Odisha news

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାହାଙ୍ଗା ବ୍ଲକ ରେ କେତେ ସଫଳ

0

ମାହାଙ୍ଗା  : ମାହାଙ୍ଗା ବ୍ଲକ୍ ଅଫିସ ବ୍ଲାକ୍ ଅଫିସରେ ପରିଣତ ହୋଇଥିବା ସାଧାରଣରେ ଅଭିଯୋଗ ଶୁଣିବାକୁ ମିଳୁଛି । ସରକାରୀ ଯୋଜନାର ସଫଳ ରୂପାୟନ କରିବାରେ ବ୍ଲକ୍ ପ୍ରଶାସନ ଏକ ପ୍ରକାର ବିଫଳ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ଦେଖାଦେଇଛି । କୋଠାଘର ଥିଲାବାଲା ଲୋକ, ଧନୀଶ୍ରେଣୀର ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ହାତେଇଥିବା ଗତ କିଛି ବର୍ଷ ଚର୍ଚ୍ଚାର ବିଷୟ ପାଲଯିଥିଲା ବେଳେ ପ୍ରଶାସନ ଏ କ୍ଷେତ୍ରରେ ନିରପେକ୍ଷ ତଦନ୍ତ ନକରି ଶାସକ ଦଳର ନେତାଙ୍କ କଥାରେ ପରି·ଲିତ ହେଉଛି ।

ଏଠାରେ ପ୍ରଶ୍ନ ଉଠେଯେ ଜଣେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ କରାଯାଇଛି । ଉକ୍ତ ହିତାଧିକାରୀ ଜଣକ ୧୫ରୁ ୨୦ଟି ପିଲାର ପକାଇ ଘର ନିର୍ମାଣ କରୁଛନ୍ତି । ୧ଟି ପିଲାର ପିଛା ୧୫ରୁ ୨୦ ଜହାର ଟଙ୍କା ଖର୍ଚ୍ଚ ହେଉଛି । ଉକ୍ତ ବ୍ୟକ୍ତିକୁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ କରିବାର ଯଥାର୍ଥତା କେତେ ଦୂର । ମାହାଙ୍ଗା ବ୍ଲକ୍ରେ ଅଧିକାଂଶ ହିତାଧିକାରୀ କୋଠା ଘର ଥାଇ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପକ୍କ୍ାଘର ହାତେଇଛନ୍ତି ।

ସରକାରୀ ନିୟମଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରାଯାଉ ନାହିଁ । ଗଣମାଧ୍ୟମରେ ଅଭିଯୋଗ ହେଲେ ମଧ୍ୟ ପ୍ରଶାସନ ଶୁଣୁ ନାହିଁ । ପ୍ରକୃତ ଗରିବ ଲୋକ ହାତଗୁଞ୍ଜା ଦେଇ ନପାରି ସରକାରୀ ଯୋଜାନାରେ ଘର ପାଇବାରୁ ବଂଚିତ ହେଉଛି । କିଏ ଚାଳ ଛପର ଘରେ ରହୁଛି ତ, କିଏ ଗଛ ମୂଳେ ରହୁଛି ।

ହେଲେ ପ୍ରଶାସନ କହୁଛି ଏଭଳି କିଛି ଘଟି ନାହିଁ । ସୂଚନା ତଥ୍ୟରେ ବାସ୍ତବ ତଥ୍ୟ ମିଳୁ ନାହିଁ । ଅବିବାହିତମାନେ ସରକାରୀ ଯୋଜନାରେ ପକ୍କାଘର ହାତେଇଥିଲା ବେଳେ ବ୍ଲକ୍ ପ୍ରଶାସନ ନିକଟରେ ତଥ୍ୟ ନାହିଁ । ଏହି ଘଟଣାକୁ ନେଇ ସର୍ବସାଧାରଣରେ ଚର୍ଚ୍ଚା ହେଉଛି । ରାଜ୍ୟ ସରକାର ତୁରନ୍ତ ମାହାଙ୍ଗା ବ୍ଲକ୍ରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତାର ତଦନ୍ତ ପାଇଁ ସାଧଶରଣରେ ଦୃଷ୍ଟି ଆକର୍ଷଣ କରାଯାଇଛି ।

Leave A Reply