ଅସ୍ତରଙ୍ଗ : ଅସ୍ତରଙ୍ଗ ବ୍ଲକର ଦ୍ୱିପାଚଂଳ ପଂଚାୟତ ଭାବେ ପରିଚିତ ତାଳଦା ଗ୍ରାମ ପଂଚାୟତର ଏଡବାଂଶ ଗ୍ରାମରେ ଅବସ୍ଥିତ ପଢ଼ିହାରୀ ବିଦ୍ୟାପୀଠର ୩୯ଜଣ ଛାତ୍ର ଛାତ୍ରୀ ଏହି ବ୍ଲକ ଅଧିନ ଆଳଙ୍ଗପୁର ପଂଚାୟତର ଐଶାନେଶ୍ବର ବିଦ୍ୟାପୀଠରେ ମାଟି୍ରକ ପରିକ୍ଷା ଦେବା ପାଇଁ ଦେବୀ ନଦୀର ତାଳଦା-ଖଣ୍ଡାସାହି ଘାଟ ଠାରେ ବିପଦ ଜନକ ଭାବରେ ଡଙ୍ଗା ପାର ହୋଇ ୧୯ ତାରିଖ ଦିନ ପରିକ୍ଷା ଦେବେ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ, ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ତରଫରୁ ତପ୍ତରତା ପ୍ରକାଶ ପାଇଥିଲା । ଆଉ ମଧ୍ୟ କିଛି ବିଭାଗୀୟ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଏହାର ସତ୍ୟାସତ୍ୟ ଅନୁସନ୍ଧାନ ନିମନ୍ତେ ପଢିହାରୀ ବିଦ୍ୟାପୀଠ କୁ ମଧ୍ୟ ଆସିଥିଲେ । ଏ ସମ୍ଭଦ୍ଧରେ ସେମାନଙ୍କର ରିପୋର୍ଟ ଅନୁଯାଇ, ପଢ଼ିହାରୀ ବିଦ୍ୟାପୀଠ, ଏଡବାଂଶର ୩୯ ଜଣ ଛାତ୍ର ଛାତ୍ରୀ ଡଙ୍ଗାରେ ପାରି ନହୋଇ, ଜଗ୍ତସିଂହପୁର ଜିଲ୍ଲାର ମାଛଗାଁ ଓ ନାଉଗାଁ ବ୍ଲକର ଦିର୍ଘ ୪୦-୫୦କି.ମି. ବାଟ ଅତିକ୍ରମ କରି ୪ ଚକିଆ ଯାନ ଦ୍ୱାରା ଐଶାନେଶ୍ୱର ପରିକ୍ଷା କେନ୍ଦ୍ରରେ ପହଁଚି ପରିକ୍ଷା ଦେବେ ବୋଲି ସ୍ଥିର କରାଯାଇଅଛି । ଆବଶ୍ୟକ ସ୍ଥଳେ ପରିବହନ ବାବଦରେ ଆବଶ୍ୟକ ଅର୍ଥ ପୁରୀ ଜିଲ୍ଲା ଶିକ୍ଷା ବିଭାଗ ବହନ କରିବେ ବୋଲି ଜଣାପଡିଅଛି ଓ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପରିକ୍ଷା କେନ୍ଦ୍ର ନିକଟରେ ରହିବା ପାଇଁ ମଧ୍ୟ ସ୍ଥିର କରାଯାଇଅଛି । ଏଠାରେ ଉଲ୍ଲେଖନୀୟ ଯେ, ୨୦୧୩ ମସିହା ଜାନୁୟାରୀ ୧୬ ତାରିଖ ଦିନ ଓଡିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦ୍ୱିପାଚଂଳକୁ ଯୋଗଯୋଗ ନିମନ୍ତେ ୩୦ କୋଟି ଟଙ୍କା ବ୍ୟୟରେ ଦେବୀ ନଦୀର ଅଥଳ ଜଳରାଶୀ ମଧ୍ୟରେ ଏକ ସେତୁ ନିର୍ମାଣ କରିବା ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ ଓ କଲିକତାର ଏକ କମ୍ପାନୀ ଉକ୍ତ ବ୍ରିଜ କାର୍ଯ୍ୟକୁ ହାତକୁ ନେଇ ଦୁଇ ବର୍ଷ ମଧ୍ୟରେ ଶେଷ କରିବ ବୋଲି ପ୍ରକଶ କରାଯାଇଥିଲା । ହେଲେ ଜଗ୍ତସିଂହପୁର ଜିଲ୍ଲା ଓ ପୁରୀ ଜିଲ୍ଲା ପ୍ରାୟ ୧୦ ହଜାର ଜନସାଧାରଣଙ୍କ ଗମନା ଗମନ ପାଇଁ ଅର୍ଦ୍ଧନିର୍ମିତ ବ୍ରିଜ୍ଟି ସମ୍ପୁର୍ଣ୍ଣ ନହୋଇ ପଡିରହିଥିବା ବେଳେ କୋଲକାତାର କମ୍ପାନୀ ମଧ୍ୟ ଦୁଇ ବର୍ଷ ହେବ ତାର ସମସ୍ତ ଯନ୍ତ୍ରପାତି ନେଇ କେଉଁ ଆଡେ ଉଭାନ ହୋଇଯାଇଅଛି । ଯାହା ଫଳରେ କି ଯୋଗାଯୋଗ ସୁବିଧା ନଥିବାରୁ ଏହି ଦ୍ୱିପାଚଂଳ ବାସି ବହୁତ କଷ୍ଠରେ ତାଙ୍କର ଦୈନଦିନ ଜିବନ ଜାପନ କରୁଥିବା ବେଳେ ବି୍ରଜର କାମ ଚାଲୁ କରିବା ପାଇଁ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।