Odisha news

ଭାରତ ୧୦୧ ରନର ବଡ ବିଜୟ ହାସଲ କଲା

0

ଟର୍ନିଙ୍ଗ ପିଚ ରେ ଭାରତର କମାଲ୍ , ଆଜି କଟକ ବାରବାଟୀ ଷ୍ଟାଡିଅମ ରେ ଟି 20 ର ପ୍ରଥମ ରୋମାଞ୍ଚକ ମ୍ୟାଚ ଦେଖିବାକୁ ମିଳିଥିଲା , ଭାରତ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟାୟ ର ସମୁଖୀନ ହେଉଥିବା ବେଳେ ହାର୍ଦ୍ଧିକ ଙ୍କ ଚମତ୍କାର ବ୍ୟାଟିଂ ବଳରେ ଭାରତ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୫ ଉଇକେଟ୍ ହରାଇ ୧୭୫ ରନ କରିଥିଲା l ଭାରତ ବ୍ୟାଟିଂ କରୁଥିବା ସମୟ ରେ ପିଚ ରେ ଭାରିଏସନ ଦେଖିବାକୁ ମିଳୁଥିବା ବେଳେ କେତେବେଳେ ପିଚ ରେ ବାଉଁସ ହେଉଥିଲା ତ କେତେବେଳେ ପିଚ ରେ ବଲ ଟର୍ନ ହେବାର ଦେଖିବାକୁ ମିଳିଥିଲା l ଆଉଟ ଫିଲଡ ବହୁତ ଫାଷ୍ଟ ହୋଇଥିବା ବେଳେ ବ୍ୟାଟିଂ ପିଚ ଖୁବ ସ୍ଲୋ ଦେଖିବାକୁ ମିଳିଥିଲା l

ଭାରତ ୧୫ ଓଭର ସୁଧା ୫ ଉଇକେଟ ହରାଇ ୧୨୧ ରନ କରିଥିବା ବେଳେ ହାର୍ଦ୍ଧିକ ତାଙ୍କ ଚମତ୍କାର ବ୍ୟାଟିଂ ବଳରେ ୨୦ ଓଭର ରେ ଭାରତକୁ ୧୭୫ ରନ ରେ ପହଞ୍ଚାଇ ଦେଇଥିଲେ l

ପ୍ରଥମ ରୁ ସାଉଥ ଆଫ୍ରିକା ବ୍ୟାଟିଂ କରିବାକୁ ଆସି ଅର୍ଶଦୀପ ଙ୍କ ଚମତ୍କାର ବୋଲିଙ୍ଗ ଦ୍ୱାରା ୨ ଓଭର ରେ ୨ ଉଇକେଟ ହାସଲ କରିଥିଲେ l ପିଚ ରେ ବଲ ଟର୍ନ ହେବା ଦେଖିବାକୁ ମିଳିଥିଲା, ଏବଂ ଦକ୍ଷିଣ ଆଫ୍ରିକା କୁ ବ୍ୟାଟିଂ କରିବାକୁ ଅସୁବିଧା ହେଉଥିଲା , ଏହାପରେ ଅକ୍ଷର ପଟେଲ ମଧ୍ୟ ବୋଲିଙ୍ଗ କରିବାକୁ ଆସି ପ୍ରଥମ ଓଭର ର ପ୍ରଥମ ବଲ ରେ ମାକ୍ରମ ଙ୍କ ଉଇକେଟ ନେଇ ଦକ୍ଷିଣ ଆଫ୍ରିକା ର ବ୍ୟାଟିଂ କୁ ଦୁର୍ବଳ କରିଥିଲେ l

ହାର୍ଦ୍ଧିକ ବ୍ୟାଟିଂ ରେ କମାଲ ଦେଖାଇବା ପରେ ବୋଲିଙ୍ଗ ରେ ମଧ୍ୟ ମ୍ୟାଜିକ ଦେଖାଇ ଥିଲେ l ଦକ୍ଷିଣ ଆଫ୍ରିକା ୭ ଓଭର ରେ ୫ ଉଇକେଟ ହରାଇ ୫୦
ରନ କରି ସମ୍ପୂର୍ଣ ପ୍ରେସର କୁ ଆସି ଯାଇଥିଲେ l ଉଇକେଟ ପଛରେ ଜିତେଶ ଙ୍କ ଚମତ୍କାର କ୍ୟାଚ ଧରିବାର ଦେଖିବାକୁ ମିଳିଥିଲା l ବରୁଣ ମଧ୍ୟ ଚମତ୍କାର ବୋଲିଙ୍ଗ କରିଥିଲେ l ବରୁଣ ଙ୍କ ଫିରକି ବଲ ରେ ଭଲ ବ୍ୟାଟିଂ କରୁଥିବା ବ୍ରାଭିଷ ଆଉଟ ହୋଇଥିଲେ l ୧୨ ଓଭର ଚାଲିଥିବା ବେଳେ ଅକ୍ଷର ନଟିଙ୍ଗ ଙ୍କୁ ଆଉଟ କରି ଭାରତକୁ ବିଜୟ ମୁକୁଟ ପିନ୍ଧାଇ ଥିଲେ l ୧୨. ୨ ଓଭର ରେ ଦକ୍ଷିଣ ଆଫ୍ରିକା ସମସ୍ତ ଉଇକେଟ ହରାଇ ମାତ୍ର ୭୪ ରନ ସଂଗ୍ରହ କରିଥିଲେ l ଏବଂ ଭାରତ ୧୦୧ ରନ ବିଜୟ ହାସଲ କରିଥିଲା l

Leave A Reply