Odisha news

ନୀଳଗିରି ପୋଲିସ ପକ୍ଷରୁ ଟ୍ରାଫିକ ନିୟମ କଡ଼ାକଡ଼ି

0

ନୀଳଗିରି :-ରାଜ୍ୟସରକାର ଟ୍ରାଫିକ ନିୟମକୁ ୬ମାସ କୋହଳ କଲାପରେ ମାର୍ଚ୍ଚ ୧ ତାରିଖ ଠାରୁ ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଇଁ ନିଦେ୍ର୍ଦଶ ଦେଇଥିବା ବେଳେ ନୀଳଗିରି ଥାନାର ଆଇ.ଆଇ.ସି. ମୀନତି ବିଶ୍ୱାଳଙ୍କ ନିଦେ୍ର୍ଦଶରେ ଥାନାର ସବ୍ଇନିସ୍ପେକ୍ଟର ବାସୁଦେବ ଜୟସିଂହ, ସସ୍ମିତା ମଲ୍ଲିକ ଏକ ପୋଲିସ ଟିମ୍ ଧରି ବାଲିଗୋହିରୀ ଛକ ଠାରେ ଗାଡ଼ି ଯାଞ୍ଚ କରିବା ସହ ହେଲମେଟ ଉପରେ ଗୁରୁତ୍ୱ ଦେଇଥିଲେ । ବିନା ହେଲମେଟ ଗାଡି ·ଳକମାନଙ୍କ ଠାରୁ ଜୋରିମାନା ଆଦାୟ କରିଛନ୍ତି ।

ଗୋଟିଏ ବାଇକରେ ୩ ରୁ ୪ଜଣ ଯାଉଥିବା ଗାଡ଼ିକୁ ମଧ୍ୟ ଜୋରିମାନା ଲାଗୁ କରିବା ସହ ୩ ରୁ ୪ଜଣ ନ ଯିବା ପାଇଁ ସଚେତନ କରାଇଥିଲେ । ଆଜିର ଏହି ଚଢ଼ାଉ ଦେଖି ବାଇକ ଆରୋହୀମାନେ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଛି । ଏହି ଚଢ଼ାଉରେ କନେଷ୍ଟବଳ ଗୁରୁବା ସିଂ, ବୁବୁ ମୁନୀ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Nalco
Leave A Reply