Odisha news

ଆନ୍ଧ୍ର ଯୁବକଙ୍କ ଟ୍ରମ୍ପ୍‌ ପୂଜା

0

ଆନ୍ଧ୍ର : ଟ୍ରମ୍ପଙ୍କ ସୁପରଫ୍ୟାନ୍‌ ହୁଏତ ଆମେରିକାରେ ନୁହେଁ, ତେଲଙ୍ଗାନାରେ ରହୁଛନ୍ତି । ବୁଶା କ୍ରିଷ୍ଣା କାହିଁ କେବେ ଠୁ ଟ୍ରମ୍ପଙ୍କୁ ସବୁଦିନ ପୂଜା କରନ୍ତି । ଏପରିକି ନିଜ ଘର ପାଖରେ ଟ୍ରମ୍ପଙ୍କର ୬ ଫୁଟ୍‌ ଉଚ୍ଚ ମୂର୍ତ୍ତି ବି ତିଆରି କରିଛନ୍ତି । ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପୂର୍ବରୁ ସେ ତାଙ୍କୁ ସ୍ୱପ୍ନରେ ଦେଖିଥିଲେ ଓ ସେବେଠୁ ପୂଜା କରି ଆସୁଥିବା କହିଛନ୍ତି କି୍ରଷ୍ଣା । ଟ୍ରମ୍ପଙ୍କ ଭାରତ ଗ୍ରସ୍ତ ପୂର୍ବରୁ ନିଜ ଘରକୁ ଟ୍ରମ୍ପ ମନ୍ଦିର ପରିଣତ କରିଦେଇଛନ୍ତି । ଟ୍ରମ୍ପଙ୍କ ପ୍ରତି ତାଙ୍କ ଭଲପାଇବା ଭକ୍ତିରେ ବଦଳିଥିବା କହନ୍ତି । ଏ କାରଣରୁ ସେ ଟ୍ରମ୍ପଙ୍କୁ ପୂଜା କରୁଛନ୍ତି । ତାଙ୍କ ଘର କାନ୍ଥରେ ଟ୍ରମ୍ପଙ୍କ ନାଁ ଲେଖା ଅଛି । ଲୋକେ ତଥା ବନ୍ଧୁବାନ୍ଧବ ଟ୍ରମ୍ପଙ୍କ ପୂଜାକୁ ନାପସନ୍ଦ କରିବା ସତ୍ତେ୍ୱ ସେ ପୂଜା କରୁଛନ୍ତି । ଟ୍ରମ୍ପଙ୍କୁ ପୂଜା କରୁଥିବାରୁ ତାଙ୍କୁ ଗାଁଲୋକେ ‘ଟ୍ରମ୍ପ କ୍ରିଷ୍ଣା’ ଡାକୁଛନ୍ତି । ଏପରିକି ତାଙ୍କ ଘର ଟ୍ରମ୍ପଙ୍କ ଘର ନାଁରେ ପରିଚିତ । ଟ୍ରମ୍ପଙ୍କୁ ଦେଖା କରିବାର ଇଚ୍ଛା କେନ୍ଦ୍ର ସରକାରଙ୍କ ପାଖରେ ଜାହିର କରିଛନ୍ତି ।

Leave A Reply