Odisha news

କିଙ୍ଗ ଖାନ ଙ୍କୁ କହିଲେ ଗଦ୍ଦାର : IPL ନିଲାମୀ ରେ କୋଲକାତା ନାଇଟ ରାଇଡ଼ର୍ସ କୁ ନେଇ ବଢ଼ିଲା ବିବାଦ  

0

IPL ନିଲାମୀ ବଢ଼ାଇଲା ବିବାଦ , କୋଲକାତା ନାଇଟ ରାଇଡ଼ର୍ସ ର ବଢ଼ିଲା ଚିନ୍ତା, କିଙ୍ଗ ଖାଁ ଙ୍କୁ କହିଲେ ଦେଶର ଗଦାର , ଶାହରୁଖ ଙ୍କ ପାଇଁ ବଢ଼ିଲା ଅଡୁଆ ,  ଆବୁଧାବି ରେ IPL  ୨୦୨୬ ର ମିନି  ନିଲାମୀ ସରିଯାଇଛି,  କିନ୍ତୁ ଏହା କୋଲକାତା ନାଇଟ ରାଇଡ଼ର୍ସ ପାଇଁ ବଢ଼ାଇଛି ଚିନ୍ତା, କୋଲକାତା ନାଇଟ ରାଇଡ଼ର୍ସ ର ମାଲିକ ଶାହରୁଖ ଖାଁ ବାଙ୍ଗଲାଦେଶୀ ବୋଲର ମୁସ୍ତାଫିଜୁର ରହମାନ ଙ୍କୁ ୯.୨ କୋଟି ରେ କିଣି ବର୍ତମାନ ବିରୋଧ ର ଶିକାର ହୋଇଛନ୍ତି l ଏପରିକି ତାଙ୍କୁ ଦେଶର ଗଡାର ମଧ୍ୟ ଆକ୍ଷେପ କରାଯାଇଛି l

ମହାରାଷ୍ଟ୍ରର ଶିବସେନା ( UBT ଅର୍ଥାତ – ଉଦ୍ଧବ ଵାଲା ସାହେବ ଠାକରେ ) ଏହାକୁ କଡା ପ୍ରତିକ୍ରିୟା ଦେଇ ସମାଲୋଚନା କରିଛି, ଏବଂ ଶିବସେନା (UBT ) କହିଛି ଯେ ଯଦି ବାଙ୍ଗଲାଦେଶୀ ଖେଳାଳିଙ୍କୁ ଖେଳିବା ପାଇଁ ଅନୁମତି ଦିଆଯାଉଛି ତେବେ ବିରୋଧ ପ୍ରଦର୍ଶନ ହେବ, ପାର୍ଟିର ସ୍ପୋକ ପର୍ସନ ଆନନ୍ଦ ଦୁବେ କହିଛନ୍ତି ରାଷ୍ଟ୍ରୀୟ ଭାବନାକୁ ଅଣଦେଖା କରାଯିବ ନାହିଁ, ଯଦି ଶାହରୁଖ ଖାଁ ମୁସ୍ତାଫିଜୁର ରହମାନ ଙ୍କୁ ନିଜ ଦଳରୁ ବାହାର କରିବେ ନାହିଁ ତେବେ ଆମେ ସମସ୍ତେ ତାଙ୍କର ସମ୍ମାନ କରିବୁ, ଏବଂ ତାଙ୍କୁ ଆଦର ଦେବୁ ଏବଂ ଉଚିତ ମାନ୍ୟତା ମିଳିବ, କିନ୍ତୁ ଯଦି ଶାହରୁଖ ତାଙ୍କୁ ଖେଳାଇବେ ତେବେ ପଇସା କମେଇବେ, ଏବଂ ସେହି ପଇସା ବଙ୍ଗଳାଦେଶ ରେ ଆତଙ୍କବାଦୀ ଙ୍କ ଲାଳନ ପାଳନ ରେ ଓ ଆମ ଦେଶ ବିରୋଧରେ ଚକ୍ରାନ୍ତ କରାଯିବ , ଆମେ କଦାପି ଏହା ହେବାକୁ ଦେବୁ ନାହିଁ , ବଙ୍ଗଳାଦେଶ ଓ ପାକିସ୍ଥାନ ଉଭୟ ଆମର ଶତ୍ରୁ ଦେଶ, ଆମେ ତାଙ୍କୁ ସମ୍ପୂର୍ଣ ବହିଷ୍କାର କରୁଚୁ l ”

