Odisha news

ଜିଲା ଏସଓଜି ଏବଂ ଡିଭିଏଫ୍ ଜବାନ ମାନଙ୍କ ମିଳିତ ମାଓ କୁମ୍ବିଙ୍ଗ , ବିପୁଳ ମାଓ ସାମଗ୍ରୀ ଜବତ

0

ଫୁଲବାଣୀ:  ଆଜି କନ୍ଧମାଳ ଜିଲାର ନୟାଗଡ ସୀମାରେ ଥିବା ଜଙ୍ଗଲରେ ଆଜି କନ୍ଧମାଳ ଜିଲା ଏସଓଜି ଏବଂ ଡିଭିଏଫ୍ ଜବାନ ମାନଙ୍କ ମିଳିତ ମାଓ କୁମ୍ବିଙ୍ଗ ଅଭିଯାନରେ ପୋଲିସ ଏକ ମାଓ କ୍ୟାମ୍ପ ଠାବ କରିବା ସହିତ ସେଠାରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଥିବା ପୋଲିସ ପକ୍ଷରୁ ସୁଚନା ମିଳିଛି ।

ସୁଚନା ଅନୁସାରେ ଆଜି ଏକ ମିଳିତ କୁମ୍ବିଙ୍ଗ ଅପରେସନରେ ପୋଲିସକୁ ସଫଳତା ମିଳିଛି । ତେବେ ପୋଲିସକୁ ସେଠାରେ ମାଓବାଦୀଙ୍କର ଏକ କ୍ୟାମ୍ପ ଥିବା ବିଶେଷ ସୁତ୍ରରୁ ଖବର ମିଳିବାପରେ ଏହି ଅଭିଯାନ ଆରମ୍ଭ କରାଯାଇଛି ଏହି ଅଭିଯାନରେ ପୋଲିସ କିମ୍ବା ମାଓବାଦୀଙ୍କ ପଟରୁ କୌଣସି ପ୍ରକାରର ଗୁଳି ଚାଳନା ହୋଇନାହିଁ । ସେଠାରେ ଥିବା ମାଓ କ୍ୟାମ୍ପରୁ ପୋଲିସ ୱାକିଟକି,ଡିଜିଟାଲ କ୍ୟାମେରା,ଇନଫ୍ରାରେଡ୍ ୱାଇଲଡ ଲାଇଫ କ୍ୟାମେରା,ମାଓ ସମ୍ପର୍କୀତ କାଗଜ ପତ୍ର,ମାଓ ପୋଷାକ ସମେତ ଅନ୍ୟା ସାମଗ୍ରୀ ଜବତ କରାଯାଇଥିବା ନେଇ ପୋଲିସ ବିଭାଗ ତରଫରୁ ରିଜର୍ଭ ପୋଲିସ ଆର.ଆଇ ଧର୍ମେନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।

 

Leave A Reply

Your email address will not be published.