କୋଣାର୍କ:- କୋଣାର୍କ ଥାନା ର ଥାନାଧିକାରୀ ଶୀ୍ର ରଞନ କୁମାର ମଲ୍ଲିକ ପୁରା ଆକ୍ସନ ମୁଡରେ ନିଜ ଟିମ ସହ କୋଣାର୍କ ରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ସେ କୋଣାର୍କ ରେ ଯୋଗ ଦେବା ଦିନଠାରୁ କୋଣାର୍କ ରେ ଟା୍ରଫିକ ସମସ୍ୟା ସୁଧୁରିବା ସହ ବେଆଇନ ଭାବେ ବସ ଓ କାର ଗୁଡିକ ରାସ୍ତାରେ ପାର୍କିଂ କରୁଥିବାରୁ ପ୍ରଥମରେ ସେଗୁଡିକ ନିୟନ୍ତ୍ରଣ ପାଇଁ ସେମାନଙ୍କୁ ତାଗିଦ କରିବା ପରେ ମଧ୍ୟ ବେପାରୁଆ ବସ ଓ କାର ଡା୍ରଇଭର ମାନେ ନିଦେ୍ର୍ଦଶ କୁ ଖାତିର କରୁନଥିବାରୁ ତାଙ୍କ ପ୍ରତି ଥାନା ଅଧିକାରୀ ଶୀ୍ର ମଲ୍ଲିକ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କ ଠାରୁ ବେଆଇନ ପାର୍କିଂ ପାଇଁ ଜୋରିମାନା ଆଦାୟ ପାଇଁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି ।ରବିବାର ଦିନ ଛୁଟି ଦିନ ଥିବାରୁ କୋଣାର୍କ ରେ ପ୍ରବଳ ଜନ ଗହଳି ଲାଗିଥିଲା ।
ଏବଂ ପର୍ଯ୍ୟଟକ ମାନଙ୍କୁ ଆଣି ଆସିଥିବା ଯାନ ଗୁଡିକ ଯାତୀ୍ର ଙ୍କୁ ଛାଡି ରାସ୍ତା କଡରେ ବେନିୟମ ଭାବେ ଗାଡି ପାର୍କିଂ କରିଥିଲେ ଯାହା ଦ୍ୱାରା ସହରରେ ଟା୍ରଫିକ ସମସ୍ୟା ଉପୁଜିଥିଲା । ଏହା ଥାନାଧିକାରୀ ଶୀ୍ର ମଲ୍ଲିକଙ୍କ ନଜରକୁ ଆସିବା ପରେ ତାଙ୍କ ନିଦେ୍ର୍ଦଶ ରେ ଥାନା ର ସବଇନ୍ସପେକ୍ଟର ଦୀଲ୍ଲିପ କୁମାର ବେହେରା ଙ୍କ ନେତୃତ୍ୱ ରେ ବେଆଇନ ପାର୍କିଂ ପଇଁ ବିଭିନ୍ନ ଗାଡି ଗୁଡିକ ଠାରୁ ୫୦୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଏବଂ ଆଗକୁ ଯଦି କୌଣସି ବସ୍ କିମ୍ବା ଅନ୍ୟ ଗାଡି ଗୁଡିକ ରାସ୍ତା କଡରେ ରହି ସହରରେ ଟା୍ରଫିକ ସମସ୍ୟା ସୃଷ୍ଟି କରନ୍ତି ତାହାଲେ ସେମାନଙ୍କ ଉପରେ ଜୋରିମାନା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନାଧିକାରୀ ଶୀ୍ର ମଲ୍ଲିକ ପ୍ରକାଶ କରିଛନ୍ତି ।