Odisha news

ରାମାୟଣର ରୋଚକ କଥା : କାହା ଅଭିଶାପ କାରଣରୁ ରାବଣ ଏବଂ କୁମ୍ଭକର୍ଣ ଙ୍କୁ ନେବାକୁ ପଡିଥିଲା ୩ଥର ଜନ୍ମ

0
ରାମ ଚନ୍ଦ୍ର ଏବଂ ରାବଣ ଙ୍କ ଯୁଦ୍ଧ ବିନା ରାମାୟଣର କଳ୍ପନା କରାଯାଇ ନପାରେ, ଲଙ୍କାପତି ରାବଣକୁ ବଧ କରିବା ପାଇଁ ଭଗବାନ ବିଷ୍ଣୁ ଅବତାର ନେଇଥିଲେ, କିନ୍ତୁ ରାବଣ ଙ୍କ ବିଷୟରେ ଖୁବ କମ ଆମେ ଜାଣିଚୁ, ରାବଣ ଅଭିଶାପ ରୁ ମୁକ୍ତି ପାଇଁ ୩ଥର ଜନ୍ମ ନେଇଥିଲା l ଏବଂ ଭଗବାନ ବିଷ୍ଣୁ ଙ୍କର ହାତରେ ମୁକ୍ତି ମିଳିଥିଲା l

ରାବଣ ଙ୍କୁ ମିଳିଥିଲା ଅଭିଶାପ –
ଲଙ୍କାପତି ରାବଣ ମହାଦେବଙ୍କର ପରମ ଭକ୍ତ ଥିଲା, ଏବଂ ବଡ଼ ଜ୍ଞାନୀ, ବେଦର ଜ୍ଞାନ , କୁଶଳ ରାଜନୀତିଜ୍ଞ, ଵାସ୍ତୁବିତ, ପରାକ୍ରମୀ ଥିଲା l ଏହାଛଡା ଇନ୍ଦ୍ରଜାଲ ରେ ନିପୁଣ, ତନ୍ତ୍ର ବିଦ୍ୟାରେ ସାମୋହନ କରି ପାରୁଥିଲା, ତେଣୁ ରାବଣ କୁ ମାୟାବୀ କୁହାଯାଉଥିଲା l ତାର ବଳ ଏବଂ ପରାକ୍ରମଃ କୁ ଦେଖି ଦେବତା ମଧ୍ୟ ଭୟ କରୁଥିଲେ l ଶନି ଦେବ ଙ୍କୁ ରାବଣ ନିଜ ଚରଣ ରେ ବନ୍ଦୀ କରି ରଖିଥିଲା, ଯଦି ରାବଣ ଏତେ ଜ୍ଞାନୀ ଥିଲା ତେବେ ମତ ସୀତାଙ୍କୁ ହରଣ କରିଥିଲା କାହିଁକି ? ଏବଂ ରାମଚନ୍ଦ୍ର ଙ୍କ ସହିତ ଯୁଦ୍ଧ କରିଥିଲା କାହିଁକି ? ଏହାର କାରଣ ରହିଥିଲା ଗୋଟିଏ ଅଭିଶାପ ଯାହା କରଣରୁ ରାବଣ ଅଲଗା ଅଲଗା ଯୁଗରେ ୩ଥର ଅବତାର ନେଇଥିଲା l ଏବଂ ପ୍ରତ୍ୟେକ ଥର ତାର ଭଗବାନ ଙ୍କ ହାତରେ ସଂହାର ହୋଇଥିଲା l

କାହାର ଅବତାର ଥିଲା ରାବଣ ?
ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ରାବଣ ଏବଂ କୁମ୍ଭକର୍ଣ୍ଣ ଭଗବାନ ବିଷ୍ଣୁଙ୍କ ଦ୍ୱାରପାଳ ଜୟ ବିଜୟ ଥିଲେ, ପୌରାଣିକ କଥା ଅନୁସାରେ ଏକଦା ସନକ , ସଦାନନ୍ଦ ରୁଷି ଭଗବାନ ବିଷ୍ଣୁଙ୍କ ଦର୍ଶନ ପାଇଁ ବୈକୁଣ୍ଠ ପୁରକୁ ଯାଇଥିଲେ, କିନ୍ତୁ ବିଷ୍ଣୁଙ୍କର ଦ୍ୱାରପାଳ ଜୟ ବିଜୟ ତାଙ୍କୁ ଦ୍ୱାରରେ ଅଟକାଇ ରଖିଲେ, ଏବଂ କହିଥିଲେ ବିଷ୍ଣୁ ବର୍ତମାନ ବିଶ୍ରାମ ରତ, ଏହାପରେ ରୁଷି ମାନେ ତାଙ୍କୁ ରାକ୍ଷସ ହେବାର ଅଭିଶାପ ଦେଇଥିଲେ l

