Odisha news

ଇମ୍ଫା ଭଲିବଲ; ଥେରୁବାଲି ଚମ୍ପିଅନ

0

ବ୍ୟାସନଗର: ସୁକିନ୍ଦା କାଳିଆପାଣି ଠାରେ ଥିବା ଇମ୍ଫା କମ୍ପାନୀର ସୁକିନ୍ଦା ଓ ମହାଗିରି ଖଣି(କ୍ରୋମାଇଟ) ଆନୁକୂଲ୍ୟରେ ମହାଗିରି ଏନକ୍ଲେପ୍ ଭଲିବଲ ପଡ଼ିଆ ଠାରେ ଅନୁଷ୍ଟିର ଆନ୍ତଃଗ୍ରାମୀଣ ଡ଼େ ଆଣ୍ଡ ନାଇଟ ପ୍ରତିଯୋଗୀତାରେ ଥେରୁବାଲି ୟୁନିଟ୍ ଚମ୍ପାଅନ ହୋଇଛି । ଫାଇନାଲ ଖେଳରେ ଥେରୁବାଲି ୟୁନିଟ୍ ଚୈାଦ୍ୱାର ୟୁନିଟ୍କୁ ୨୫-୧୫, ୨୫-୭ ସେଟ୍ରେ ପରାସ୍ତ କରି ଚମ୍ପଅନ ହୋଇଥିଲା ।

୫ଟି ଦଳକୁ ନେଇ ଅନୁଷ୍ଠିତ ଲିଗ୍ ପର୍ଯ୍ୟାୟରେ ଥେରୁବାଲି ୟୁନିଟ୍ ସର୍ବାଧିକ ୮, ଚୈାଦ୍ୱାର ୬, ଭୂବନେଶ୍ୱର ମୁଖ୍ୟାଳୟ ୪, ବିଆଇପିଏଫ ଆଇଟିସି ୨ ଓ ଖଣି ୦ ପଏଣ୍ଟ ହାସଲ କରିଥିଲେ । ଉଦ୍ୟାପନୀ ଉତ୍ସବରେ ଖଣି ଉପସଭାପତି ସୁଧାଂଶୁ ପାଟନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ ।

ଯୋଗାଣ ଶୃଂଖଳ ବିଭାଗ ବରିଷ୍ଟ ମହାପ୍ରବନ୍ଧକ ଦୀପକ ପୃଷ୍ଟି ଓ ଜିଭିରାକେଶ, ଖଣି ମହାପ୍ରବନ୍ଧକ ଲଲାଟେନ୍ଦୁ ମହାପାତ୍ର, କାର୍ମିକ ଉପମହାପ୍ରବନ୍ଧକ ଅଜୟ କୁମାର ବେହୁରିଆ, ଖଣି ପ୍ରବନ୍ଧକ ମନୋଜ କୁମାର ସାମଲ, ବରିଷ୍ଟ ଲୋକ ସଂପର୍କ ପ୍ରବନ୍ଧକ ଜଗନମୋହନ ମଲିକ୍ ଓ ମିଲନ କର ପ୍ରମୂଖ ଅତିିଥି ରୂପେ ଯୋଗ ଦେଇଥିଲେ ।

Leave A Reply

Your email address will not be published.