ଖେଳଣା ବିଶ୍ୱବିଖ୍ୟାତ ବୈଜ୍ଞାନିକ ଅଲବର୍ଟ ଆଇନଷ୍ଟାଇନ୍ଙ୍କ ପ୍ରିୟ ଖେଳଣା ‘ମୋଜେକ୍ ପର୍ଲ ଗେମ୍’ ମାର୍ଚ୍ଚ ୬ରେ ନିଲାମ ହେବ । ଏହା ୪୨.୯୨ ଲକ୍ଷ ଟଙ୍କାରେ ନିଲାମ ହୋଇପାରେ ବୋଲି କୁହାଯାଉଛି । ଏହି ଜର୍ମାନ ଖେଳରେ ରଙ୍ଗୀନ ମୋତି ବା ଛୋଟ ବଲ୍ ଥାଏ । ବିକ୍ରେତା ବୋହ୍ନମ୍ସ ନୁ୍ୟୟର୍କ କହିଛନ୍ତି ଆଇନଷ୍ଟାଇନଙ୍କ ଦୁର୍ଲଭ ଖେଳ ଯୁବପିଢ଼ିଙ୍କ ପାଇଁ ଶିକ୍ଷଣୀୟ । ଏହାର ଆକାରରେ ୭.୩ ଲମ୍ବା ଓ ୧.୫ ଚଉଡ଼ା । ଆଇନ୍ଷ୍ଟାଇନ୍ ଜୀବନସାରା ଏହି ଗେମ୍କୁ ନିଜ ପାଖରେ ରଖିଥିଲେ । ତାଙ୍କ ଭଉଣୀ ମେଜା ଏସ୍ପିଷ୍ଟିନ୍ କହିଛନ୍ତି ଅଲବର୍ଟ ପିଲାଦିନେ
ଖେଳୁଥିବା ସମସ୍ତ ଖେଳ ତାଙ୍କ କ୍ଷମତାକୁ ସୂଚିତ କ ରେ । ଏଥିରେ ଅଧିକାଂଶ ପଜଲ୍ସ, ବିଲïିଂ ବ୍ଲକ୍ସ ଆଦି ସାମିଲ ଥିଲା । ୧୮ ଏପ୍ରିଲ ୧୯୫୫ରେ ଆଇନଷ୍ଟାଇନଙ୍କ ମୃତୁ୍ୟ ସମୟରେ ତାଙ୍କର ଜଣେ ସାଙ୍ଗଙ୍କୁ ଏହି ଗେମ୍ ଉପହାର ଦିଆଗଲା । ଜୁନ୍ରେ ୧୩ ହଜାର ଡଲାରରେ ବିକ୍ରି କରିଦିଆଗଲା । ଏହାପୂର୍ବରୁ ୨୦୦୫- ୦୬ ପର୍ଯ୍ୟନ୍ତ ଗେମ୍ ଟୋକିଓର ମିସ୍ତୁଓ ଆଡ୍ଡା ସଂଗ୍ରାହଳୟରେ ଏକ ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଇଥିଲା ।
Prev Post
Next Post