ଏହାପରେ ଜୟ ବିଜୟ ଋଷିଙ୍କୁ କ୍ଷମା ମାଗିଥିଲେ , କିନ୍ତୁ ରୁଷି କହିଥିଲେ ଯେ ଆମ ଅଭିଶାପ ବ୍ୟର୍ଥ ଯିବନାହିଁ , କିନ୍ତୁ ମୁକ୍ତି ପାଇଁ ତୁମକୁ ୩ଥର ରାକ୍ଷସ ଜନ୍ମ ନେବାକୁ ପଡିବ, ଏବଂ ପ୍ରତ୍ୟେକ ଥର ବିଷ୍ଣୁ ଙ୍କୁ ମଧ୍ୟ ଅବତାର ନେଇ ତୁମର ବଧ କରିବାକୁ ପଡିବ, ଏହାପରେ ତୁମେ ଦୁଇଜଣ ରାକ୍ଷସ ଜନ୍ମରୁ ମୁକ୍ତି ପାଇବ ଏବଂ ବୈକୁଣ୍ଠ ପୁତ୍ର କୁ ପୁନର୍ବର ଫେରିବ l

ରାବଣ ଏବଂ କୁମ୍ଭକର୍ଣ୍ଣଙ୍କର ୩ଟି ଅବତାର କଣ ?
– ସତ୍ୟଯୁଗରେ ହିରଣାକ୍ଷ ଏବଂ ହିରଣ୍ୟକସିପୁ –
ହିରଣାକ୍ଷ ରାକ୍ଷସ ଯେତେବେଳେ ପୃଥିବୀ ଜଳରେ ବୁଡ଼ିବାକୁ ଲାଗିଲା ସେତେବେଳେ ପୃଥିବୀ କୁ ରକ୍ଷା କରିବା ପାଇଁ ବିଷ୍ଣୁ ବରାହ ଅବତାର ନେଇ ତାକୁ ବଧ କରିଥିଲେ l ଏବଂ ହିରଣ୍ୟକଶ୍ୟପ କୁ ବଧ କରିବା ପାଇଁ ବିଷ୍ଣୁ ନୃସିଂହ ଅବତାର ନେଇଥିଲେ l

– ତ୍ରେତୟା ଯୁଗରେ ରାବଣ ଏବଂ କୁମ୍ଭକର୍ଣ୍ଣ –
ରାବଣ ଏବଂ କୁମ୍ଭକର୍ଣ ଙ୍କୁ ବଧ କରିବା ପାଇଁ ଭଗବାନ ବିଷ୍ଣୁ ରାମ ଅବତାର ଦ୍ୱାପର ଯୁଗରେ ନେଇଥିଲେ ଏବଂ ରାବଣ ଏବଂ କୁମ୍ଭକର୍ଣ ଙ୍କର ବଧ କରିଥିଲେ l

– ଦ୍ୱାପର ଯୁଗରେ କଂସ ଏବଂ ଶିଶୁପାଳ –
ଦ୍ୱାପର ଯୁଗରେ ବାଗବାନ ବିଷ୍ଣୁ କୃଷ୍ଣ ଅବତାର ରେ ଜନ୍ମ ନେଇତିଲେ, ଏବଂ ଦ୍ୱାପର ଯୁଗରେ ମଧ୍ୟ କଂସ ଏବଂ ଶିଶୁପାଳ ଙ୍କୁ ଭଗବାନ କୃଷ୍ଣ ଅବତାର ରେ ବଧ କରିଥିଲେ l

Leave A Reply