ଅଷ୍ଟ୍ରେଲିଆ ଗସ୍ତରେ ଥିବା ଇଂଲଣ୍ଡ ଟିମ ର ପ୍ରଦର୍ଶନ ନିରାସପୂର୍ଣ ଥିଲା, ଖରାପ ପ୍ରଦର୍ଶନ କାରଣରୁ ଇଂଲଣ୍ଡ ର ବର୍ତମାନ ର କୋଚ ବ୍ରେଡନ ମେକୁଲମ ଙ୍କୁ ନେଇ ଚର୍ଚା ଚାଲିଛି, ଉଭୟ ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ବେନ ଷ୍ଟକସ ଓ କୋଚ ମେକୁଲମ ଙ୍କୁ ନେଇ ସମାଲୋଚନା ଚାଲିଛି, ଯାହା ଉଭୟଙ୍କ ରଣନୀତି କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଅଶେଷ ସିରିଜ ରେ ୦ -୩ ରେ ପଛରେ ପଡି ଯାଇଥିବା ଇଂଲିଶ ଟିମ ଉପରେ ବର୍ତମାନ କ୍ଲିନ ସ୍ୱିପ ହେବାର ବିପଦ ଦେଖାଦେଇଛି l ଆଗାମୀ ୨ଟି ମ୍ୟାଚ ରେ ଇଂଲିଶ ଟିମ ନିଜର ବେଷ୍ଟ ଦେବା ଆବଶ୍ୟକ l ନଚେତ ୦ -୫ ରେ ଲଜ୍ଜିତ ପରାଜୟ ହେବ l
ମେକୁଲମ ଙ୍କୁ ଇଂଲଣ୍ଡ କ୍ରିକେଟ ୨୦୨୨ ରେ ହେଡ଼ କୋଚ ପଦବୀ ନିଯୁକ୍ତ ଦେଇଥିଲା, ଏବଂ ୱାନ ଡେ ସହିତ ଟି-20 ଫାର୍ମଟି ପାଇଁ ମଧ୍ୟ ହେଡ଼ କୋଚ ଥିଲେ, ମେକୁଲମ ଓ ଅଧିନାୟକ ସ୍ଟକ୍ସ ଙ୍କର ଯୋଡି ୭ କ୍ରିକେଟ ରେ ଇଂଲଣ୍ଡ ର ଚିନ୍ତାଧାରା କୁ ବଦଳାଇ ଦେଇଥିଲା ଏବଂ ଟିମ ଆରମ୍ଭର ୧୧ ଟି ମ୍ୟାଚ ରୁ ୧୦ ଟି ମ୍ୟାଚ ରେ ବିଜୟ ହାସଲ କରିଥିଲା l ମେକୁଲମ ଙ୍କ ଅଣ୍ଡର ରେ ଇଂଲିଶ ଟିମ ଅଷ୍ଟ୍ରେଲିଆ ଓ ଭାରତ ବିରୁଦ୍ଧରେ ସିରିଜ ଜିତିବାକୁ ଅସମର୍ଥ ରହିଥିଲା l
ତେଣୁ ମେକୁଲମ ଙ୍କ ଭବିଷ୍ୟତ କୁ ନେଇ ନିକଟରେ ଇଂଲଣ୍ଡ ର ପୂର୍ବ ସ୍ପିନର ମୋନ୍ଟି ପେନସର୍ ବୟାନ ଦେଇଛନ୍ତି, ପେନସର କହିଛନ୍ତି ଯେ “ବର୍ତମାନ ମେକୁଲମ ଙ୍କ ସ୍ଥାନରେ ରବି ଶାସ୍ତ୍ରୀ ଙ୍କୁ ଇଂଲଣ୍ଡ ର ଆଗାମୀ ହେଡ଼ କୋଚ କରାଯାଉ , ଏବଂ ଶାସ୍ତ୍ରୀ ହିଁ ହେଉଛନ୍ତି ଇଂଲଣ୍ଡ ଦଳ ପାଇଁ ଉପଯୁକ୍ତ ବିକଳ୍ପ, କାହିଁକିନା ଶାସ୍ତ୍ରୀ ଙ୍କ ନିକଟରେ ଅଷ୍ଟ୍ରେଲିଆ କୁ ଅଷ୍ଟ୍ରେଲିଆ ମାଟିରେ ହରେଇବା ର ଭଲ ଅନୁଭୂତି ରହିଛି, ଏବଂ ସେ ଅଷ୍ଟ୍ରେଲିଆ ଟିମ କୁ ଶାରୀରିକ, ମାନସିକ ସ୍ତରରେ ଠିକ ଭାବରେ ଜାଣିଛନ୍ତି, ତେଣୁ ରବି ଶାସ୍ତ୍ରୀ ହିଁ ଇଂଲଣ୍ଡ ର ଆଗାମୀ ହେଡ଼ କୋଚ ହେବା ଜରୁରୀ l ରବି ଶାସ୍ତ୍ରୀ ହେଡ଼ କୋଚ ଥିବା ସମୟରେ ଭାରତୀୟ ଦଳ ଅଷ୍ଟ୍ରେଲିଆ କୁ ୨ଥର ତା ମାଟିରେ ହରାଇଛି, ଗୋଟିଏ ହେଲା ସେଥିରୁ ଗୁରୁତ୍ୱପୂର୍ଣ , ୨୦୧୮ -୧୯ ବର୍ଡ଼ର-ଗାଭାସ୍କର ଟ୍ରଫି ରେ ହରାଇ ଅଷ୍ଟ୍ରେଲିଆ ରେ ପ୍ରଥମ ଟେଷ୍ଟ ସିରିଜ ଜିତିଥିଲା l
