Odisha news

କଟ୍‌-କପି-ପେଷ୍ଟ୍‌ର ଉଦ୍ଭାବକ ଆଉ ନାହାନ୍ତି

0

କମ୍ପୁ୍ୟଟର ବ୍ୟବହାର କରୁଥିବା ବ୍ୟକ୍ତି କଟ୍‌-କପି-ପେଷ୍ଟ୍‌ କମାଣ୍ଡ୍‌ର ଗୁରୁତ୍ୱ ବୁଝନ୍ତି । ଏହି ତିନି କମାଣ୍ଡ ଯଥା କଣ୍ଟ୍ରୋଲ୍‌-ଏକ୍ସ, କଣ୍ଟ୍ରୋଲ୍‌-ସି, କଣ୍ଟ୍ରୋଲ୍‌-ଭି ବିନା କମ୍ପୁ୍ୟଟରରେ କାମ କରିବା ସହଜ ନୁହେଁ । ଲାରୀ ଟେସ୍‌ଲର ନାମକ କମ୍ପୁ୍ୟଟର ସାଇଣ୍ଟିଷ୍ଟ ଏହାର ଉଦ୍‌ଭାବକ । କମ୍ପୁ୍ୟଟରରେ ୟୁଜର ଇଣ୍ଟରଫେସ୍‌ର ପ୍ରାରମ୍ଭିକ ବିକାଶ କାଳରେ ଯେଉଁମାନଙ୍କ ଅଭୁତପୂର୍ବ ଯୋଗଦାନ ଥିଲା ସେମାନଙ୍କ ମଧ୍ୟରେ ଟେସ୍‌ଲର ଅନ୍ୟତମ । ୧୯୬୦ ଦଶକରେ ସେ ସିଲିକନ୍‌ ଭ୍ୟାଲିରେ କ୍ୟାରିୟର୍‌ ଆରମ୍ଭ କରିଥିଲେ ଯେତେବେଳେ କମ୍ପୁ୍ୟଟର ଅଳ୍ପ କେତେକ ଲୋକଙ୍କ ମଧ୍ୟରେ ସୀମିତ ଥିଲା । କଟ୍‌-କପି- ପେଷ୍ଟ୍‌ କମାଣ୍ଡ ଉଦ୍ଭାବନ କରି ଟେସ୍‌ଲର କମ୍ପୁ୍ୟଟରକୁ ସାଧାରଣ ଲୋକଙ୍କ ପାଇଁ ସୁଗମ କରିଦେଲେ । ସେ ମଧ୍ୟ ଫାଇଣ୍ଡ୍‌ ଓ ରିପ୍ଲେସ୍‌ ଆଦି ଅନେକ କମାଣ୍ଡ ତିଆରି କରିଛନ୍ତି ଯାହା ଯୋଗୁ ଟେକ୍ସଟ୍‌ ଲେଖିବା, ସଫଫେୱର୍‌ ଡେଭ୍‌ଲପ୍‌ କରିବା ସହଜତର ହୋଇଛି । ଟେସ୍‌ଲର ଆପଲ, ୟାହୁ, ଆମାଜନ ଆଦି କମ୍ପାନୀରେ କାମ କରିଥିଲେ । ତେବେ କ୍ୟାରିୟର୍‌ର ସର୍ବାଧିକ କାଳ ବିତାଇଥିଲେ
ଆମେରିକୀୟ କମ୍ପାନୀ ‘ଜେରକ୍ସ’ରେ । ଫେବୃୟାରୀ ୧୭ ସୋମବାର ୭୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି ।

Leave A Reply