ମଧ୍ୟ ପ୍ରଦେଶ : ମଧ୍ୟ ପ୍ରଦେଶ ଖଣ୍ଡୱା ଜିଲ୍ଲାରେ ଏକ ପୋଖରୀରେ ମାଛ ପରିବର୍ତ୍ତେ ୫୦୦ ଓ ୨୦୦୦ ଟଙ୍କାରେ ଭରପୂର ନୋଟ୍ ବିଡ଼ା ମିଳିଛି । ଜଣେ ପିଲା ମାଛ ଧରିବାକୁ ଯାଇଥିବାବେଳେ ଏଗୁଡ଼ିକୁ ପାଇଛି । ପବନରେ ଉଡ଼ି କେତେ ନୋଟ୍ ଆଖପାଖରେ ପଡ଼ିଥିଲା । ସେ କେତେକ ନୋଟ୍ ଘରକୁ ନେଇଯିବା ପରେ ପୋଲିସ କୌଣସି ସୂତ୍ରରୁ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ୧୨ଟି ୫୦୦ ଟଙ୍କିଆ ଓ ୨ଟି ୨୦୦୦ ଟଙ୍କିଆ ନୋଟ୍ ଜବତ କରିଛି । ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରି ଘଟଣାର ଯାଞ୍ଚ୍ କରାଯାଉଛି । ସ୍ଥାନୀୟ ଲୋକେ କହିଛନ୍ତି ଜଣେ ଗାଡ଼ି ଚାଳକ ପୋଖରୀ କୂଳରେ କିଛି ଫିଙ୍ଗିଦେଇ ଚାଲିଯାଇଥିଲା । ମର୍ନିଂ ୱାକ୍ରେ ଯାଇଥିବା ଯୁବକ ଋଷି କନାଡେ ଏହାକୁଦେଖି ଅଧିକ ଚିନ୍ତା କଲା ନାହିଁ । ଫେରିବା ବେଳକୁ ପୋଖରୀ କୂଳରେ ଭିଡ଼ ଜମିଥିବା ଦେଖିଲା ।