Odisha news

ଉର୍ବଶୀ ଦେଲେ ୫ କୋଟି

0

ଦେଶରେ କରୋନା ସଙ୍କଟ ବଢ଼ିବାରେ ଲାଗିଛି । ଏହାମଧ୍ୟରେ ଅନେକ ସେଲିବ୍ରିଟି କରୋନା ସହ ଲଢ଼ୁଥିବା ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ଓ ମଡେଲ୍‌ ଉର୍ବଶୀ ରୌତେଲା । ସେ ୫ କୋଟି ଟଙ୍କା ଦାନ କରି କହିଛନ୍ତି, ମୁଁ ସମସ୍ତଙ୍କର ଆଭାରି । ଅଭିନେତା, ରାଜନେତା, ସଙ୍ଗୀତକାର, ଏଥଲିଟ୍‌ ଓ ସାଧାରଣ ଲୋକ ଯାହା ବି କରୁଛନ୍ତି, କୌଣସି ବି ଦାନ ଛୋଟ ନୁହେଁ । ଆମ ସମସ୍ତଙ୍କୁ ଏକାଠି ରହିବାର ଆବଶ୍ୟକତା ରହିଛି । ଆମେ ଏକାଠି ହୋଇ କରୋନାକୁ ହରାଇପାରିବା ।

Leave A Reply