍ୟସେବା ଭଳି  ଅତ୍ୟାବଶ୍ୟକୀୟ ସେବା କାର୍ଯ୍ୟରେ ନିୟୋଜିତ ଅଧିକାରୀ/କର୍ମ·ରୀ ବ୍ୟତୀତ କୌଣସି ବାହାର ବ୍ୟକ୍ତିଙ୍କୁ (ଭିତରେ କିମ୍ବା ବାହାରେ) ନିଷେଧାଚଂଳ ଜାରି ଥିବା ସୀମା ମଧ୍ୟକୁ ପ୍ରବେଶ/ଚଳପ୍ରଚଳ ଉପରେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ କଡାକଡି କଟକଣା ଲାଗୁ କରାଯାଇଛି । ଏଥି ସହିତ କୋଭିଡ୍-୧୯ ପରି·ଳନା ପାଇଁ ରାଷ୍ଟ୍ରୀୟ ନିଦେ୍ର୍ଦଶାବଳୀ ଆଧାରିତ ମାର୍ଗଦର୍ଶିକାନୁସାରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ । ସମସ୍ତ ସର୍ବସାଧାରଣ ସ୍ଥାନ/ପରିବହନ ଓ କାର୍ଯ୍ୟକ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖିବା ନିୟମ ଅନୁପାଳନ କରାଯିବା ଏବଂ ସର୍ବସାଧାରଣ ସ୍ଥାନ/କାର୍ଯ୍ୟସ୍ଥଳରେ କେହି ଛେପ ପକାଇ ପାରିବେ ନାହିଁ ଏବଂ ସର୍ବସାଧାରଣ ସ୍ଥାନରେ ପ୍ରତ୍ୟେକ ବ୍ୟକ୍ତି ୬ ଫୁଟ୍ ବ୍ୟବଧାନ ବଜାଇ ରଖିବେ । ଏହା ଅମାନ୍ୟ କଲେ ନିୟମାନୁସାରେ ଦଣ୍ଡିତ ହେବେ ।

ବିବାହ, ଉତ୍ସବ, ଅନ୍ତେଷ୍ଟି କ୍ରିୟା / ଶେଷକୃତ୍ୟ ଆଦି ସମାଜିକ କାର୍ଯ୍ୟକ୍ରମ ଯଥା ବିବାହ ପାଇଁ ୫୦ ରୁ କମ୍ ଏବଂ ଅନ୍ତେଷ୍ଟି/ଶେଷକୃତ୍ୟ କାର୍ଯ୍ୟ ପାଇଁ ୨୦ ଜଣରୁ କମ୍ ଲୋକଙ୍କ ମଧ୍ୟରେ ଅନୁମତି ପୂର୍ବକ ସମସ୍ତେ ସାମାଜିକ ଦୂରତା ବଜାୟ ରଖିବେ । ସର୍ବସାଧାରଣ ସ୍ଥାନମାନଙ୍କରେ ମଦ, ପାନ, ଗୁଟକା, ଟାବାକୋ(ତମ୍ବାକୁ) ଆଦି, ବ୍ୟବହାର ଉପରେ କଟକଣା ଲାଗୁ ରହିଛି । ଅନୁମତିପ୍ରାପ୍ତ ବସ୍, ସିଟିବସ୍, ଟ୍ୟାକ୍ସି, ଅଟୋ ରିକ୍ସା ଏବଂ ଅନ୍ୟାନ୍ୟ ଯାତ୍ରୀବାହୀ ଯାନ ଚଳାଚଳ ନିୟମ ଅନୁଯାଇ ରାଜ୍ୟରେ ଚଳାଚଳ କରିପାରିବ । ସେଲୁନ୍, ସ୍ପାଆ ବିୟଟି ପାଲର୍ ସତର୍କତା ଅବଲମ୍ବନ ପୂର୍ବକ ଗ୍ରାହକ ମାନଙ୍କ ସାନିଟାଇଜେସନ ବ୍ୟବସ୍ଥା ମଧ୍ୟରେ ପରିଚାଳାନା କରିବେ । ସର୍ବୋପରି ମୟୂରଭଞ୍ଜ ଜିଲ୍ଲାରେ କୋଭିଡ୍-୧୯ ପରି·ଳନା ଏବଂ  ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଦୃଷ୍ଟିରେ ରଖି ସନ୍ଧ୍ୟା ୭ ଘଟିକାରୁ ସକାଳ ୫ ଘଟିକା ପର୍ଯ୍ୟନ୍ତ କେବଳ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ବ୍ୟତିତ କୌଣସି ବ୍ୟକ୍ତି ବାହାରେ ଚଳପ୍ରଚଳ କରିପାରିବେ ନାହିଁ । ସର୍ବସାଧାରଣ ସ୍ଥାନରେ ୭ରୁ ଅଧିକ ବ୍ୟକ୍ତି ଏକତ୍ରୀତ ହୋଇପାରିବେ ନାହଁ । ଏଥିରେ ଅମାନ୍ୟ କଲେ ନିୟମାନୁଯାଇ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାର ତ୍ୱରିତ କାର୍ଯ୍ୟକାରିତା ପାଇଁ ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ ସମସ୍ତ ଉପ-ଜିଲ୍ଲାପାଳ, ବିଡିଓ, ତହସିଲଦାର, ନିର୍ବାହୀ ଅଧିକାରୀ, ପୌରପରିଷଦ, ବିଜ୍ଞାପିତ ପରିଷଦ ମୟୂରଭଞ୍ଜଙ୍କ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜାରି ନିଦେ୍ର୍ଦଶନାମାରେ ଅବଗତ କରାଯାଇଛି ।

Leave A Reply