ନୂଆପଡ଼ା ତା ୨୮/୧୦ – ନୂଆପଡା ବିଧାନସଭା ଉପନିର୍ବାଚନର ନିର୍ବାଚନୀ ମଇଦାନ ଭିନ୍ନ ଭିନ୍ନ ନେତା ବିବିଧ ଢଙ୍ଗ ରେ ଭୋଟ ଭିକ୍ଷା କରୁଛନ୍ତି । ଆଜି କଳାହାଣ୍ଡି ସାଂସଦ ମାଳବିକା ଦେବୀ ଘର୍ ଘର୍ ବୁଲି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।
ଆଜି କୋମନା ବ୍ଲକ ରଜନା ପଞ୍ଚାୟତ ମୁଖ୍ୟାଳୟ ରେ ଏକ ନିର୍ବାଚନୀ ସଭାର ଆୟୋଜନ ହୋଇଥିଲା । ଏଥିରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡବଲ ଇଞ୍ଜିନ ସରକାର୍ ର ଲାଭ କିଭଳି ଭାବରେ ଓଡ଼ିଶାବାସୀ ପାଉଛନ୍ତି ତାହା କହିଥିଲେ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟୀ ହେଲେ ନୂଆପଡ଼ା ରେ ଟ୍ରିପଲ୍ ଇଞ୍ଜିନ ସରକର ରେ ନୁଆପଡ଼ା ର ବିକାଶ ଗତି ଖିପ୍ର ହେବ ବୋଲି କହିଥିଲେ । ତା ପରେ ଘର ଘର ବୁଲି ଜୟ ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ପୂର୍ବତନ ଜିଲ୍ଲା ସଭାପତି ସୁବ୍ରତ ଠାକୁର, ପୁର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କ ଧର୍ମପତ୍ନୀ କଳ୍ପନା ଢୋଲକିଆ ଓ ମଣ୍ଡସ୍ତରୀୟ ପଦାଧିକାରୀଗଣ ସାମିଲ ଥିଲେ ।