Odisha news

ପାକିସ୍ତାନ ର ଗୁଗୁଲ ଟ୍ରେଣ୍ଡସ ରେ ରହିଛି ଏହି ଭାରତୀୟ ଖେଳାଳୀଙ୍କ ଦବଦବା , ବାବର ଆଜମ ଙ୍କ ଠାରୁ ମଧ୍ୟ ରହିଛି ଅଧିକ ଚର୍ଚା

0

ଭାରତୀୟ ଯୁବା ଓପନର ଅଭିଷେକ ଶର୍ମା ୨୦୨୫ ରେ ଏଭଳି କମାଲ ଦେଖାଇଛନ୍ତି, ଯାହାକୁ କଳ୍ପନା କରିବା ମଧ୍ୟ ଅସମ୍ଭବ, ଅଭିଷେକଙ୍କ ଲୋକପ୍ରିୟତା କେବଳ ଆଜି ଭାରତରେ ସୀମିତ ହୋଇ ରହିନାହିଁ, ଏପରିକି ପାକିସ୍ଥାନ ରେ ମଧ୍ୟ ଅଭିଷେକ ଙ୍କ ଲୋକପ୍ରିୟତା ବାବର ଆଜମ ଙ୍କୁ ପଛରେ ପକାଇ ଦେଇଛି, ଗୁଗୁଲ ସର୍ଚ୍ଚ ଟ୍ରେଣ୍ଡସ ୨୦୨୫ ରେ ଦେଖିବାକୁ ମିଳିଛି ଯେ ପାକିସ୍ଥାନ ର କ୍ରିକେଟ ଫ୍ୟାନ୍ସ  ଯେଉଁ ଖେଳାଳି ଙ୍କୁ ଅଧିକ ସର୍ଚ୍ଚ କରିଛନ୍ତି ସେ କୌଣସି ପାକିସ୍ଥାନୀ ନୁହନ୍ତି, ସେ ହେଉଛନ୍ତି ଭାରତର ଯୁବା ବ୍ୟାଟର ଅଭିଷେକ ଶର୍ମା l

ପାକିସ୍ଥାନ ରେ କାହିଁକି ଅଭିଷେକ ଙ୍କ କ୍ରେଜ ?

ଅଭିଷେକ ଶର୍ମା ଙ୍କ ଲୋକପ୍ରିୟତା ର ସବୁଠୁ ବଡ଼ କାରଣ ହେଉଛି ୨୦୨୫ ଏସିଆ କପ ରେ ତାଙ୍କର ଅକ୍ରlତ୍ମକ ବ୍ୟାଟିଂ, ବିଶେଷ ଭାବରେ ପାକିସ୍ଥାନ ବିରୁଦ୍ଧରେ ୨ଟି ମ୍ୟାଚ ରେ ପଡୋଶୀ ଦେଶର କ୍ରିକେଟ ପ୍ରେମୀଙ୍କୁ ଚିନ୍ତାରେ ପକାଇ ଦେଇଥିଲା l ଗୃପ ଷ୍ଟେଜ ରେ ପାକିସ୍ଥାନ ବିରୁଦ୍ଧରେ ଅଭିଷେକ ୧୩ ଟି ବଲ ରେ ଦମଦାର ୩୧ ରନ କରିଥିଲେ l

ସୁପର -4 ରେ ସେ ୩୯ ବଲରେ ୭୪ ରନ କରି ଭାରତୀୟ ଦଳକୁ ନୂଆ କିରଣ ଦେଇଥିଲେ l କିନ୍ତୁ ଫାଇନାଲ ରେ ସେ ଖୁବ ଶୀଘ୍ର ଫାଂହିମ ଅଶରତ ଙ୍କ ବଲ ରେ ଆଉଟ ହୋଇଯାଇଥିଲେ l ତଥାପି ଅଭିଷେକ ଙ୍କ ଅସର ପୁରା ଟୁର୍ନାମେଣ୍ଟ ରେ ଦେଖିବାକୁ ମିଳିଥିଲା l

ଗୁଗୁଲ ର ରିପୋର୍ଟ ଅନୁସାରେ ଅଭିଷେକ ଶର୍ମା ପାକିସ୍ଥାନ ରେ ନମ୍ବର 1 ସର୍ଚ୍ଚ ଆଥେଲେଟ ରେ ରହିଛନ୍ତି, କେବଳ ପାକିସ୍ଥାନ ରେ ନୁହେଁ ଭାରତ ରେ ମଧ୍ୟ ଅଭିଷେକ ଗୁଗୁଲ ରେ ସବୁଠୁ ସର୍ଚ୍ଚ ହୋଇଥିବା ଖେଳାଳି ଅଟନ୍ତି l  ଅଭିଷେକ ୧୩ ବର୍ଷ ଅୟୁରେ IPL ଡେବ୍ୟୁ କରି ସାରା ବିଶ୍ୱକୁ ଚମକାଇ ଦେଇଥିଲେ l

Leave A Reply