Odisha news

ଆଲିୟାଙ୍କ ଓଲମବିଲମ ବୟାନ

0

ଏବେ ଆଲିୟା ଭଟ୍ଟ ଓ ରଣବୀର କପୁରଙ୍କ ଆଫେୟର୍‌କୁ ନେଇ ଚର୍ଚ୍ଚା ହେଉଛି । ଉଭୟ ଡିସେମ୍ବରରେ ବାହା ହେଉଛନ୍ତି ବୋଲି କିଛିଦିନ ତଳେ ରିପୋର୍ଟ ଆସିଥିଲା । ଫିଲ୍ମ ବ୍ରହ୍ମାସ୍ତ୍ର ରିଲିଜ୍‌ ପରେ ଦୁହେଁ ବାହା ହେବେ ବୋଲି କୁହାଯାଉଛି । ହେଲେ ବାହାଘରକୁ ନେଇ ଆଲିୟା ଏକ ସାକ୍ଷାତକାରରେ କହିଛନ୍ତି, ‘ମୁଁ ଜାଣିନି ଆଜି କାଲି କ’ଣ ଗୁଜବ ଚାଲିଛି । ପ୍ରତି ୩ ସପ୍ତାହରେ ମୋ ବାହାଘରକୁ ନେଇ ନୂଆ ନୂଆ ତାରିଖ ବା ଗୁଜବ ସାମ୍ନାକୁ ଆସୁଛି । ମୋତେ ଏହା ମଜାଦାର ଲାଗୁଛି । ଏହି ଖବର ଦ୍ୱାରା କେବଳ ମୋର ମନୋରଞ୍ଜନ ହେଉଛି ।’ ପ୍ରଥମରୁ ଏକ ଇଣ୍ଟରଭୁ୍ୟରେ ସେ କହିଥିଲେ ଏହା କୌଣସି ରିଲେସନଶିପ୍‌ ନୁହେଁ, କେବଳ ବନ୍ଧୁତା । ଏହା ବହୁତ ସୁନ୍ଦର ଅନୁଭବ । ଆମେ ଦୁହେଁ ପ୍ରଫେଶନାଲ୍‌ ଲାଇଫ୍‌ ଏନଜୟ କରୁଛୁ । କୌଣସି କମ୍ଫଟେବଲ୍‌ ରିଲେସନଶିପ୍‌ର ଏହା ପ୍ରମାଣ । କାହାକୁ ଏହାର ନଜର ନ ଲାଗୁ ।’ ୨୦୨୦ ଡିସେମ୍ବର ୧୨ରେ ବ୍ରହ୍ମାସ୍ତ୍ର ରିଲିଜ୍‌ ହେବ । ଏଥିରେ ଆଲିୟା ଓ ରଣବୀରଙ୍କ ସହିତ ଅମିତାଭ ବଚ୍ଚନ, ନାଗାର୍ଜୁନ, ଡିମ୍ପଲ କପାଡ଼ିୟା ଓ ମୌନି ରୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Leave A Reply

Your email address will not be published.