ଆଇପିଏଲ ର ମିନି ନିଲାମୀ ଆଜି ଦିନ ୨ଟା ୩୦ ମିନିଟ ରେ ଆବୁଧାବି ରେ ଅନୁଷ୍ଠିତ ହୋଇ ଯାଇଛି , ସମସ୍ତ ୧୦ ଟି ଫ୍ରାଞ୍ଚାଇଜର ନିଲାମୀ ସମ୍ପୂର୍ଣ ହୋଇ ସାରିଛି, ୧୦ ଟି ଫ୍ରାଞ୍ଚାଇଜ ର ସର୍ବମୋଟ ୭୭ ସ୍ଲଟ ରେ ନିଲାମୀ ହୋଇ ସାରିଛି, ଆବୁଧାବି ରେ ଏହି ନିଲାମୀ ପ୍ରକ୍ରିୟା କରାଯାଇଛି , ଚଳିତବର୍ଷ IPL ରେ ସବୁଠୁ ଅଧିକ ଅର୍ଥ ବିନିଯୋଗ କରିଚି କୋଲକାତା ନାଇଟ ରାଇଡ଼ର୍ସ, ନିଲାମୀ ପାଇଁ କୋଲକାତା ନାଇଟ ରାଇଡ଼ର୍ସ ନିକଟରେ ୬୪.୩ କୋଟି ଟଙ୍କା ରହିଥିଲା l ଏବଂ ସବୁଠୁ କମ ଅର୍ଥ ବିନିଯୋଗ କରିଥିଲା ମୁମ୍ବାଇ ଇଣ୍ଡିଅନ୍ସ l ଏହି ମିନି ଅକ୍ସନ ରେ ୧୩୫୦ ଖେଳାଳି ନାମ ରେଜିଷ୍ଟାର କରିଥିଲେ କିନ୍ତୁ ସେମାନଙ୍କ ମଧ୍ୟରୁ ୩୫୦ ଜଣଙ୍କୁ ସର୍ଟ ଲିଷ୍ଟ କରାଯାଇ ଥିଲା l
୧୦ ଟି ଟିମ ଙ୍କ ନିକଟରେ ୨୩୭.୫୫ କୋଟି ଟଙ୍କାର ପର୍ଶ ରହିଛି l
୨୦୨୬ ଆଇପିଏଲ ରେ ସ୍ଥାନ ପାଇଥିବା ୭ ଜଣ ଦାମୀ ଖେଳାଳି ଙ୍କ ତାଲିକା ପ୍ରକାଶ ପାଇ ଯାଇଛି , ଏହି ତାଲିକାରେ ସବୁଠୁ ଅଧିକ ମୂଲ୍ୟ ରେ ନିଲାମ ହୋଇଛନ୍ତି ଅଷ୍ଟ୍ରେଲିଆ ର ଅଲ ରାଉଣ୍ଡର କାମେରୁନ ଗ୍ରୀନ , ଯାହାଙ୍କୁ କୋଲକାତା ନାଇଟ ରାଇଡ଼ର୍ସ୍ ତାଙ୍କୁ ୨୫ କୋଟି ୨୦ ଲକ୍ଷରେ କିଣିଛି l କାମେରୁନ ଆଇପିଏଲ ଇତିହାସ ରେ ସବୁଠୁ ଅଧିକ ଦାମୀ ବିଦେଶୀ ଖେଳାଳୀ ଭାବରେ ସ୍ଥାନ ପାଇଥିଲେ , ଏହାଛଡା କୋଲକାତା ନାଇଟ ରାଇଡ଼ର୍ସ ଶ୍ରୀଲଙ୍କା ର ଦ୍ରୁତ ତମ ବୋଲର ମଥିଶା ପଥିରାନା ଙ୍କୁ ୧୮ କୋଟି ଟଙ୍କାରେ କିଣିଛି l
୧ ନମ୍ବର ରେ ରହିଛନ୍ତି କେମରୁନ ଗ୍ରୀନ – କୋଲକାତା ନାଇଟ ରାଇଡ଼ର୍ସ ଅଷ୍ଟ୍ରେଲିଆ ର କାମେରୁନ ଗ୍ରୀନ ଙ୍କୁ ୨୫ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି l କାମେରୁନ ଙ୍କୁ ଚେନାଇ ସୁପର କିଙ୍ଗ ୨୫ କୋଟି ପର୍ଯ୍ୟନ୍ତ ନୀଳାମି ଡାକି ଥିଲା କିନ୍ତୁ କେକେଆର ୨୫ କୋଟି ୨୦ ଲକ୍ଷରେ କିଣିଲା l
୨ ନମ୍ବର ରେ ଅଛନ୍ତି ଶ୍ରୀଲଙ୍କା ର ଦୃତତମ ବୋଲର ମାଥିଶା ପଥିରାନା ଙ୍କୁ କେକେଆର ୧୮ କୋଟି ରେ କିଣିଛି l ମାଥିଶା IPL ଇତିହାସ ରେ ଶ୍ରୀଲଙ୍କାର ସବୁଠୁ ଅଧିକ ମୂଲ୍ୟ ରେ ନିଲାମ ହୋଇଥିବା ଖେଳାଳୀ ଅଟନ୍ତି l
ତୃତୀୟ ସ୍ଥାନରେ ରହିଛନ୍ତି ପ୍ରଶାନ୍ତ ବୀର , ଯାହାଙ୍କୁ CSK ୧୪ କୋଟି ୨୦ ଲକ୍ଷରେ କିଣିଛି , ଚେନାଇ ସୁପର କିଙ୍ଗସ କୁ ରବିନ୍ଦ୍ର ଜାଡେଜା ଙ୍କ ପରେ ଏଭଳି ଜଣେ ବାମ ହାତି ଅଲରାଉଣ୍ଡର ଙ୍କ ର ଆବଶ୍ୟକତା ଥିଲା l ଯେବେକି ପ୍ରଶାନ୍ତ ବୀର ଙ୍କ ର ବେସ ପ୍ରାଇସ୍ ୩୦ ଲକ୍ଷ ଥିଲା l
ଚତୁର୍ଥ ସ୍ଥାନରେ ରହିଛନ୍ତି କାର୍ତ୍ତିକ ଶର୍ମା ରହିଛନ୍ତି , ଯାହାଙ୍କୁ CSK ୧୪ କୋଟି ୨୦ ଲକ୍ଷରେ କିଣିଥିଲା , କାର୍ତ୍ତିକ ଶର୍ମା ଙ୍କୁ ନେଇ ଚେନାଇ ସୁପର କିଙ୍ଗ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ କଡାକଡି ଟକ୍କର ହୋଇଥିଲା l ହାଇଦ୍ରାବାଦ ୧୪ କୋଟି ବୋଲି ଲଗାଇଥବା ବେଳେ ଚେନାଇ ସୁପର କିଙ୍ଗ ୧୪ କୋଟି ୨୦ ଲକ୍ଷରେ କିଣିଥିଲା l
ପଞ୍ଚମ ଖେଳାଳୀ ହେଲେ ଆକିବ ଦାର , ଯାହାଙ୍କୁ ଆଇପିଏଲ ଅକ୍ସନ ରେ ଦାମୀ ଖେଳାଳୀ ରେ ସାମିଲ କରାଯାଇଛି l ଆକିବ ଙ୍କ ର ବେସ ପ୍ରାଇସ ୩୦ ଲକ୍ଷ ଥିଲା , କିନ୍ତୁ ତାଙ୍କୁ କିଣିବା ପାଇଁ ଦିଲ୍ଲୀ କ୍ୟାପିଟାଲସ ସହିତ ସନରାଇଜର୍ସ୍ ହାଇଦ୍ରାବାଦ ବୋଲି ଡାକୁଥିଲା , ହାଇଦ୍ରାବାଦ ର ଶେଷ ପ୍ରାଇସ ଥିଲା ୮ କୋଟି ୨୦ ଲକ୍ଷ ଡାକିଥିଲା କିନ୍ତୁ ୮ କୋଟି ୪୦ ଲକ୍ଷରେ ଦିଲ୍ଲୀ କ୍ୟାପିଟାଲସ କିଣିଥିଲା l
୬ ଷ୍ଠ ଖେଳାଳୀ ହେଲେ ରବି ବିଷ୍ଣୋଇ , ରବି ବିଷ୍ଣୋଇ ଙ୍କ ବେସ ପ୍ରାଇସ ଥିଲା ୨ କୋଟି , ରାଜସ୍ଥାନ ରାୟଲସ ତାଙ୍କୁ ୭ କୋଟି ୨୦ ଲକ୍ଷରେ କିଣିଛନ୍ତି l ୨୫ ବର୍ଷୀୟ ରବି ବିଷ୍ଣୋଇ ୪ ଟି ସଂସ୍କରଣ ରୁ ଲକ୍ଷଣୌ ଜଏଣ୍ଟ ସୁପର ଖେଳି ସାରିଛନ୍ତି l ରାଜସ୍ଥାନ ରୟାଲ୍ସ ତାଙ୍କର ତୃତୀୟ ଦଳ l
୭ ମ ଖେଳାଳୀ ହେଲେ ଭେଙ୍କଟେସ ଆୟାର, ଆଇପିଏଲ ୨୦୨୬ ରେ ଭେଙ୍କାଟେସ ଆୟାର ଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୭ କୋଟି ରେ କିଣିଛି l ଗତବର୍ଷ ତାଙ୍କର ମୂଲ୍ୟ ଥିଲା ୨୩ କୋଟି ୭୫ ଲକ୍ଷ l କିନ୍ତୁ ୨୦୨୬ ଆଇପିଏଲ ରେ ୭ କୋଟି ହୋଇଛି l