ସ୍ୱାମୀ ରମଭଦ୍ରାଚର୍ଯ୍ୟ ଶାହରୁଖ ଙ୍କୁ ଦେଶର ଗଡାର କହିଛନ୍ତି –
ଜଗଦ୍ଗୁରୁ ସ୍ୱାମୀ ରମଭଦ୍ରାଚର୍ଯ୍ୟ ବାଙ୍ଗଲାଦେଶୀ ଖେଳାଳି ଙ୍କୁ ନିଜ ଟିମ୍ ରେ ଶାମିଲ କରିବାକୁ ନେଇ ଶାହରୁଖ ଖାଁ ଙ୍କୁ କଡା ସମାଲୋଚନା କରିଛନ୍ତି ଓ ବିରୋଧ କରିଛନ୍ତି , ସେ କହିଛନ୍ତି ‘ ସେ ନାୟକ ନୁହନ୍ତି, ଶାହରୁଖ ଙ୍କର କୌଣସି ଚରିତ୍ର ନାହିଁ, ତାଙ୍କ କାର୍ଯ୍ୟ ଗଡାର ସହିତ ସମାନ l ‘

ଆଧ୍ୟାତିଂକ ଗୁରୁ ଦେବକୀ ନନ୍ଦନ କିଙ୍ଗ ଖାନ ଙ୍କୁ କଡା ସମାଲୋଚନା କରିଛନ୍ତି ଏବଂ କହିଛନ୍ତି ଯେ ଶାହରୁଖ ବାଙ୍ଗଲାଦେଶୀ ଖେଳାଳି ଙ୍କୁ କିଣି ବଙ୍ଗଳାଦେଶ କୁ ପରୋକ୍ଷରେ ଶାହରୁଖ ହିନ୍ଦୁ ମାନଙ୍କୁ ନିର୍ଯ୍ୟାତନା ପାଇଁ ସାହାଯ୍ୟ କରୁଛନ୍ତି ବୋଲି କହିଛନ୍ତି l ଯେଉଁ  ହିନ୍ଦୁ ମାନଙ୍କୁ ବଙ୍ଗଳାଦେଶ ରେ ହତ୍ୟା କରାଯାଉଛି ସେମାନଙ୍କ ପରିବାର କୁ ଯଦି ଏହି ୯.୨ କୋଟି ସାହାଯ୍ୟ କରନ୍ତି ତେବେ ଏହା ଭାରତ ପାଇଁ ସମ୍ମାନ ର କଥା l ‘

ଉତର ପ୍ରଦେଶ ର ପୂର୍ବତନ ବିଧାୟକ ସଂଗୀତ ସୋମ ମେରାଟ ଗୋଟିଏ ସାର୍ବଜନିକ କାର୍ଯ୍ୟକ୍ରମ ରେ ଶାହରୁଖ ଙ୍କୁ ଗଦାର ବୋଲି କହିଛନ୍ତି, ସେ କହିଛନ୍ତି ଗୋଟିଏ ପଟରେ ବଙ୍ଗଳାଦେଶ ରେ ହିନ୍ଦୁ ମାନଙ୍କୁ ହତ୍ୟା କରାଯାଉଛି ଅନ୍ୟ ପକ୍ଷରେ ଆଇପିଏଲ ରେ ବାଙ୍ଗଲାଦେଶୀ କ୍ରିକେଟର ଙ୍କୁ କିଣା ଯାଉଛି, ଏଭଳି ଗଦାର ଏହି ଦେଶରେ ରହିବାର କୌଣସି ହକ ନାହିଁ ‘ ବୋଲି କହିଛନ୍ତି l

ବାଙ୍ଗଲାଦେଶର ବାମ ହାତି ବୋଲର ମୁସ୍ତାଫିଜୁର ରହମାନ ଙ୍କୁ ଆଇପିଏଲ ମିନି ନିଲାମୀ ରେ କୋଲକାତା ନାଇଟ ରାଇଡ଼ର୍ସ ୯.୨ କୋଟି ଟଙ୍କାରେ କିଣିଥିଲା , ଏହାପରେ ଆଲୋଚନା ଆରମ୍ଭ ହୋଇଯାଇଛି l

Leave A Reply