Odisha news

କେନ୍ଦ୍ରାପଡା ଜିଲ୍ଲାରେ ବସବାସ କରୁଥିବା ଶ୍ରମିକ ମାନଙ୍କ ପାଇଁ ସହାୟତା ପ୍ରଦାନ ନିମନ୍ତେ ଟ୍ରେଡ ୟୁନିୟନ କଂଗ୍ରେସ ପକ୍ଷରୁ ସହାୟତା ପାଇଁ ଦାବି

0

କେନ୍ଦ୍ରାପଡା-୧୧/୦୫ କେନ୍ଦ୍ରାପଡା ଜିଲ୍ଲାରେ ବସବାସ କରୁଥିବା ଶ୍ରମିକ ମାନଙ୍କ ପାଇଁ ସହାୟତା ପ୍ରଦାନ ନିମନ୍ତେ ଅଖିଳ ଭାରତ ଟ୍ରେଡ ୟୁନିୟନ କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । କରୋନା ପରି ବିଶ୍ୱ ମହାମାରୀ ସମୟରେ ଶ୍ରମିକ ଶ୍ରେଣୀ ସଂଗଠିତ ଓ ଅସଂଗଠିତ ଉଭୟ କ୍ଷେତ୍ରରେ ଶ୍ରମିକ ବା କର୍ମଚାରୀ ମାନଙ୍କ ଜୀବନ ଓ ଜୀବିକା ଗଭୀର ସଂକଟ ମଧ୍ୟରେ ଗତି କରୁଛି । ଏହି ପରିପେକ୍ଷୀରେ ମଇ ୧୧ ତାରିଖ ଅଖିଳ ଭାରତ ଟ୍ରେଡ ୟୁନିୟନ କଂଗ୍ରେସ ନେତୃତ୍ୱରେ ଶ୍ରମିକ ଶ୍ରେଣୀ ଶ୍ରମଜୀବି ଜନତାଙ୍କ ଦାବିପତ୍ର ପ୍ରତି ସରକାରଙ୍କ ଉଦାସୀନତା ପ୍ରତିବାଦରେ ଦେଶବ୍ୟାପି ଆନେ୍ଦାଳନ ଚଳାଇବାକୁ ସଂଗରୋଧ ମଧ୍ୟରେ ଶାରିରୀକ ଦୂରତା ବଜାୟ ରଖିବା ସହିତ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ୧୩ ଦଫା ଦାବିପତ୍ର ଉଲ୍ଲେଖ କରାଯାଇଛି । ଏହି ଦାବିପତ୍ରରେ ବିଭିନ୍ନ ରାଜ୍ୟରେ ଦୁର୍ଦ୍ଦଶାରେ ପଡିଥିବା ଯେଉଁ ପ୍ରବାସୀ ଶ୍ରମିକ ମାନେ ନିଜ ଘରକୁ ଫେରି ପାରୁ ନାହାଁନ୍ତି ସେମାନେ ସମସ୍ତଙ୍କୁ ଫେରିବାର ବ୍ୟବସ୍ଥା ସରକାର ସୁନିଶ୍ଚିନ୍ତ କରାନ୍ତୁ । ବିପିଏଲ, ଏପିଏଲ କାର୍ଡ ଦେଖାଇବାକୁ ବାଧ୍ୟ ନକରି ସମସ୍ତ ଶ୍ରମିକଙ୍କୁ ପିଡିଏସ ଚାଉଳ ଯୋଗାଇ ଦିଆଯାଉ । ସମସ୍ତ ଶ୍ରମିକଙ୍କ ପରିବାରକୁ ଉଜ୍ଜଳା ରନ୍ଧନ ଗ୍ୟାସ ପ୍ରଦାନ କରାଯାଉ । ଶ୍ରମ ମନ୍ତ୍ରଣାଳୟ ଜାରି କରିଥିବା ସମସ୍ତ ଘୋଷଣାର କାର୍ଯ୍ୟକାରିତାକୁ ଶୁନିଶ୍ଚିନ୍ତ କରାଯାଉ । ଠିକା ଓ ଅସ୍ଥାୟୀ ଶ୍ରମିକ, ଆତ୍ମ ନିଯୁକ୍ତି ଶ୍ରମିକ, ଦିନ ମଜୁରିଆ, ଅସ୍ଥାୟୀ ଶ୍ରମିକ କାର୍ଯ୍ୟରେ ଯୋଗ ଦେବା ପର୍ଯ୍ୟନ୍ତ ସେମାନଙ୍କ ପରିବାରକୁ ମାସିକ ୭୫୦୦ ଟଙ୍କା ଯୋଗଇ ଦେବାକୁ ଦାବି କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ କେନ୍ଦ୍ରାପଡା ଜିଲ୍ଲା ଏଆଇଟିୟୁସି ର ସଭାପତି ବାବାଜୀ ଧଳ, ରମଣୀ ରଞ୍ଜନ ରାଉତରାୟ, ରନôାକର ଦାସ, ସୁହାନା ବେଗମ୍, ସୁଧାଂଶୁ କୁମାର ବିଶ୍ୱାଳ, ଅଭୟ କୁମାର ଦାସ, ରଞ୍ଜନ କୁମାର ମଲ୍ଲିକ, ସେହ୍ନଲତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply