ମାହାଙ୍ଗା : କଟକ ଜିଲା ଅର୍ନ୍ତଗତ ମାହାଙ୍ଗା ଥାନା ଅଧିନସ୍ଥ ଭଦ୍ରେଶ୍ୱର ପଂଚାୟତର ଝାଡେଶ୍ୱରପୁର ଗ୍ରାମର ଶିକ୍ଷକ ଚୌ. ଭକ୍ତରଞ୍ଜନ ପ୍ରହରାଜଙ୍କ ବାଡିରେ ଚତୁର୍ଥଥର ପାଇଁ ବ୍ରହ୍ମକମଳ ଫୁଲ ଫୁଟିଥିବାର ଦେଖିବାକୁ ମିଳିଥିଲା । ଲକ୍ଡାଉନ ଯୋଗୁ ଏହି ବ୍ରହ୍ମକମଳ ଫୁଲଟିକୁ ଦେଖିବାକୁ ସାଧାରଣ ଲୋକ ଆସିନଥିଲେ ।
ଆଜି ସକାଳୁ ନେମାଳ ସ୍ଥିତ ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ପୀଠରେ ବ୍ରହ୍ମକମଳ ଫୁଲକୁ ଅର୍ପଣ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ଚୌ. ଭକ୍ତରଞ୍ଜନ ପ୍ରହରାଜ ବୃତିରେ ଶିକ୍ଷକତା କରୁଥିଲା ବେଳେ ନିଶାଥିଲା ଗଛ ଲଗାଇବା । ନିଜ ବାଡିରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଓ ବିଭିନ୍ନ ଫୁଲଗଛ ଲଗାଇବା ସହିତ ସେଗୁଡିକର ଉପଯୁକ୍ତ ଯନô ନିଅନ୍ତି ସେ । ଚତୁର୍ଥ ଥର ପାଇଁ ଏହି ବ୍ରହ୍ମକମଳ ଫୁଲ ଫୁଟିଥିବାର ଜଣାପଡିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି ।