Odisha news

ମୃତକ ଙ୍କ କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ।

0
ବୋରିଗୁମ୍ମା- ବୋରିଗୁମ୍ମା ଥାନା ଅନ୍ତର୍ଗତ କାମାରା ଠାରେ ମୃତ ହେଲ୍ପର ଙ୍କ କ୍ଷତି ପୂରଣ ଦାବିରେ ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ପ୍ରକାଶ ଥାଉକି ଗତକାଲି ଶନିବାର ଦିନ ଏକ ଘରୋଇ ବସ ଜଗାକଳିଆ ବୋରିଗୁମ୍ମା ରୁ ଚାନ୍ଦାହାଣ୍ଡି ଯିବା ସମୟରେ ପାପଡାହାଣ୍ଡି ନିକଟସ୍ଥ ହରିଣ ପାର୍କ ଠାରେ ନିୟନ୍ତ୍ରଣ ହରାଇ ବସ ଟି ଓଲଟି ପଡିଥିଲା। ଘଟଣା ସ୍ଥଳରେ ହିଁ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଜୟପୁର ମେଡ଼ିକାଲ ରେ ଜଣେ ପ୍ରାଣ ହରାଇଥିଲେ। ପ୍ରାଣ ହରାଇଥିବା ତିନି ଜଣ ଙ୍କ ମଧ୍ୟରୁ ଗାଡି ର ହେଲ୍ପର ଆଶିଷ କୁମାର ମିଶ୍ର ଅଟନ୍ତି। ଆଶିଷ ଘର ବୋରିଗୁମ୍ମା ବ୍ଲକ ର କାମରା ଗ୍ରାମରେ ଅଟେ। ମୃତ ହେଲ୍ପର ଙ୍କ କ୍ଷତି ପୂରଣ ଦାବିରେ ଗ୍ରାମବାସୀ ମାନେ ରାଜପଥ ଦୁଇ ଘଣ୍ଟା ଅବରୋଧ କରିଛନ୍ତି। ପୋଲିସ ଓ ଘରୋଇ ବସ ର କର୍ମକର୍ତ୍ତା ମାନେ କାମରା ଛକ ରେ ଆନ୍ଦୋଳନ କାରୀ ସହ କଥାବାର୍ତ୍ତା ହୋଇଥିଲେ।ଶେଷରେ ମୃତ ହେଲ୍ପର ଙ୍କ ପରିବାର କୁ ବସ ମାଲିକ ୫୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ସୋଇଥିଲା।
Nalco
Leave A Reply