ଆଉ ୨ଦିନ ରେ ସମାପ୍ତ ହୋଇଯିବ ଜାନୁଆରୀ ମାସ ଏବଂ ଆରମ୍ଭ ହୋଇଯିବ ଫେବୃଆରୀ ମାସ, ନୂଆ ମାସ ଆରମ୍ଭ ହେବା ମାତ୍ରକେ ଦେଶରେ ଅନେକ ନିୟମରେ ପରିବର୍ତ୍ତନ ହେବ, ଏହି ପରିବର୍ତ୍ତନ ର ପ୍ରଭାବ ପ୍ରତ୍ୟେକ ଘର ଓ ପକେଟ ଉପରେ ପଡ଼ିବାର ଦେଖିବାକୁ ମିଳିବ, ଗୋଟିଏ ପଟେ ଏଲପିଜି ସିଲିଣ୍ଡର ର ନୂଆ ମୂଲ୍ୟ ଦେଖିବାକୁ ମିଳିବ, ଯାହାକି ଘରର ରୋଷେଇ ସହିତ ଜଡିତ, ଏବଂ ଅନ୍ୟ ପଟରେ ପାନ ମସଲା ଓ ସିଗାରେଟ ର ସଉକିନ ଥିବା ବ୍ୟକ୍ତିଙ୍କୁ ମିଳିବ ବଡ଼ ଝଟକା, ଆସନ୍ତୁ ଜାଣିବା ଫେବୃଆରୀ ୧ତାରିଖ ପରିବର୍ତ୍ତନ ହେବାକୁ ଥିବା ନିୟମ ବିଷୟରେ l
1- LPG ସିଲିଣ୍ଡର ମୂଲ୍ୟ ପ୍ରତ୍ୟେକ ମାସର ପ୍ରଥମ ଦିନ ଅଏଲ ମାର୍କେଟିଙ୍ଗ କମ୍ପାନୀ ଗୁଡିକ ନିଜ ମୂଲ୍ୟରେ ସଂଶୋଧନ କରି ଥାଆନ୍ତି, ଏବଂ ଫେବୃଆରୀ ୧ତାରିଖ ରେ ନୂଆ LPG ମୂଲ୍ୟ ଜାରି କରାଯିବ, ବଜେଟ ରେ LPG ର ମୂଲ୍ୟ ନିର୍ଧାରଣ ହେବାକୁ ନେଇ ସମସ୍ତଙ୍କ ନଜର ରହିଛି, ଚଳିତ ଥର ୧୪ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ର ମୂଲ୍ୟ ରେ ସଂଶୋଧନ କରାଯିବ l
2- ଦ୍ଵିତୀୟ ପରିବର୍ତ୍ତନ ହେଲା ପାନ ମସଲା ଓ ସିଗାରେଟ ସଉକିନ ଲୋକଙ୍କୁ ମିଳିବ ବଡ଼ ଝଟକା, ଫେବୃଆରୀ ୧ ତାରିଖରୁ ପାନ ମସଲା, ତମ୍ବାଖୁ, ସିଗାରେଟ ଉପରେ ଅଧିକ ଟ୍ୟାକ୍ସ ଲଗାଯିବ, ପାନ ମସଲା ଓ ତମ୍ବାଖୁ ଉପରେ ନୂଆ GST ଶୁଳ୍କ ଲଗାଯିବ l
3 – ତୃତୀୟ ପରିବର୍ତ୍ତନ ହେଲା ଫେବୃଆରୀ ୧ ତାରିଖ ଠାରୁ FASTag ୟୁଜର୍ସ ଙ୍କ ପାଇଁ ପରିବର୍ତ୍ତନ ହେବ, NHAI ପକ୍ଷରୁ ଫେବୃଆରୀ ୧ତାରିଖ ରୁ କାର , ଜୀପ ଓ ଭ୍ୟାନ୍ ପାଇଁ FASTag ଜାରି କରିବା ସମୟ kyc ଭେରିଫିକେସନ ପ୍ରୋସେସ କରି ଦେଇଛନ୍ତି, ତାହା ପ୍ରଥମଦିନ ଲାଗୁ କରାଯିବ l
4 – ଫେବୃଆରୀ ମାସ ଆରମ୍ଭର ପ୍ରଥମ ଦିନ ଛୁଟି ଦିନ ଅଟେ, ଏହିଦିନ ବ୍ୟାଙ୍କ ହଲିଡେ ଥିବାରୁ ପୂର୍ବରୁ ଜରୁରୀ କାମ ସାରିଦିଆନ୍ତୁ , ଫେବୃଆରୀ ମାସରେ ଅନେକ ଛୁଟି ଥିବାରୁ ବ୍ୟାଙ୍କ କାର୍ଯ୍ୟ ଠିକ ଭାବରେ ସାରନ୍ତୁ l
5- ପଞ୍ଚମ ପରିବର୍ତ୍ତନ ହେଲା CHG -PNG ଓ ATF ର ମୂଲ୍ୟ LPG ସିଲିଣ୍ଡର ମୂଲ୍ୟ ପରିବର୍ତ୍ତନ ସହିତ ଅଏଲ ମାର୍କେଟିଙ୍ଗ କମ୍ପାନୀ ଗୁଡିକ ଫେବୃଆରୀ ୧ତାରିଖ ଠାରୁ ସଂଶୋଧିତ ନୂଆ ମୂଲ୍ୟ ଜାରି କରାଯିବ l ଯାହାକି ବିମାନ ଯାତ୍ରୀଙ୍କ ପାଇଁ ମୂଲ୍ୟ କମ -ବେଶୀ ହୋଇପାରେ l