Odisha news

କେଶବ ଭେଲାଡି ଓରଫ୍‌ ଦୀପକ ଓରଫ୍‌ ରାମଦାସ ଆତ୍ମ ସମର୍ପଣ

0

ଭବାନୀପାଟଣା, : କଳାହାଣ୍ଡି ଏସ୍‌ପିଙ୍କ ନିକଟରେ ଜଣେ କ୍ୟାଡର ମାଓବାଦୀ କେଶବ ଭେଲାଡି ଓରଫ୍‌ ଦୀପକ ଓରଫ୍‌ ରାମଦାସ (୨୭) ଆତ୍ମସମର୍ପଣ କରିଛନ୍ତି। ଏ ସମ୍ପର୍କରେ ୧୮ତାରିଖ ସନ୍ଧ୍ୟାରେ କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧର ସିଆରପିଏଫ୍‌ ୬୪ ବାଟାଲିୟନ୍‌ କମାଣ୍ଡେଣ୍ଟ ବିପ୍ଲବ ସରକାରଙ୍କ ଉପସ୍ଥିତିରେ ପ୍ରକାଶ କରିଛନ୍ତି। ଆତ୍ମସମର୍ପଣ କରିଥିବା କ୍ୟାଡର ମାଓବାଦୀ ନାମରେ ପୂର୍ବରୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ଏସ୍‌ପି କଳହାଣ୍ଡି ପ୍ରକାଶ କରିଛନ୍ତି କ୍ୟାଡର ମାଓବାଦୀ କେଶବ ଓରଫ ରାମଦାସ ପିତା- ଉରାଭେଲାଡି ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଗୋପାଲପାଟଣା ଥାନା ଅନ୍ତର୍ଗତ ପଲସେ ଗୁଣ୍ଡରପୁର ଗ୍ରାମ ବୋଲି ଜଣାପଡିଛି। ସେ ୨୦୦୯ ମସିହାରେ ସରକାର ପକ୍ଷରୁ ବେଆଇନ ଘୋଷଣା କରାଯାଇଥିବା ସିପିଆଇ ଏମ୍‌ଏଲ୍‌ ସଂଗଠନରେ ଯୋଗ ଦେଇ ପ୍ରଥମେ ୧ ବର୍ଷ ପାଇଁ ଛତିଶଗଡର ଗଙ୍ଗାଲୁର ଦଲମରେ କାର୍ଯ୍ୟକରି ପରେ ସିସି ମେମ୍ବର ଜାମପନାର ସୁରକ୍ଷା ଦାୟିତ୍ୱରେ କାର୍ଯ୍ୟ କରୁଥିଲା। ଏହାପରେ ସେ ଖାରଙ୍ଗନାଡି ଏରିଆ କମିଟିର ଏସିଏମ୍‌ କାର୍ଯ୍ୟଭାର ନେଇ ଇନ୍‌ସାସ ରାଇଫଲ ଚଳାଇବା ଯୋଗ୍ୟତା ଅର୍ଜନ କରିଥିଲା। ୨୦୧୮ ମସିହାରେ ସେ ମାଓ ସଂଗଠନରୁ ଦୁରେଇ ଯିବା ପାଇଁ ଚେଷ୍ଟା କରିବାରୁ ତାକୁ ଏରିଆ କମିଟିର ଏସିଏମ୍‌ ପଦବିରୁ ହଟାଇ ପାର୍ଟି ସଦସ୍ୟ ଭାବରେ କାର୍ଯ୍ୟ କରିବାକୁ ଦାୟିତ୍ୱରୁ ହଟାଇ ଦିଆଯାଇଥିଲା।

Leave A Reply